ଉତ୍ତରପ୍ରଦେଶର ମିରଟ୍ ହତ୍ୟାକାଣ୍ଡକୁ ଅନେକ ସମୟ ବିତିଗଲାଣି । ସୌରଭଙ୍କୁ କେମିତି ତାଙ୍କ ସ୍ତ୍ରୀ ମୁସ୍କାନ୍ ପରକୀୟା ପ୍ରୀତି ପାଇଁ ୧୫ ଖଣ୍ଡ କରି କାଟି ଡ୍ରମ୍ ଭିତରେ ଭର୍ତ୍ତି କରିଥିଲେ ତାହା ପୂରା ଦେଶ ଦେଖିଲା । ନୀଳ ଡ୍ରମ୍ , ସିମେଣ୍ଟ୍ ,ସିମଲା ଆଉ ସାହିଲ୍ ଏମିତି ଅନେକ ନାଁରେ ଟିଭିରେ ଲଗାତାର ଏହି ଖବର ପରିବେଶଣ କରାଗଲା । ସୌରଭଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ୍ ମିଡିଆରେ ଅଭିଯାନ ଚାଲିଲା । ଏହାପରେ ବି ପରକୀୟା ପ୍ରୀତି କେତେ ଯେ ମୁଣ୍ଡ ନେଲା ତାହା ଖବରକାଗଜ ପୃଷ୍ଠା ଏବଂ ଟିଭି ପରଦାରେ ଆପଣ ଦେଖିଥିବେ

Advertisment
sourav case
sourav case Photograph: (google)

କିନ୍ତୁ ଦୁଃଖର ବିଷୟ ହେଉଛି ଏହି ମାମଲାକୁ ନେଇ ଅନେକ ରିଲ୍ ମଧ୍ୟ ଭାଇରାଲ୍ ହେଲା । ୟୁଜର୍ ଯେତେ ଦୁଃଖ ବ୍ୟକ୍ତ କଲେ ତା’ଠାରୁ ଅଧିକ ଫନି ରିଲ୍ କରି ପୋଷ୍ଟ୍ କରିବାରେ ଲାଗିଲେ । ଏମିତି ଲାଗୁଥିଲା ଯେମିତିକି ରିଲଗୁଡ଼ିକ ସଚେତନ କମ୍ , ମଜାଳିଆ ଢ଼ଙ୍ଗରେ ଅଧିକ ପ୍ରଦର୍ଶନ ହେଉଛି । କମେଣ୍ଟରେ ୟୁଜର୍ ମଧ୍ୟ ଅସନ୍ତୋଷ ଝାଡ଼ିଲେ କିନ୍ତୁ ଭ୍ୟୁ ଆଗରେ ବୋଧହୁଏ ଚିନ୍ତା କରିବାର ଶକ୍ତି ମଣିଷ ହରାଇ ବସିଲାଣି । 

drum
drum Photograph: (google)

ଏହାରି ଭିତରେ ଗୋଟିଏ ଭୋଜପୁରୀ ଗୀତ ଏବେ ବିବାଦରେ ଆସିଛି । ଗୀତଟି ରିଲିଜ୍ ହେବା ମାତ୍ରେ ୟୁଜରଙ୍କ ରାଗ ପଞ୍ଚମରେ । କେମିତି ତୁରନ୍ତ ଗୀତକୁ ଡିଲିଟ୍ କରାଯିବ ଏନେଇ ସମସ୍ତେ ସ୍ବର ଉଠାଇବା ଆରମ୍ଭ କଲେଣି । ଗୀତଟି କୌଣସି ସାଧାରଣ ବିଷୟକୁ ନେଇ ନୁହଁ ବରଂ ମିରଟ୍ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ନୀଳ ଡ୍ରମକୁ ନେଇ ହୋଇଛି । ସୋସିଆଲ୍ ନେଟୱାର୍କିଙ୍ଗ୍ ସାଇଟ୍ ଏକ୍ସରେ ୟୁଜର୍ସ ଲଗାତାର ଏହି ଗୀତକୁ ଡିଲିଟ୍ କରିବା ପାଇଁ ମେକର୍ସଙ୍କ ଉପରେ ଚାପ ପକାଉଛନ୍ତି । ଏହି ଗୀତଟିକୁ ଭୋଜପୁରୀ ଗାୟକ ଗୋଲ୍ଡି ଯାଦବ ଗାଇଥିବା ବେଳେ ‘Born Music Bhojpuri’ ୟୁଟ୍ୟୁବ୍ ଚ୍ୟାନେଲରେ ଏପ୍ରିଲ୍ ୬ ତାରିଖରେ ଏହା ରିଲିଜ୍ ହୋଇଛି । ସବୁଠାରୁ ଅଜବ କଥା ହେଉଛି ଗୀତର ଟାଇଟେଲ୍ , ଯାହାର ନାଁ ରହିଛି ‘ଡ୍ରମ୍ ମେ ରାଜା’ । ବର୍ତ୍ତମାନ ପର୍ଯ୍ୟନ୍ତ ଗୀତଟିକୁ ୩୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ଗୀତର ଲିରିକ୍ସ ପ୍ରିନ୍ସ ପ୍ରିୟଦର୍ଶୀ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ପ୍ରୀୟାଂଶୁ ସିଂ କରିଛନ୍ତି ।

ଭୋଜପୁରୀ ଅଭିନେତା ପାରୁଲ୍ ଯାଦବ ଏବଂ ଗୌରବ କୁଶବାହ ଗୀତରେ ଅଭିନୟ କରିଛନ୍ତି । ଏପଟେ ଲୋକ ଗୀତକୁ ଦେଖିଲା କ୍ଷଣି କମେଣ୍ଟ୍ ସେକ୍ସନରେ ଗାଳିର ବର୍ଷା କରିଥିଲେ, ଆଉ ଏହାକୁ ଦେଖି ମେକର୍ସ କମେଣ୍ଟ୍ ସେକ୍ସନକୁ ହିଁ ବନ୍ଦ କରିଦେଲେ । ଏକ୍ସରେ କମେଣ୍ଟ୍ କରି ଲୋକ କହୁଛନ୍ତି ଯେ ‘ଭୋଜପୁରୀ ହେଉଛି ଏକ ମିଠା ଭାଷା, ମନୋରଞ୍ଜନ ନାଁରେ କିଛି ବିକୃତ ମାନସିକତାର ଲୋକ ଏହି ଭାଷାକୁ ବଦନାମ୍ କରୁଛନ୍ତି । ଏଭଳି ଫାଲତୁ ଗୀତ ଉପରେ ଫୁଲଷ୍ଟପ୍ ଲଗାଇବା ନିହାତି ଜରୁରୀ ।’