ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ଯୁବକ । ଗୁରତର ଅବସ୍ଥାରେ ମେଡିକାଲରେ ଭର୍ତି, ପୋଲିସର ତଦନ୍ତ ଜାରି

ନାବାଳିକାର ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି

164

କନକ ବ୍ୟୁରୋ: ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମଲିଗୁଡାରେ । ନାବାଳିକାର ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି । ଗୁରୁତର ନାବାଳିକାକୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ନନ୍ଦପୁର ଅଂଚଳର ନାବାଳିକା ସେମିଲିଗୁଡାରେ ଏକ ଭଡା ଘରେ କଲେଜରେ ପଢୁଥିଲେ । ଯୁବକ ଜଣକ ଭଡା ଘରକୁ ଆସି ନାବାଳିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ନାବାଳିକାର ଚିକ୍ରାର ଶୁଣି ପଡୋଶୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ସ୍ୱାସ୍ଥ୍୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏକ ତରଫା ପ୍ରେମ ସଂପର୍କକୁ ନେଇ ନାବାଳିକାଙ୍କ ସହ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।