ନିକଟରେ ଆମେରିକାନ୍ ଫାଷ୍ଟ୍ ଫୁଡ୍ ରେଷ୍ଟୁରାଣ୍ଟ୍ କେଏଫସି ନିଜର ଖାସ୍ ଟୁଥପେଷ୍ଟ୍ ଲଞ୍ଚ୍ କରିଛି । ଯାହା ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ ମାତ୍ର ୪୮ ଘଣ୍ଟା ଭିତରେ ଏହାର ସମ୍ପୂର୍ଣ୍ଣ ପ୍ରଡକ୍ଟ ବିକ୍ରି ହୋଇଯାଇଛି । ଔଷଧୀୟ ଗୁଣରେ ଭରପୂର ଜଡ଼ିବୁଟି ସାହାର୍ଯ୍ୟରେ ଏହି ଟୁଥପେଷ୍ଟକୁ ତିଆରି କରାଯାଇଥିବା କଥା କମ୍ପାନି କହୁଛି । ଯାହାର ଖାସ୍ ଟେଷ୍ଟ୍ ଲୋକଙ୍କୁ ଭାରି ପସନ୍ଦ ଆସୁଛି । ମାର୍କେଟକୁ ଆସିବାର ମାତ୍ର ୨ ଦିନ ପରେ ହିଁ ଏହି ଟୁଥପେଷ୍ଟର ସବୁ ଷ୍ଟକ୍ ବିକ୍ରି ହୋଇସାରିଛି ।
/kanak/media/media_files/2025/04/10/BsmE1J5rNeGwejiq9mkm.jpg)
ଅଷ୍ଟ୍ରେଲିୟାନ୍ ଓରାଲ୍ କେୟାର୍ ବ୍ରାଣ୍ଡ୍ Hismile ଓ କେଏଫସିର ମିଳିତ ପ୍ରୟାସରେ ଏହି ପ୍ରଡକ୍ଟକୁ ତିଆରି କରାଯାଇଛି । ସବୁଠାରୁ ମଜା କଥା ହେଉଛି ଏହି ଟୁଥପେଷ୍ଟଟି ହେଉଛି ଫ୍ରାଇଡ୍ ଚିକେନ୍ ଫ୍ଲେବରର, ଯାହାକୁ ବ୍ରଶରେ ଲଗାଇ ଘଷିଲା ମାତ୍ରେ ପାଟିକୁ ଫ୍ରାଇଡ୍ ଚିକେନର ଟେଷ୍ଟ୍ ଆସିବ । କମ୍ପାନିର କହିବାନୁସାରେ, ଏହି କେଏଫସି ଟୁଥପେଷ୍ଟକୁ ୧୧ ପ୍ରକାର ଜଡ଼ିବୁଟି ଏବଂ ମସଲାର ମିଶ୍ରଣରେ ତିଆରି କରାଯାଇଛି । ଯାହାର ଟେଷ୍ଟ୍ ତ ଫ୍ରାଇଡ୍ ଚିକେନ୍ ପରି କିନ୍ତୁ ଏଥିରେ ନନଭେଜର ବ୍ୟବହାର ଆଦୌ ହୋଇନାହିଁ । ଏହି ଟୁଥପେଷ୍ଟକୁ ଅଷ୍ଟ୍ରେଲିଆନ୍ କମ୍ପାନି Hismile ର ଅଫିସିଆଲ୍ ସାଇଟରୁ ଗ୍ରାହକ କିଣୁଛନ୍ତି ।
କମ୍ପାନି କହିବା ମୁତାବକ , କେଏଫସି ଲଞ୍ଚ୍ କରିଥିବା ଏହି ପ୍ରଡକ୍ଟକୁ ବ୍ୟବହାର କଲା କ୍ଷଣି ଏକ ଭିନ୍ନ ଧରଣର ଅନୁଭବ ଗ୍ରାହକ କରିପାରିବେ । ପାଟି ଭିତରକୁ ଗଲା ମାତ୍ରେ ଏହା ଚିକେନ୍ ଭଳି ସ୍ବାଦ ଦେଇଥାଏ । ତେବେ କମ୍ପାନି ତ ନିଜ ପ୍ରମୋସନ୍ କଲା କିନ୍ତୁ ବାସ୍ତବରେ ଗ୍ରାହକ ମଧ୍ୟ କେଏଫସିର ଏହି ପ୍ରଡକ୍ଟ ପ୍ରେମରେ ପଡ଼ିଯାଇଛନ୍ତି । ନହେଲେ ୪୮ ଘଣ୍ଟା ଭିତରେ ପୂରା ପ୍ରଡକ୍ଟ ବିକ୍ରି ହେବା ଆଶ୍ଚର୍ଯ୍ୟର କଥା । କେଏଫସି କମ୍ପାନିର ଏହି ପ୍ରଡକ୍ଟର ଦାମ୍ ୧୩ ଡଲାର (ଭାରତୀୟ ମୁଦ୍ରା ହିସାବରେ ୧୧୧୩ ଟଙ୍କା) ରଖିଛି । Hismile ର ମାର୍କେଟିଂ ମ୍ୟାନେଜର୍ କୋବାନ୍ ଜୋନ୍ସ କୁହନ୍ତି , କେଏଫସି ଇତିହାସରେ ଏତେ ଶୀଘ୍ର ସଫଳ ପାଇଥିବା ପ୍ରଡକ୍ଟଙ୍କ ଭିତରେ ସବୁଠାରୁ ଆଗରେ ରହିଛି ଏହି ଟୁଥପେଷ୍ଟ୍ । ଯାହାକୁ ଗ୍ରାହକ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଦିନକୁ ଦିନ ଏହାର ଚାହିଦା ବଢୁଛି ।