ବେଳେବେଳେ ନିଜର ଏକୁଟିଆପଣ, ରୋଜଗାରର ମାଧ୍ୟମ ପାଇଁ ମଣିଷ ଘରେ ପୋଷା ଜୀବ ପାଳିଥାଏ । ବିଲେଇରୁ ଆରମ୍ଭ କରି କୁକୁର ,ଶୁଆ, ବଳଦ, ମାଙ୍କଡ଼, ମଇଁଷି ଏମିତି ଅନେକ ଜୀବ ଘରେ ପାଳିଥା’ନ୍ତି ଲୋକେ । ଆଉ ମାଲିକଙ୍କ ସହ ପୋଷା ଜୀବ ଏମିତି ସଂପର୍କରେ ଆସନ୍ତି ଯେ କ୍ଷଣିକେ ନ ଦେଖିଲେ ପାଗଳ ପ୍ରାୟ ହୁଅନ୍ତି ।
/kanak/media/media_files/2025/04/09/SLmopsKi26Aceo63K42r.jpg)
ସୋସିଆଲ୍ ମିଡିଆରେ ଆପଣ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ କେଉଁଠି କାଉ ମାମା , ପାପା ଡାକିଲାଣି ତ ଆଉ କେଉଁଠି ଶୁଆ ବଲିଉଡ୍ ଗୀତରେ ନାଚିଲାଣି । ଏବେ ପୁଣି ସମାନ ଢ଼ଙ୍ଗରେ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଗୋଟିଏ ପୋଷା ମାଙ୍କଡ଼ ମାଲିକଙ୍କ ଘରେ ଘରକାମ କରୁଛି । ଘରକାମ କହିଲେ ବାସନ ମାଜିବା, ରୁଟି ବେଲିବା, ଖାଦ୍ୟ ପରଷିବା, ମସଲା ବାଟିବା, ଲୁଗାପଟା ସାଇତା ରଖିବା, ଘର ଝାଡୁ ମାରିବା ଇତ୍ୟାଦି । ଶୁଣିକରି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ କଥାଟି ସତ ଆଜ୍ଞା ।
/kanak/media/media_files/2025/04/09/QlNRl5yDTec1zWxYjSrp.jpg)
ଏହି ଭାଇରାଲ୍ ଭିଡିଓଟି ଉତ୍ତରପ୍ରଦେଶର ରାୟବରେଲୀ ଅଞ୍ଚଳର ବୋଲି କୁହାଯାଉଛି । ରାୟବରେଲୀର ଖାଗୀପୁର ସଡ଼ୱା ଗାଁରେ ରହୁଥିବା ଆକାଶଙ୍କ ଘରେ ‘ରାନୀ’ ନାମକ ଗୋଟିଏ ମାଙ୍କଡ଼ ବହୁ ବର୍ଷ ହେଲାଣି ରହିଆସୁଛି । ଏତେ ବର୍ଷ ଭିତରେ ମାଙ୍କଡ଼ ରାନୀକୁ ଘରର ସଦସ୍ୟ ଭଳି ଯତ୍ନ ନେଉଛନ୍ତି ଆକାଶଙ୍କ ପରିବାର । ରାନୀ ମଧ୍ୟ ୮ ବର୍ଷ ହେଲାଣି ଆକାଶଙ୍କ ପରିବାର ସହ ରହି ମଣିଷଙ୍କ ପରି ସବୁ ଘରକାମ କରୁଛି । ଆକାଶଙ୍କ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି ଯେଉଁଥିରେ ସେ ପୋଷା ମାଙ୍କଡ଼ର ଘରକାମ କରୁଥିବା ପ୍ରତ୍ୟେକଟି ଭିଡିଓକୁ ପୋଷ୍ଟ୍ କରନ୍ତି ଯାହା ମିଲିୟନ୍ ଭିଉ କ୍ରଶ୍ କରେ । ଏହି ଚ୍ୟାନେଲରେ ବର୍ତ୍ତମାନ ୮ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି ।
ସୂଚନା ଅନୁସାରେ , ୮ ବର୍ଷ ପୂର୍ବେ ସଡ଼ୱା ଗାଁରେ ମାଙ୍କଡ଼ଙ୍କ ଗୋଟିଏ ଦଳ ବୁଲୁଥିଲା । ଯେଉଁଥିରୁ ଗୋଟିଏ ମାଙ୍କଡ଼ ଦିଗହରା ହୋଇ ଏଣେତେଣେ ବୁଲୁଥିଲା । ଅସହାୟ ମାଙ୍କଡ଼ଟିକୁ ଖାଦ୍ୟ ଖୁଆଇ ଆଶ୍ରୟ ଦେଇଥିଲେ ଆକାଶଙ୍କ ପରିବାର । ଆଉ ସେହି ଦିନଠାରୁ ମାଙ୍କଡ଼ ରାନୀ ପରିବାରର ସଦସ୍ୟ ପାଲଟିଗଲା । ଖାଲି ପରିବାରର ନୁହଁ ଗାଁରେ ମଧ୍ୟ ରାନୀକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି । ଏମିତିକି ଘରେ ଯଦି ପଡ଼ୋଶୀଙ୍କୁ କିଛି ଦେବାକୁ କହିବେ ରାନୀ ଉକ୍ତ ଜିନିଷ ନେଇ ପଡ଼ୋଶୀଙ୍କୁ ଦେଇ ଆସିଥାଏ । ବର୍ତ୍ତମାନ ରାନୀ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/media_files/2025/04/09/547HnvzCnLpBC0GvCkGI.jpg)