୧୦ ଦିନ ତଳେ ହୋଇଥିଲା ନିର୍ବନ୍ଧ, ନଭେମ୍ବରରେ ହୋଇଥା’ନ୍ତା ବାହାଘର । ଘରେ ବାଜିଥା’ନ୍ତା ସାହାନାଇ, ସେଥିପାଇଁ ଜୋରସୋରରେ ଆରମ୍ଭ ହୋଇଥିଲା ବିବାହର ପ୍ରସ୍ତୁତି । ହେଲେ ବିଧିର ବିଧାନରେ ଆଉ କିଛି ହିଁ ଲେଖାଥିଲା । ଯେଉଁ ଘରେ ବାଜିଥା’ନ୍ତା ସାହାନାଇ ଆଜି ସେହି ଘରେ ଶୁଭୁଛି ଗାର୍ଡ ଅଫ୍ ଅନର୍ ।
/kanak/media/media_files/2025/04/06/hZqaD4RWmKOYhpcimRNf.jpg)
ନିୟମିତ ପ୍ରଶୀକ୍ଷଣ ସମୟରେ ଭାରତୀୟ ବାୟୁସେନାର ଜଗୁଆର ବିମାନ କ୍ରାଶ୍ ହେଲା ଏବଂ ବିମାନ ଚଲାଉଥିବା ଫ୍ଲାଇଟ୍ ଲେଫ୍ଟିନାଣ୍ଟ୍ ସିଦ୍ଧାର୍ଥ ଯାଦବ ଏହି ଦୁର୍ଘଟଣାରେ ସହିଦ୍ ହୋଇଗଲେ । ବଡ଼ କଥା ହେଉଛି ବାୟୁସେନାର ଏହି ବୀର ଯଦି ଚାହିଁଥା’ନ୍ତେ ତାହେଲେ ନିଜ ଜୀବନ ବଞ୍ଚାଇ ପାରିଥା’ନ୍ତେ କିନ୍ତୁ ଜଣଙ୍କ ଜୀବନ ବଦଳରେ ଚାଲିଯାଇଥା’ନ୍ତା ଅନେକଙ୍କ ଜୀବନ । ଆଉ ଯବାନ ନିଜ ଜୀବନକୁ ଖାତିର୍ ନ କରି ଦେଇଥିଲେ ବଳିଦାନ । ସିଦ୍ଧାର୍ଥ ଏବଂ ତାଙ୍କ ସାଥୀ ପାଇଲଟ୍ ମିଶି ବିମାନକୁ ଜନବସତୀଠାରୁ ଦୂରକୁ ନେଇ ଖୋଲା ସ୍ଥାନରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କଲେ କିନ୍ତୁ ବିମାନଟି ସେତେବେଳେ ବିସ୍ଫୋରଣ ହୋଇସାରିଥିଲା । ସାଥୀ ପାଇଲଟ୍ ଜଣକ ଆହତ ଅବସ୍ଥାରେ ବାହାରକୁ ବାହାରି ଆସି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ନିଜ ଜୀବନକୁ ବାଜି ଲଗାଇଦେଲେ ବୀର ଯବାନ ସିଦ୍ଧାର୍ଥ ଯାଦବ । ଜାମନଗର ସହରଠାରୁ ପାଖାପାଖି ୧୨ କି.ମି ଦୂର ସୁବର୍ଦା ଗାଁରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ କହିଛନ୍ତି ,୨ ସିଟ୍ ଥିବା ଜଗୁଆର ଲଢୁଆ ବିମାନ ଆକାଶରେ ହିଁ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଥିଲା । ଯେଉଁଥିପାଇଁ ଯବାନଙ୍କୁ ନିଜ ଜୀବନ ବାଜି ଲଗାଇବାକୁ ପଡ଼ିଲା ।
/kanak/media/media_files/2025/04/06/nmvpDTPDBvUivgFJJqsE.jpg)
ସହିଦଙ୍କ ଶେଷଯାତ୍ରା ବେଳେ ତାଙ୍କ ଭାବିପତ୍ନୀ ସାନିଆ ସିଦ୍ଧାର୍ଥଙ୍କ ଗୋଟିଏ ଝଲକ ଦେଖିବା ପାଇଁ ସେଠାରେ ପହଂଚିଥିଲେ । କିନ୍ତୁ ସେହି ସମୟର ମୁହୂର୍ତ୍ତ ଯେ କେହିବି ଦେଖିଲେ ତାଙ୍କ ଆଖିରୁ ଲୁହ ବାହାରି ଆସିଲା । ତ୍ରିରଙ୍ଗା ପତାକା ଘୋଡାଇ ହୋଇ ଶୋଇଥିବା ସିଦ୍ଧାର୍ଥଙ୍କୁ ଯେତେବେଳେ ସାନିଆ ଦେଖିଲେ ଭୋ’ ଭୋ ହୋଇ କାନ୍ଦି କହିଲେ , ‘ବେବି , ତୁମେ ଆସିଲନି ମତେ ନେବାକୁ .. ତୁମେ କହିଥିଲ ଆସିବ ବୋଲି .. ମୁଁ ତୁମକୁ ଛାଡ଼ି କେମିତି ରହିବି ।’
/kanak/media/media_files/2025/04/06/D5fDLRkBUKZLGNPwJzqp.jpg)
/kanak/media/media_files/2025/04/06/9mYyvUG7YeJm0ssMROtr.jpg)
ଆପଣଙ୍କୁ ଏଠାରେ କହିରଖୁଛୁ କି ସିଦ୍ଧାର୍ଥଙ୍କ ପରିବାର ଲମ୍ବା ସମୟ ଧରି ସେନାରେ ଦେଶସେବା କରୁଛନ୍ତି । ଯବାନଙ୍କ ଜେଜେବାପା , ବାପା , ଦାଦା ସମସ୍ତେ ସେନାରେ ସେବା ଯୋଗାଇ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଦୁଃଖର କଥା ହେଉଛି ଦୁର୍ଘଟଣା ଘଟିବାର ଠିକ୍ ୧୦ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖ ଦିନ ସିଦ୍ଧାର୍ଥଙ୍କ ନିର୍ବନ୍ଧ ହୋଇଥିଲା ଏବଂ ବିବାହ ନଭେମ୍ବର ୨ ତାରିଖରେ ହୋଇଥା’ନ୍ତା । ସେ ମାର୍ଚ୍ଚ ୨୩ ତାରିଖରେ ପରିବାର ସହ ସମୟ ବିତାଇ ଡ୍ୟୁଟି ଜଏନ୍ କରିଥିଲେ । କିନ୍ତୁ ହଠାତ୍ ଏଭଳି ଦୁଃଖଦ ଖବର ଶୁଣି ପରିବାର , ବନ୍ଧୁବାନ୍ଧବ , ପୁରା ସହର ଶୋକର ଛାୟାରେ ଖେଳିଯାଇଛି । ସିଦ୍ଧାର୍ଥଙ୍କ ପିତା ସୁଜିତ୍ ଯାଦବ ନିଜ ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ ସିଦ୍ଧାନ୍ତ ସବୁବେଳେ ଉଡ଼ିବାକୁ ଚାହୁଁଥିଲା ଏବଂ ଦେଶ ପାଇଁ ସେବା ଯୋଗାଇ ଦେବାକୁ ଚାହୁଁଥିଲା । ଏଭଳି ପୁଅ ପାଇ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ।