ପିପିଲିରୁ ନିଖୋଜ ନାବାଳିକା ଗଞ୍ଜାମରୁ ଉଦ୍ଧାର । ବଳପୂର୍ବକ ଉଠାଇ ନେଇ ବିବାହ କରିଥିଲେ ସମ୍ପର୍କୀୟ, ସ୍କୁଲ ଶିକ୍ଷୟତ୍ରୀଙ୍କ ଠାରୁ ଖବର ପାଇ ତତ୍ପର ହେଲା ଜିଲ୍ଲା ପ୍ରଶାସନ ।

744

କନକ ବ୍ୟୁରୋ : ପିପିଲି ଅଂଚଳରୁ ନିଖୋଜ ନାବାଳିକା ଉଦ୍ଧାର ହେଲେ ଗଞ୍ଜାମ ଜିଲ୍ଲା ସୋରଡା ଅଂଚଳରୁ । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅକୁ ସୋରଡା ବ୍ଲକ ସାଲିମାଗୋଚ୍ଛା ପଂଚାୟତର ମୁଡେଶକୁପା ଗାଁରୁ ଉଦ୍ଧାର କରାଯାଇଛି । ନାବାଳିକା ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ କରାଇନେଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀ ଜଣକ ଦଶହରା ପରେ ସ୍କୁଲ ନଆସିବାରୁ ଶିକ୍ଷୟିତ୍ରୀ ସନ୍ଦେହ କରି ପରିବାର ଲୋକଙ୍କୁ ଝିଅ ବାବଦରେ ପଚାରିଥିଲେ । ଏହାପରେ ପରିବାର ଲୋକେ ଯାହା କହିଲେ ତାହା ଶୁଣି ଚକିତ ହୋଇଯାଇଥିଲେ ଶିକ୍ଷୟିତ୍ରୀ । ନାବାଳିକାର ସଂପର୍କୀୟ ମାମୁଁ ପୁଅ ନାବାଳିକାକୁ ବଳପୂର୍ବକ ଘରକୁ ନେଇ ଯାଇ ବିବାହ କରିଛି । ଏହାପରେ ଶିକ୍ଷୟିତ୍ରୀ ଜଣକ ଗଂଜାମ ଜିଲ୍ଲାପାଳଙ୍କୁ ଟୁଇଟ କରି ଘଟଣା ସଂପର୍କରେ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋରଡା ସିଡିପିଓ ଓ ବରଗଡ ପୁଲିସ ମୁଡେସକୁପା ଗାଁକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ନାବାଳିକାଙ୍କୁ ଏବେ ବ୍ରହ୍ମପୁର ଚାଇଲ୍ଡ କେୟାରରେ ରଖାଯାଇଥିବା ଜଣାପଡିଛି ।