ଜଳୁଛି ୟୁକ୍ରେନ, ଖାରକୀବ ଇଲାକାରେ ଗ୍ୟାସ ପାଇପଲାଇନ୍ ଧ୍ୱଂସ । ରାଜଧାନୀ କିବ୍ ଠାରୁ ୪କିମି ଦୂରରୁ ଗୁଳି ବର୍ଷାଉଛି ଋଷ ସେନା ।

119

କନକ ବ୍ୟୁରୋ: ଲଗାତାର ଜାରି ରହିଛି ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ । ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକୀବ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ ପାଇପଲାଇନକୁ ଧ୍ୱଂସ କରିଛନ୍ତି ଋଷ ସେନା । ଫଳରେ ଧୁଧୁ ହୋଇ ଜଳୁଛି ସାରା ଇଲକା । ଏହାର ନିଆଁ ଦୀର୍ଘ ସ୍ଥାନକୁ ମଧ୍ୟ ଦୃଶ୍ୟମାନ ହେଉଛି । ଏହାସହ ରାଜଧାନୀ କିବ୍ ଠାରୁ ୪ କିମି ଦୂରରୁ ଜାରି ରହିଛି ମିସାଇଲ ଓ ରକେଟ୍ ମାଡ ।
ତମାମ ପ୍ରତିବନ୍ଧକ ସତ୍ତେ୍ୱ ଋଷ ନିଜ ଜିଦରେ ଅଟଳ । ବିସ୍ଫୋରଣ ଓ ଗୁଳି ବର୍ଷାଇବା ସହ ପରିମାଣୁ ବୋମା ପରି ଶକ୍ତିଶଳୀ ବୋମା ବର୍ଷଣ କରିବାକୁ ବାରମ୍ବାର ଧମକାଉଛି ଋଷ । ତଥାପି ପଛକୁ ହଟିନି ୟୁକ୍ରେନ୍ ସେନା । ଆଜି ଚତୁର୍ଥ ଦିନରେ ମଧ୍ୟ ମିସାଇଲ ଓ ରକେଟ ମାଡ ଜାରି ରଖିଛି ଋଷ ।

ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ର ସମସ୍ତ ସାମରିକ ଯୋଗାଯୋଗ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି। ଆମେ ଦେଶକୁ ସୁରକ୍ଷା ଦେବୁ।