କନକ ବ୍ୟୁରୋ : ଜୀବନକାଳ ଭିତରେ ଆପଣଙ୍କ କେବେ ନା କେବେ ଆଖି ଡେଇଁଥିବ । ଆଉ ଆଖି ଡେଇଁଲାମାନେ ପାଖ ଆଖରେ ଥିବା ଲୋକ କହିଥିବେ ଆଜି କିଛି ଶୁଭ ନହେଲେ ଅଶୁଭ ହେବ । ଏହି ଆଖି ଡେଇଁବାକୁ ନେଇ ୨୦୦୧ ମସିହାରେ ଓଡ଼ିଆ ଆଲବମରେ ଗୋଟିଏ ଗୀତ ମଧ୍ୟ ରିଲିଜ୍ ହୋଇଥିଲା ‘ଡେଉଁଛି ମୋ ବାଁ ଆଖି’ । ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକ ଲୋକ ଅନେକ ସଙ୍କେତ ଉପରେ ବିଶ୍ବାସ କରିଥା’ନ୍ତି । ବାମ ଆଖି ଡେଇଁବାକୁ କିଛି ସ୍ଥାନରେ ଶୁଭ କୁହାଯାଉଥିବା ବେଳେ ଆଉ କେଉଁଠି ଅଶୁଭ ବୋଲି କୁହାଯାଏ । କୁହାଯାଏ ମହିଳାଙ୍କ ବାମ ଆଖି ଏବଂ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ । ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ସମୟ ପାଇଁ ହେଲେ ସାଧାରଣ କିନ୍ତୁ ଦିନେ କି ଦୁଇଦିନ ପାଇଁ ହେଲେ ଚିନ୍ତାର ବିଷୟ ପାଲଟିଯାଏ । ତେବେ କ’ଣ ବାସ୍ତବରେ ଆଖି ଡେଇଁଲେ ଶୁଭ କି ଅଶୁଭ ହୁଏ ? ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/10/26/twitching-eye-scauses-2025-10-26-20-05-20.jpg)
ବୈଜ୍ଞାନିକଙ୍କ ମତରେ ଆଖି ଡେଇଁବା ଏକ ସାମାନ୍ୟ ପ୍ରକ୍ରିୟା । ଆଖିରେ ଥିବା ମାଂଶପେଣୀ କାରଣରୁ ଏହା ଡେଇଁଥାଏ । ଚକ୍ଷୁର ଶୁଖିଲାପଣ ଯୋଗୁଁ ବି ଏପରି ହୋଇଥାଏ । ଏହାଛଡ଼ା ଆଲର୍ଜି କିମ୍ବା ପାଣି ଆଖିରେ ପଶିବା ଏହାର ଏକ କାରଣ ହୋଇପାରେ । ଏଭଳି ଏକାଧିକ କାରଣ ରହିଛି ଯାହା ସୂଚାଏ ଯେ ଆଖି କାହିଁକି ଡିଏଁ । ନିଦ୍ରା ସମ୍ପୂର୍ଣ୍ଣ ନ ହୋଇଥିଲେ ବି ଆଖି ଫଡ଼ଫଡ଼ ହେବା ଆରମ୍ଭ ହୋଇଯାଏ । ଦୀର୍ଘ ସମୟ ଗୋଟିଏ ଜାଗାକୁ ଚାହିଁ ରହିବା , ବହି ପଢ଼ିବା କିମ୍ବା ସିନେମା ଦେଖିବା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । କମ୍ପ୍ୟୁଟର , ଲାପଟପ୍ , ମୋବାଇଲ୍ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇପାରେ । ଆଖିର ମାଂସପେଶୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ ଏବଂ ଏହି ସ୍ଥିତିରେ ଚକ୍ଷୁର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଦୂରଦୃଷ୍ଟିରେ ଅଧିକ କଷ୍ଟ ହୋଇଥାଏ । କିଛି କ୍ଷେତ୍ରରେ ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ ଲକ୍ଷଣ । ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତିତ ଏବଂ ସେହି କଥାକୁ ବାରମ୍ବାର ଭାବୁଥା’ନ୍ତି ତେବେ ଷ୍ଟ୍ରେସ୍ ଅଧିକ ବଢ଼ିଥାଏ । ଯେଉଁଥିପାଇଁ ଆପଣଙ୍କ ଆଖି ଡେଇଁବା ଆରମ୍ଭ ହୋଇପାରେ । ଚିନ୍ତା ଯୋଗୁଁ ନିଦ ବି ବାରମ୍ବାର ଭାଙ୍ଗିଥାଏ । ଯଦି ଆପଣ ଅତ୍ୟଧିକ ଚା’ କଫି କିମ୍ବା ମଦ୍ୟପାନ କରୁଛନ୍ତି ତେବେ ଆଖିର ମାଂସପେଶୀ ଥକିଯାଆନ୍ତି ଏବଂ ଆଖି ଡେଇଁବା ଆରମ୍ଭ ହୋଇଥାଏ ।
ତେବେ ଆପଣଙ୍କ ଆଖିରେ ଯଦି ଏଭଳି ସମସ୍ୟା ଦେଖାଦେଉଛି ତେବେ କିଛି ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ ଏବଂ ଏଥିପାଇଁ ଦରକାର ପ୍ରଚୁର ନିଦ । ଅତିକମରେ ୭ ରୁ ୮ ଘଣ୍ଟା ଶୋଇବାକୁ ନିଶ୍ଚିତ କରନ୍ତୁ । ଧ୍ୟାନ ଏବଂ ଯୋଗ ମାଧ୍ୟମରେ ମାନସିକ ଶାନ୍ତି ପାଆନ୍ତୁ । ଅତ୍ୟଧିକ ଚା’,କଫି ଓ ମଦଠାରୁ ଦୂରେଇ ରୁହନ୍ତୁ । ସ୍କ୍ରିନ୍ ସମୟ ସୀମିତ କରନ୍ତୁ । ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଥଣ୍ଡା କମ୍ପ୍ରେସ୍ ଲଗାନ୍ତୁ । ଆଖି ଡ୍ରପ୍ ବ୍ୟବହାର କରନ୍ତୁ । ଆଖି ଡେଇଁବା ସହିତ ଜଡିତ ଅନ୍ଧବିଶ୍ବାସ ପିଢ଼ି ପରେ ପିଢ଼ି ଚାଲିଆସିଛି, କିନ୍ତୁ ବିଜ୍ଞାନ ଅନୁସାରେ ଏହା କେବଳ ଏକ ସାଧାରଣ ଶାରୀରିକ ପ୍ରତିକ୍ରିୟା । ଏହା ଆମର ଜୀବନଶୈଳୀ, ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/26/eye-2025-10-26-20-04-21.jpg)