କନକ ବ୍ୟୁରୋ : ଭଲ ଲୋକ ହେବା ପାଇଁ କୌଣସି ଡିଗ୍ରି ଦରକାର ନାହିଁ । ହୃଦୟରେ କରୁଣାର ଭାବ ରଖିବା ପାଇଁ ଟଙ୍କା ଦେବାକୁ ପଡ଼େ ନାହିଁ । ଦୁଇ ପଦ ଭଲ କଥା,ସ୍ମିତହାସ୍ୟ ଏବଂ ପରୋପକାରର ଭାବ ହିଁ ମଣିଷପଣିଆର ଉତ୍କୃଷ୍ଟ ସ୍ତର । ଆଜିର ଯୁଗରେ ଯେଉଁଠି ପାଣି ଟୋପାଏ ଦେବା ପାଇଁ ଲୋକ କୁନ୍ଥୁକୁନ୍ଥୁ ହୁଅନ୍ତି ସେଠାରେ କିଛି ଏମିତି ଲୋକ ବି ଅଛନ୍ତି ଯାହାଙ୍କ ପରୋପକାର କାହାର ମୁହଁରେ ଚେନାଏ ହସ ଖେଳାଇଦେବା ପାଇଁ ଯଥେଷ୍ଟ । ଆଉ ଏମିତି ହିଁ ଏକ ମହତ୍ କାମ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ଆଲୋକର ପର୍ବ ଦୀପାବଳି ଅବସରରେ ଏହି ଯୁବକ ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ଯେମିତିକି ସ୍ବିଗି,ଜମାଟୋ,ବ୍ଲିଙ୍କିଟ୍ , ବିଗ୍ ବାସ୍କେଟ୍, ଜେପ୍ଟୋ ଭଳି ଆପରୁ ମିଠେଇ ଅର୍ଡର କରିଥିଲେ । କିନ୍ତୁ ନିଜ ପାଇଁ ନୁହେଁ କି ସଂପର୍କୀୟଙ୍କୁ ଦେବା ପାଇଁ ନୁହେଁ , ଏହା ପଛରେ ଥିଲା ଏକ ମହତ୍ ଉଦ୍ଦେଶ୍ୟ ।
ଆଦିବାସୀ ଝିଅ ହେଲେ ସିଭିଲ୍ ଜଜ୍ …୨ ଦିନ ପୂର୍ବରୁ ଜନ୍ମ ଦେଇଥିଲେ ଛୁଆ ,୨୫୦ କି.ମି ଯାତ୍ରା କରି ଦେଲେ ପରୀକ୍ଷା
/filters:format(webp)/kanak/media/media_files/2025/10/23/diwali-hyderabad-2025-10-23-15-35-15.jpg)
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିଣିନେଇଛି । ଗୁଣ୍ଡେତି ମହେନ୍ଧର ରେଡ୍ଡୀ ନିଜ ଇନଷ୍ଟାଗ୍ରାମରେ ସେୟାର୍ କରିଥିବା ଏହି ଭିଡିଓରେ ଲୋକ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଭିଡିଓରେ ଦେଖାଯାଉଛି ଯେ ହାଇଦ୍ରାବାଦରେ ବିଭିନ୍ନ ଫୁଡ୍ ଡେଲିଭରି ଆପରୁ ମିଠା ଅର୍ଡର କରି ଯୁବକ ଜଣକ ସେହି ଡେଲିଭରି ବୟଙ୍କୁ ହିଁ ଦେଉଛନ୍ତି ଯେଉଁମାନେ ଅର୍ଡର ନେଇ ତାଙ୍କ ପାଖକୁ ଆସୁଛନ୍ତି । ଅର୍ଡର ଡେଲିଭର ପାଇଁ ଆସିଥିବା ଡେଲିଭରି ବୟ ପ୍ରଥମେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ପରେ ମିଠା ନେଇ ଧନ୍ୟବାଦ ଦେଉଛନ୍ତି । ଏହି ସମୟରେ ସେମାନଙ୍କ ମୁଖର ଭାବଭଙ୍ଗୀ ହିଁ କହୁଛି ସେମାନଙ୍କୁ ବି ସ୍ପେଶାଲ୍ ଅନୁଭବ କରିବାର ଅଧିକାର ଅଛି । ପରିବାରର ଦାୟିତ୍ବ , ଟଙ୍କା ରୋଜଗାର କରିବାର ଚାପ ସେମାନଙ୍କ ମନରୁ ପର୍ବର ମଉଜ ଭୁଲାଇ ଦେଲାଣି । ଦୀପାବଳି ଅବସରରେ ସବୁ କାର୍ଯ୍ୟାଳୟରେ ଛୁଟି ଥିବା ବେଳେ ଏହି ଡେଲିଭରି ବୟ କିନ୍ତୁ ଘରକୁ ଘର ବୁଲି ଅର୍ଡର ଡେଲିଭରି କରୁଛନ୍ତି । ଅନ୍ୟ କର୍ମଚାରୀ ପରିବାରଙ୍କ ସହ ପର୍ବ ସେଲିବ୍ରେଟ୍ କରୁଥିବା ବେଳେ ଏମାନେ ପର୍ବରେ ମଧ୍ୟ କାମ କରନ୍ତି କେବଳ ନିଜ ପରିବାର ପାଇଁ । ଆଉ ଏମାନଙ୍କ ପାଇଁ ଯୁବକଙ୍କର ଏଭଳି ଭିନ୍ନ ଏବଂ ମହତ୍ ଚିନ୍ତାଧାରା ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ମଧ୍ୟ ଶିକ୍ଷା ଦେଇଛି । ଲୋକ ଡେଲିଭରି ବୟଙ୍କ ପରିଶ୍ରମକୁ ସଲାମ କରିବା ସହ ଉକ୍ତ ଯୁବକଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି । ଭିଡିଓଟି ପୋଷ୍ଟ୍ ହେବାର କିଛି ସମୟ ପରେ ହିଁ ଭାଇରାଲ୍ ହୋଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।
ORS ପିଉଥିଲେ ସାବଧାନ ! ବଜାରରେ ବୁଲୁଛି ନକଲି ORS , ଡାକ୍ତର କଲେ ସାଙ୍ଘାତିକ ଖୁଲାସା
ତେବେ ଏହା ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୋଇଛି । କେତେବେଳେ ରାସ୍ତା କଡ଼ରେ ଦୀପ ବିକ୍ରି କରୁଥିବା ଲୋକଙ୍କଠାରୁ ଦୀପ କିଣିବା ପାଇଁ ଅପିଲ୍ କରାଯାଇଛି ତ ଆଉ କେତେବେଳେ ଷ୍ଟ୍ରିଟ୍ ଭେଣ୍ଡରଙ୍କଠାରୁ ଦର ନକମାଇବା ପାଇଁ କୁହାଯାଇଛି । ଏଭଳି ଭିଡିଓ ଲୋକଙ୍କୁ ସମାଜରେ ଭଲ କାମ କରିବା ପାଇଁ ପ୍ରୋତ୍ସାହିତ କରୁଛି ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/23/delivery-boy-2025-10-23-15-41-01.jpg)