ଆଜି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, କର୍ମୀଙ୍କ ପାଇଁ କରିପାରନ୍ତି ବଡ ଘୋଷଣା ।

309

କନକ ବ୍ୟୁରୋ : ଆଜି ୨୩ ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଦଳର ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ଧୂମଧାମ ସହ ପାଳନ କରିବ ଦଳ । ବିଭିନ୍ନ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ । ସେହିପରି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳର କର୍ମୀ ଓ ନେତାଙ୍କ ଉଦେଶ୍ୟରେ କିଛି ବଡ ଘୋଷଣା କରିପାରନ୍ତି ନବୀନ ।

ତେବେ ସୂର୍ଯ୍ୟପରାଗ ଥିବାରୁ ଦଳର କାର୍ଯ୍ୟସୂଚୀର ପରିବର୍ତ୍ତନ କରାଯାଇଛି । ପୂବାହ୍ନ ପରିବର୍ତ୍ତେ ଅପରାହ୍ନରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ଆବିର୍ଭାବ ହୋଇଥିଲା । ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିରଙ୍କୁଶ ଭାବେ ଶାସନ କରି ଆସୁଛି ବିଜେଡି ।