ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଅର୍ଥାତ୍ TRF ଏହି ଆକ୍ରମଣର ଦାୟିତ୍ବ ନେଇଛି ।

Advertisment
Kashmir
Kashmir Photograph: (google)

ପର୍ଯ୍ୟଟକ ଘାଟିରେ ଅଶ୍ବାରୋହଣ କରିବା ସମୟରେ ଆତଙ୍କବାଦୀ ସେଠାରେ ପହଁଞ୍ଚିଥିଲେ ଏବଂ ପଞ୍ଜାବୀ ଭାଷାରେ ସେମାନଙ୍କୁ ଧର୍ମ ପଚାରିଥିଲେ । ସମସ୍ତଙ୍କ ପରିଚୟ ଜାଣିବା ପରେ ନର ରାକ୍ଷସ ଆରମ୍ଭ କରିଥିଲେ ଗୁଳିବର୍ଷା । ପାଖାପାଖି ୫୦ ରାଉଣ୍ଡ ଫାୟାରିଂ କରି ନିରୀହଙ୍କୁ ମାରି ପକାଇଲେ ଆତଙ୍କବାଦୀ । ସୂତ୍ର ଅନୁସାରେ , ମୃତକଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ରହିଛନ୍ତି । ଏମିତିକି ନାଁ ପଚାରି ପଚାରି ଗୁଳି ମାରିଥିବା ଖବର ମଧ୍ୟ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

Pahalgam 33
Pahalgam 33 Photograph: (google)

ମୃତକମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ , ଗୁଜରାଟ, ମହାରାଷ୍ଟ୍ର , କର୍ଣ୍ଣାଟକ , ତାମିଲନାଡୁ ଏବଂ ଓଡ଼ିଶାର ପର୍ଯ୍ୟଟକ ଅଛନ୍ତି । ଏହା ସହିତ ନେପାଳ ଏବଂ ୟୁଏଇର ଜଣେ ଲେଖାଏଁ ପର୍ଯ୍ୟଟକ ଏବଂ ୨ ଜଣ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପରେ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । 

pahalgam case
pahalgam case Photograph: (google)

ଆତଙ୍କୀ ପ୍ରଥମେ ପର୍ଯ୍ୟଟକଙ୍କ ନାଁ ପଚାରିଲେ , ପରେ ଜଣ ଜଣ କରି ପୁରୁଷମାନଙ୍କୁ ଗୁଳି ମାରିଲେ । ସମସ୍ତଙ୍କୁ ଗୁଳି କରି ଦୌଡ଼ି ପଳାଇଲେ ଆତଙ୍କବାଦୀ । 

Majunath
Majunath Photograph: (google)

କର୍ଣ୍ଣାଟକର ମଞ୍ଜୁନାଥ ନିଜ ଧର୍ମପତ୍ନୀଙ୍କ ସହ କାଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପତ୍ନୀ ଆତଙ୍କୀଙ୍କ ଗୋଡ଼ ଧରି କହିଥିଲେ ଯେ ‘ମୋ ସ୍ବାମୀକୁ ମାରିଲ ମତେ ବି ମାରିଦିଅ ।’ କିନ୍ତୁ ନରରାକ୍ଷସ କହିଲେ ‘ମୋଦୀକୁ କହିବା ପାଇଁ ତୁମକୁ ଛାଡୁଛୁ ।’

binay
binay Photograph: (google)

ପହଲଗାମ୍ ଆତଙ୍କୀ ଆକ୍ରମଣରେ ହରିଆଣାର ନୌସେନା ଅଧିକାରୀ ଲେଫ୍ଟନାଣ୍ଟ୍ ବିନୟ ନରୱାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଦୁଃଖର ବିଷୟ ହେଉଛି ୭ ଦିନ ପୂର୍ବରୁ ହିଁ ତାଙ୍କ ବିବାହ ହୋଇଥିଲା ଏବଂ ସେ ହନିମୁନ୍ ପାଇଁ କାଶ୍ମୀର ଆସିଥିଲେ । 

subham
subham Photograph: (google)

ଏହି ଆକ୍ରମଣରେ କାନପୁରର ଶୁଭମ୍ ଦ୍ବିବେଦୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ୨ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ସେ ନିଜ ପତ୍ନୀ ଏବଂ ପରିବାରର ୧୧ ଜଣ ସଦସ୍ୟଙ୍କ ସହ କାଶ୍ମୀର ବୁଲିବାକୁ ଆସିଥିଲେ । 

Manish
Manish Photograph: (google)

ବିହାରର ମନୀଷ ରଞ୍ଜନଙ୍କୁ ତାଙ୍କ ପତ୍ନୀ ଏବଂ ୨ ସନ୍ତାନଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲେ ନର ରାକ୍ଷସ ଆତଙ୍କବାଦୀ । ରଞ୍ଜନଙ୍କ ପତ୍ନୀ ଏବଂ ୨ ସନ୍ତାନ ସୁରକ୍ଷିତ ଅଛନ୍ତି । 

old
old Photograph: (google)

ବୃଦ୍ଧଙ୍କୁ ମଧ୍ୟ ଛାଡ଼ିଲେନି ଆତଙ୍କବାଦୀ । ଆହତ ଅବସ୍ଥାରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୃଦ୍ଧ ବ୍ୟକ୍ତି ।