କନକ ବ୍ୟୁରୋ : ଆସନ୍ତାବର୍ଷ ଖୋଲିବ ରତ୍ନଭଣ୍ଡାର । ରଥଯାତ୍ରା ସମୟରେ ଖୋଲାଯାଇପାରେ ରତ୍ନଭଣ୍ଡାର । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି କରାଯିବ ଯାଞ୍ଚ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ କମିଟି । ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ । ଏହାସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ସୁପାରିଶ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ । ଏହାଛଡା ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ରହିବେ । ଯାଞ୍ଚ ପାଇଁ ଗଠନ ହେବ ହାଇଲେବଲ କମିଟି । ଏହି କମିଟି ଜରିଆରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମଗାଯିବ । ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିବ । ଦୀର୍ଘ ଦିନ ହେବ ରତ୍ନଭଣ୍ଡାର ଖୋଲିବା ନେଇ ଦାବି ଉଠୁଥିଲା । ବିଭିନ୍ନ ସଙ୍ଗଠନ ସମେତ ଜଗନ୍ନାଥପ୍ରେମୀ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ । ଆଉ ଏନେଇ ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/1_00000-2.jpg)