ନିର୍ବାଚନରେ ରହିବ ନାହିଁ କୌଣସି କୋଭିଡ୍ କଟକଣା । ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

168

କନକ ବ୍ୟୁରୋ : ପୌର ନିର୍ବାଚନ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ପ୍ରସମିଟ୍ ଜରିଆରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନ୍ କହିଛନ୍ତି, ପୌର ଏବଂ ମହାନଗର ନିଗମ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୩ଟା ସୁଦ୍ଧା ଶେଷ ହେବ ନାମାଙ୍କନ ଦାଖଲର ସମୟ ସୀମା । ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ପୌର ନିର୍ବାଚନକେ କୌଣସି କରୋନା କଟକଣା ରହିବ ନାହିଁ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ରାଜ୍ୟରେ କେସ୍ ପଜିଟିଭିଟି ହାର କମିଥିବାରୁ ପ୍ରଚାର କଟକଣା ନାହିଁ । ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ ସେମିତି ପ୍ରଚାର କରାଯିବ । କିନ୍ତୁ ଯଦି ଆଗକୁ କେସ୍ ବଢେ, ତେବେ କଟକଣା ଲାଗୁ କରାଯିବ । ସେପଟେ ପ୍ରତି ବୁଥରେ ୨ଟି ଇଭିଏମ୍ ରହୁଥିବାରୁ ପୋଲିଂ ଟିମ୍ ବଢିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ୍ କମିଶନ୍ । ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଓ ୪ ପୋଲିଂ ଅଫିସର ରହିବେ