ବାଲେଶ୍ୱରରେ ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଓଭରବ୍ରିଜ୍ । ବ୍ରିଜ୍ ଭୁଶୁଡ଼ିବାରୁ ଛିଡ଼ିଗଲା ରେଲୱେ ବିଦ୍ୟୁତ୍ ତାର, ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ଚଳାଚଳ ବାତିଲ୍ ।

3,251

କନକ ବ୍ୟୁରୋ: ବାଲେଶ୍ୱରରେ ବଡ଼ ଅଘଟଣ । ଭୁଶୁଡ଼ି ପଡ଼ିଲା ନିର୍ମାଣଧିନ ରେଳ ଓଭରବ୍ରିଜ୍ । କିଛି ସମୟପୂର୍ବେ ବାଲେଶ୍ୱର ଶୋଭାରାମପୁର ଠାରେ ନିର୍ମାଣଧୀନ ରେଳ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସୂଚନା ମୁତାବକ, ଓଭରବ୍ରିଜର କାର୍ଯ୍ୟ ଚାଲୁଥିବାବେଳେ ୩ଟି ଉପର ସ୍ଲାବ୍ ଖସିପଡ଼ିଛି । ରେଲୱେ କ୍ରସିଂ ଉପରେ ଭୁଶୁଡ଼ି ପଡ଼ିଥିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।

ସେପଟେ କୌଣସି କାଜୁଆଲିଟି ହୋଇନଥିବା ସୂଚନା ମିଳିଛି । ତେବେ ବ୍ରିଜ୍ ତଳେ ଯାଇଥିବା ରେଲୱେର ବିଦ୍ୟୁତ୍ ତାର ସମ୍ପୂର୍ଣ୍ଣ ଛିଡ଼ି ଯାଇଛି । ଯାହା ଫଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳଚଳା ବାଧାପ୍ରାପ୍ତ ହୋଇଛି । ତେବେ କେଉଁ କାରଣରୁ ବ୍ରିଜ୍ ଭୁଶୁଡ଼ିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ରେଳବାଇ କର୍ତ୍ତୁପକ୍ଷ ପହଁଚିଥିବା ଜଣାପଡ଼ିଛି ।