ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ପ୍ରସ୍ତୁତ ହେଉଛି ଖାଦ୍ୟ : ବିସିସିଆଇରୁ ଆସିଛି ସ୍ୱତନ୍ତ୍ର ନିର୍ଦ୍ଦେଶ, ବୁକ୍ ହୋଇଛି ମେଫେୟାର ହୋଟେଲର ୯୦ଟି ରୁମ୍

855

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ଖାଦ୍ୟ । ହୋଟେଲ ମେଫେୟାରରେ ରହଣି ସମୟରେ ଖେଳାଳିମାନେ ଏହି ଖାଦ୍ୟ ଖାଇବେ । ସେହିପରି ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ର ଭାବେ ସଜା ଯାଇଛି । ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେଫେୟାରରେ ବୁକ୍ ହୋଇଛି ୯୦ଟି ରୁମ୍ । ଆଉ କିଛି ସମୟ ପରେ ପହଁଚିବେ ଉଭୟ ଦଳର ଖେଳାଳି ।

ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ଖେଳାଳି । ଏହା ପରେ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଆସିବେ ହୋଟେଲ୍ ମେ ଫେୟାରକୁ । ଆସନ୍ତାକାଲି ସୁରକ୍ଷା ମଧ୍ୟରେ ବାରବାଟି ପଡିଆକୁ ଅଭ୍ୟାସ କରିବାକୁ ଯିବେ ଦୁଇ ଦଳର ଖେଳାଳି । ମ୍ୟାଚ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଶେଷ ହୋଇସାରିଛି କାରକେଡ୍ ରିହରସେଲ ।

ଖେଳାଳି ଆସିବାକୁ ଥିବା ବସକୁ ନେଇ ଭୁବନେଶ୍ୱରରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ମକଡ୍ରିଲ କରିଛି କମିଶନରେଟ୍ ପୋଲିସ । ସେପଟେ ଷ୍ଟାଡିୟମ ବାହାରେ ଏବଂ ଭିତରେ ଛାଇଗଲାଣି ଖେଳାଳୀଙ୍କ ପୋଷ୍ଟର ଏବଂ ବ୍ୟାନର ।