ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

79

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥଗ୍ରହଣ ଉତ୍ସବ ପାଳନ ହୋଇଥିଲା ।

ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ ପ୍ରଧାନ ବିଚାରପତି ହୋଇଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ବାପା ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ଼ । ସେ ୧୯୭୮ରେ ଦେଶର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ ୨ ବର୍ଷରୁ ଅଧିକ କାଳ ସେ ଏହି ପଦବୀରେ ରହିବା ପରେ ଅବସର ଗ୍ରହଣ କରିବେ । ତେଣୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବା ପାଇଁ ସୁଯୋଗ ପାଇବେ । ବିପୁଳ ସଂଖ୍ୟାରେ ପଡ଼ିରହିଥିବା ମାମଲା, ଭିତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ।