ଆନ୍ଧ୍ରକୁ ଓଡିଶାଦେଲା କଡ଼ା ଜବାବ । ‘କୋଟିଆ ମୋର’ କହି ୨୧ ଖଣ୍ଡ ଗାଁରେ ଲାଗିଲା ଓଡ଼ିଆ ସାଇ ବୋର୍ଡ

272

କନକ ବ୍ୟୁରୋ : କାଟିଆକୁ ନେଇ ବଢିଲା ଆନ୍ଧ୍ର-ଓଡିଶା ବିବାଦ । କୋଟିଆରେ ଲାଗିଲା ଓଡିଆ ନାମ ଫଳକ । କୋଟିଆ ଗ୍ରାମପୁଞ୍ଜର ୨୧ଟିଗାଁରେ ଓଡିଆରେ ନାମ ଫଳକ । ପଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ନେରେଡି ୱାଲସା ଓ ତାଡିୱାଲସାରେ ଓଡିଆ ସାଇନ ବୋର୍ଡ ଲେଖାଯାଇଛି । ଆଗକୁ ଅନ୍ୟ ଗାଁରେ ବି ଓଡିଆ ସାଇନ ବୋର୍ଡ ଲାଗିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ‘କୋଟିଆ ମୋର’ କହି ଏହି ନାମ ଫଳକ ଲଗାଯାଇଛି । ଆନ୍ଧ୍ର ପକ୍ଷରୁ ସଂପୃକ୍ତ ଅଂଚଳରେ ତେଲୁଗୁରେ ସାଇନବୋର୍ଡ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଓଡିଶାର ଏହି ପଦକ୍ଷେପ ଆନ୍ଧ୍ରକୁ ଶକ୍ତ ଝଟକା ହୋଇଛି । ଆସନ୍ତା ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବିବାଦୀୟ ଗାଁ ଫାଟୁସିନେରୀ ଓ ଫଗୁଣସିନେରୀ ଗାଁରେ ସରକାରୀ କାର୍ଯ୍ୟକ୍ରମ ରଖାଯାଇଛି । ଏଥିରେ ଆନ୍ଧ୍ର ସାଲୁରୁ ବିଧାୟକ ଓ ସେଠାକାର ଅନ୍ୟ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।