ଯୋଡାମୁଣ୍ଡ ଶିଶୁ ଜଗା କାଳିଆ ଘରେ ନୂଆ ଅତିଥି । ଜନ୍ମ ନେଲା ଭଉଣୀ ସୁଭଦ୍ରା, ଖୁସିରେ ଜଗା ଭୁଲି ଯାଇଛି କାଳିଆ ଯିବାର ଦୁଃଖ

507

କନକ ବ୍ୟୁରୋ : କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଜଗା କାଳିଆ ଘରକୁ ଆସିଛି ନୂଆ ଅତିଥି । ଗତ ୭ ତାରିଖ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଜଗାର ମା ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା । ସୁଭଦ୍ରାକୁ ଦେଖି ଜଗା ବର୍ତମାନ ବହୁତ ଖୁସି ଥିବା ବେଳେ ଭୁଲି ଯାଇଛି କଳିଆ ଯିବାର ଦୁଃଖ ।
ସୁଭଦ୍ରା ଆସିଲା ପରେ ଜଗା ବର୍ତମାନ ଚଳଚଞ୍ଚଳ ହୋଇପଡ଼ିଛି । ପାଖରେ ଭଉଣୀକୁ ଦେଖି ଟିକିଏ ବି ଛାଡି ଯାଉନି । ତାର ଦୈନିନ୍ଦିନ ରୁଟିନ୍ ମଧ୍ୟ ବଦଳି ଗଲାଣି ସେ ଆଉ ବାହରକୁ ବୁଲିଯାଉନି କି ବାପା ଙ୍କ ସହ ଆଉ ଖେଳୁନି । କେବଳ ଭଉଣି ପାଖରେ ଜଗି ବସୁଛି । ରୁମକୁ ମଧ୍ୟ କାହାକୁ ଛାଡୁନି ଡାକ୍ତର ମନା କରିଛନ୍ତି କହି ରୁମ କୁ ଆସନି କରୋନା ହେବ । କାଳିଆ ଗଲା ପରେ ମଧ୍ୟ ଜଗା ର ଅବସ୍ଥା ଦେଖି ଡାକ୍ତର,ବାପା,ମାଆ ଚିନ୍ତିତ ହୋଇପଡ଼ିଥିଲେ । ଏବେ କିନ୍ତୁ ଜଗା ର ପରିବର୍ତନ ଦେଖି ସମସ୍ତେ ଖୁସି ,ଜଗା କରୋନା ସରିଲେ ଦିଲ୍ଲି ଯିବା ପୁଣି ତାର ଅପରେସନ ପାଇଁ ।