ଥରିଲା କାଶ୍ମୀର । ଲେହରେ ଭୂମିକମ୍ପ ।

112

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଭୋର ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଲେହଠାରେ ସକାଳ ପାଖାପାଖି ୭ଟା ସମୟରେ ହାଲକା ଭୂମକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି ଧନଜୀବନ ହାନୀର କିଛି ସୂଚନା ମିଳିନାହିଁ ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିବା ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ମୁତାବକ, ଜମ୍ମୁ-କାଶ୍ମୀରର ଲେହଠାରୁ ୧୮୬ କିଲୋମିଟର ଦୂରରେ ଏହାର କେନ୍ଦ୍ରବିନ୍ଦୁ ରହିଛି । ଏହା ପୂର୍ବରୁ ସୋମବାର ହିମାଚଳପ୍ରଦେଶରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବତ୍ର ୨.୫ ଥିଲା । ଏହାର କେନ୍ଦ୍ରସ୍ଥଳ ଭୂଗର୍ଭର ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡିଥିଲା ।