ବିଶ୍ବସ୍ତ ବନ୍ଧୁ ବୋଲାଉଥିବା କୁକୁର ପ୍ରତି ପ୍ରାୟ ସମସ୍ତଙ୍କ ମନରେ ସମ୍ବେଦନଶୀଳ ଭାବ ରହିଥାଏ । ସରଳ ଭାଷାରେ କହିବାକୁ ଗଲେ , ଦୁନିଆରେ କୁକୁରପ୍ରେମୀଙ୍କ ଅଭାବ ନାହିଁ । କିଛି ଲୋକ କୁକୁରଙ୍କୁ ନିଜ ଛୁଆ ଭଳି ପାଳନ କରିଥାନ୍ତି । ହଜାର ହଜାର ଟଙ୍କା ଦେଇ ସ୍ପେଶାଲ୍ ବ୍ରିଡର କୁକୁର ଘରକୁ ଆଣି ଲାଳନପାଳନ କରନ୍ତି । ଆମ ଆଖପାଖରେ ଷ୍ଟ୍ରିଟ୍ ଡଗ୍ ବୁଲୁଥିଲେ ହେଁ ବିଶ୍ବରେ ଅନେକ ପ୍ରକାରର କୁକୁର ବ୍ରିଡ୍ ରହିଛି ଯାହାର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏଭଳି ଏକ କୁକୁର ବ୍ରିଡ୍ ହେଉଛି ଉଲ୍ଫ ଡଗ୍, ଯାହାର ମୂଲ୍ୟ କାହିଁରେ କେତେ ।
/kanak/media/media_files/2025/03/24/HMzBNTJ6FrNO1vFBjhc1.webp)
ତେବେ ବର୍ତ୍ତମାନ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏହି କୁକୁରଟିକୁ କିଣିଛନ୍ତି । ଏସ୍.ସତୀଶ୍ ନାମକ ଏହି ବ୍ୟକ୍ତି ଦୁନିଆର ସବୁଠାରୁ ମହଙ୍ଗା କୁକୁର କିଣିଛନ୍ତି । ଯାହାର ମୂଲ୍ୟ ୫୦ କୋଟି ଟଙ୍କା ରହିଛି । ଏହି କୁକୁରଟିକୁ ଦୁନିଆର ସବୁଠାରୁ ମହଙ୍ଗା ବ୍ରିଡ୍ ବୋଲି କୁହାଯାଉଛି । ଜଙ୍ଗଲୀ ବିଲୁଆ ଏବଂ କୋକେସିୟାନ୍ ସେଫର୍ଡର ମିକ୍ସ ବ୍ରିଡ୍ କୁହାଯାଉଥିବା ଏହି ଉଲ୍ଫ ଡଗକୁ ବେଙ୍ଗାଲୁରୁର ଏହି ଡଗ୍ ବ୍ରିଡର୍ କିଣିଛନ୍ତି । କେଡାବମ୍ବ ଓକାମୀ ନାମକ ଦୁଲ୍ଲଭ ଉଲ୍ଫ ଡଗ୍ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସତୀଶ୍ ।
/kanak/media/media_files/2025/03/24/fy0Zo0Uta3COb88x91b7.webp)
୫୧ ବର୍ଷୀୟ ସତୀଶ୍ ଫେବୃଆରୀ ମାସରେ ଜଣେ ବ୍ରୋକରଙ୍କ ଜରିଆରେ ଏହି କୁକୁରକୁ କିଣିଥିଲେ । ଦୁନିଆର ସବୁଠାରୁ ଦୁଲ୍ଲଭ ଏବଂ ମହଙ୍ଗା କୁକୁରର ବୟସ ମାତ୍ର ୮ ମାସ କିନ୍ତୁ ଓଜନ ହେଉଛି ୭୫ କିଲୋ ଏବଂ ଲମ୍ବ ୩୦ ଇଞ୍ଚ୍ । ଏହି ବ୍ରିଡର କୁକୁରଙ୍କୁ ପ୍ରାୟତଃ ବିକ୍ରି କରାଯାଇନଥାଏ କିନ୍ତୁ ପ୍ରଥମଥର ପାଇଁ ଜଣେ ଭାରତୀୟ ଏହି ଆମେରିକା କୁକୁର କିଣିଥିବାରୁ ସତୀଶ୍ ନିଜକୁ ଭାଗ୍ୟବାନ ମନେକରନ୍ତି । ବିଲୁଆ ଭଳି ଦେଖାଯାଉଥିବା ଏହି କୁକୁରକୁ ଦେଖିବା ପାଇଁ ସତୀଶଙ୍କ ପାଖକୁ ଅନେକ ଲୋକ ଆସୁଛନ୍ତି ।
/kanak/media/media_files/2025/03/24/DTfuERgBRle5k10zaAo3.jpg)
ସତୀଶଙ୍କ କହିବାନୁସାରେ ,୫୦ କୋଟି ଟଙ୍କା ବ୍ୟୟରେ ସେ କୁକୁରକୁ କିଣିଥିଲେ । ଏତେ ଟଙ୍କା ଦେଇ କୁକୁର କିଣିବା ଅର୍ଥ ହେଉଛି ସେ ବିଭିନ୍ନ ବ୍ରିଡର କୁକୁର ପାଳିବା ପାଇଁ ପସନ୍ଦ କରନ୍ତି ଏବଂ ଭାରତକୁ ଏଭଳି ଭିନ୍ନ ଭିନ୍ନ କୁକୁର ଆଣିବା ତାଙ୍କର ସଉକ୍ । କୋକେସିୟାନ୍ ସେଫର୍ଡ ଜର୍ଜିୟା ଏବଂ ଋଷ୍ ଭଳି ଥଣ୍ଡା ଅଞ୍ଚଳରୁ ଆସିଥା’ନ୍ତି । ଯାହାଙ୍କ ବ୍ୟବହାର ଶିକାରୀ ପଶୁଙ୍କଠାରୁ ରକ୍ଷା କରିବା ପାଇଁ ହୋଇଥାଏ । କାରଣ ଏହି ବ୍ରିଡର ଶକ୍ତି କୌଣସି ବଳଶାଳୀ ବନ୍ୟଜନ୍ତୁଙ୍କଠାରୁ କିଛି କମ୍ ନୁହେଁ ।
/kanak/media/media_files/2025/03/24/7zpi8VrmDfnA4inGrMMX.webp)
ପୂର୍ବରୁ କୁକୁରଙ୍କ ବ୍ରିଡିଙ୍ଗ୍ କରୁଥିବା ଫେମସ୍ ଡଗ୍ ବ୍ରିଡର୍ ଏସ୍.ସତୀଶ୍ ଇଣ୍ଡିଆନ୍ ଡଗ୍ ବ୍ରିଡର୍ସ ଆସୋସିଏସନର ନେତୃତ୍ବ ନେଉଛନ୍ତି । ବର୍ତ୍ତମାନ ବ୍ରିଡିଙ୍ଗ୍ ନ କରୁଥିଲେ ହେଁ ବିଭିନ୍ନ ଦେଶର ଦୁଲ୍ଲଭ କୁକୁରଙ୍କୁ ପଶୁପ୍ରେମୀଙ୍କ ଆଗକୁ ଆଣି ଭଲ ରୋଜଗାର କରନ୍ତି ସତୀଶ୍ । ଡଗ୍ ଶୋ’ ରେ ୩୦ ମିନିଟ୍ କାର୍ଯ୍ୟକ୍ରମ ଭିତରେ ସେ ୨,୨୦୦ ପାଉଣ୍ଡ ଭାରତୀୟ ମୁଦ୍ରା ହିସାବରେ ୨ ଲକ୍ଷ ୪୬ ହଜାର ୭୦୫ ଟଙ୍କା ଏବଂ ୫ ଘଣ୍ଟାର ପ୍ରୋଗ୍ରାମରେ ୯୦୦୦ ପାଉଣ୍ଡ ଅର୍ଥାତ୍ ୧୦ ଲକ୍ଷ ୯ ହଜାର ୨୫୧ ଟଙ୍କା ରୋଜଗାର କରିଥା’ନ୍ତି । ସତୀଶ୍ କୁହନ୍ତି ଗୋଟିଏ କୁକୁରକୁ କିଣିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କଲେ ଆଦୌ ବାଧିବନି କାରଣ ଲୋକ ଡଗ୍ ଶୋ’କୁ ଦେଖିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଦିନକୁ ଗୋଟିଏ କାର୍ଯ୍ୟକ୍ରମ ହେଲେ ଲକ୍ଷାଧିକ ଟଙ୍କା ମିଳେ ତେଣୁ ଏଥିରେ କୌଣସି ପ୍ରକାର କ୍ଷତିର ପ୍ରଶ୍ନ ହିଁ ଉଠୁନି । ଦର୍ଶକ ଟଙ୍କା ଖର୍ଚ୍ଚ କରି ଆସନ୍ତି,ଡଗ୍ ଶୋ’ ଦେଖନ୍ତି ଏବଂ କୁକୁରଙ୍କ ସହ ସେଲ୍ଫି ଉଠାନ୍ତି । ଗୋଟିଏ ଫିଲ୍ମର ସ୍କ୍ରିନିଂ ବେଳେ ଦର୍ଶକ ଯେମିତି ଉତ୍ସୁକତାର ସହ ଅଭିନେତା,ଅଭିନେତ୍ରୀଙ୍କୁ ଦେଖି ହୁଅନ୍ତି ଠିକ୍ ସେହିଭଳି ଏକ ଡଗ୍ ଶୋ’ରେ ମଧ୍ୟ ଶୋ’ର ଆକର୍ଷଣ କୁକୁର ଏବଂ ଟ୍ରେନର୍ ହୋଇଥା’ନ୍ତି ।
ଆପଣଙ୍କୁ କହିରଖୁଛୁ କି ସତୀଶଙ୍କ ପାଖରେ ଏକ ଚାଉ ଚାଉ କୁକୁର ମଧ୍ୟ ରହିଛି ଯାହା ଦେଖିବାକୁ ଅବିକଳ ଲାଲ୍ ପାଣ୍ଡା ଭଳି । ସତୀଶ୍ ନିଜ ପୋଷା କୁକୁରଙ୍କୁ ୭ ଏକରର ବିଶାଳ ସ୍ଥାନରେ ରଖିଛନ୍ତି । ଏଠାରେ ବିଭିନ୍ନ ବ୍ରିଡର କୁକୁର ଏକାଠି ହୋଇରୁହନ୍ତି । କୁକୁରଙ୍କ ସୁରକ୍ଷା ପାଇଁ ନିଜ ଘରର ଚାରିପାଖେ ୧୦ ଫୁଟ୍ ଉଚ୍ଚର କାନ୍ଥ ଏବଂ ୨୪ ଘଣ୍ଟିଆ ସିସିଟିଭି ସୁରକ୍ଷାକୁ କଡାକଡି କରିଛନ୍ତି ସତୀଶ୍ ।