ଗତ କିଛି ଦିନ ଧରି ଉତ୍ତରପ୍ରଦେଶର ନୂଆ ଆତଙ୍କ ପାଲଟିଛି ବ୍ଲୁ ଡ୍ରମ୍ । ସୋସିଆଲ୍ ମିଡିଆରେ ବି ନୀଳ ଡ୍ରମକୁ ନେଇ ଭାରି ଚର୍ଚ୍ଚା । ଏହି ଡ୍ରମର ଚର୍ଚ୍ଚା ସେତେବେଳେ ଆରମ୍ଭ ହେଲା ଯେତେବେଳେ ସୌରଭ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ତାଙ୍କ ପତ୍ନୀ ମୁସ୍କାନ୍ ହତ୍ୟା କରିଥିଲେ । ପରକୀୟା ପ୍ରୀତି ପାଇଁ ପ୍ରେମିକ ସାହିଲ୍ ସହ ମିଶି ମୁସ୍କାନ୍ ସ୍ବାମୀଙ୍କୁ ୧୫ ଖଣ୍ଡ କରି କାଟି ନୀଳ ଡ୍ରମରେ ସିମେଣ୍ଟ୍ ଦେଇ ଭର୍ତ୍ତି କରିଥିଲେ । ଘଟଣାକୁ ବହୁ ଦିନ ବିତି ଯାଇଥିଲେ ବି ବ୍ଲୁ ଡ୍ରମର ଟ୍ରେଣ୍ଡ୍ କମିବାର ନାଁ ନେଉନି । କେତେବେଳେ ରିଲ୍ ତ କେତେବେଳେ ସିନେମା ଗୀତରେ ଦେଖିବାକୁ ମିଳିଲାଣି ଏହି ନୀଳ ଡ୍ରମ୍ । ଏମିତିକି ଏବେ ଲୋକ ମଧ୍ୟ ନୀଳ ଡ୍ରମ୍ କିଣିବାକୁ ଭୟ କରୁଛନ୍ତି । ଡ୍ରମ୍ ବ୍ୟବସାୟକୁ ନେଇ ପ୍ରସିଦ୍ଧ ଅଲ୍ଲିଗଡ଼ରେ ଡ୍ରମ୍ ବେପାରୀଙ୍କ ବ୍ୟବସାୟ ମାନ୍ଦାରେ ଚାଲିଛି କହିଲେ ଚଳେ । ଯାହାକୁ ଦେଖ ଆତଙ୍କର ଅନ୍ୟନାମ ବ୍ଲୁ ଡ୍ରମ୍ ବୋଲି କହୁଛନ୍ତି ।
दूल्हा-दुल्हन को मिला अनोखा नीला ड्रम गिफ्ट, शादी में गिफ्ट देख बाराती-घराती रह गए हैरान, वीडियो वायरल, ताजा हुई मेरठ कांड की यादें !!
— MANOJ SHARMA LUCKNOW UP🇮🇳🇮🇳🇮🇳 (@ManojSh28986262) April 19, 2025
उत्तर प्रदेश के हमीरपुर जिले में एक शादी समारोह में पहली बार दोस्तों ने ऐसा गिफ्ट दूल्हा और दुल्हन को थमाया जिसे देख बाराती और घराती भी दंग रह… pic.twitter.com/XIglBiPJFL
ତେବେ ଟ୍ରେଣ୍ଡକୁ ନଜରରେ ରଖି ଗୋଟିଏ ବିବାହ ସମାରୋହରେ ବରର ସାଙ୍ଗମାନେ ବର ଏବଂ ବଧୂଙ୍କୁ ବ୍ଲୁ ଡ୍ରମ୍ ଉପହାର ଦେଇଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଘଟଣାଟି ଉତ୍ତରପ୍ରଦେଶର ହମୀରପୁରର ବୋଲି ଜଣାପଡ଼ିଛି । ଯେଉଁଠି ବରବଧୂଙ୍କୁ ବର ସାଙ୍ଗମାନେ ବ୍ଲୁ ଡ୍ରମ୍ ଉପହାର ସ୍ବରୂପ ଦେଇଛନ୍ତି । ଖାଲି ଏତିକି ନୁହଁ ଡ୍ରମ୍ ଦେବା ସମୟରେ ବନ୍ଧୁମାନେ କହିଥିଲେ ଯେ ‘ଭାଉଜ ନିଅ ଉପହାର ଭବିଷ୍ୟତରେ କାମ ଦେବ ।’ ଏହି ନୀଳଡ୍ରମକୁ ଦେଖି ରିସେପସନରେ ଆସିଥିବା ଅତିଥି ମଧ୍ୟ ହକ୍କାବକ୍କା ହୋଇ ଚାହିଁଛନ୍ତି । ତେବେ ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଏ କହୁଛନ୍ତି ‘ହତ୍ୟା ଘଟଣାକୁ ମଜା କରିସାରିଲେଣି ।’ ଆଉ କିଏ କହୁଛନ୍ତି , ‘ଏମିତିକା ସାଙ୍ଗ ଭଗବାନ କାହାକୁ ନ ଦିଅନ୍ତୁ ।’