ୟୁକ୍ରେନ୍ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ପରିଣାମ ବହୁତ ଖରାପ ହେବ’

174

କନକ ବ୍ୟୁରୋ: ୟୁକ୍ରେନ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଧମକ ଦେଲା ଋଷ । ନାଟୋରେ ସାମିଲ ହେଲେ ପରିଣତି ବହୁତ ଖରାପ ହେବ । ସାମରିକ ଆକ୍ରମଣକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ଏହି ଦୁଇ ରାଷ୍ଟ୍ରଙ୍କୁ ଧମକ ଦେଇଛିି ଋଷ ବୈଦେଶିକ ମନ୍ତ୍ରଣାଳୟ ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ୟୁରୋପୀୟ ରାଷ୍ଟ୍ର ବିଶେଷ କରି ସ୍ୱିଡେନ୍ ଓ ଫିନଲ୍ୟାଣ୍ଡକୁ ଧମକ ଦେଇଛି ଋଷ । ଯଦି ଏହି ଦୁଇ ଦେଶ ନାଟୋରେ ସାମିଲ ହୁଅନ୍ତି ତେବେ ପରିଣାମ ସାଂଘାତିକ ହେବ । ତେଣୁ ଭୁଲରେ ବି ଏହି ଦୁଇ ଦେଶ ଯେପରି ନାଟୋରେ ସାମିଲ ନ ହୁଅନ୍ତି । ନୋଚେତ୍ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତତ ରହିବାକୁ ଚେତାଇଦେଇଛି ଋଷ ବୈଦେଶିକ ମନ୍ତ୍ରଣାଳୟ ସଚିବ କ୍ରେମଲିନ୍ ।କିବ୍ରେ ଋଷ ସେନା ଜବରଦଖଲ କରିବା ସମୟରେ ଏପରି ଏକ ଚେତାବନୀ ଅନ୍ୟ ରାଷ୍ଟ୍ରଗୁଡିକୁ ଅତିଷ୍ଠ କରିଛି ।