ରାୟଗଡା ଗୁଣପୁରରେ ଖୋଲିଛି ମଣ୍ଡି, ହେଲେ ଚାଷୀ ବିକ୍ରି କରିପାରୁନି ଧାନ : ନାମ ପଞ୍ଜିକରଣ ହୋଇନଥିବାରୁ ଟୋକନ ପାଇନାହାଁନ୍ତ କୃଷକ

189

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡିକୁ ନେଇ ଚାଷୀଙ୍କ ସମସ୍ୟା ବଢିଯାଇଛି । ପ୍ରଥମେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଧାନମଣ୍ଡି ଖୋଲିଥିଲା । ଏବେ ମଜୁରି ବଢାଇବା ଦାବିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଯୋଗୁଁ ମଣ୍ଡିଗୁଡିକରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଏବେ ଟାର୍ଗେଟ ଆଳରେ ମଣ୍ଡିଗୁଡିକୁ ମିଲର୍ସ ନିୟମିତ ଆସୁନଥିବାରୁ ହଜାର ହଜାର ବସ୍ତା ଧାନ ପଡିରହିଛି । ଧାନ ଉଠାଣେ ବାଧାପ୍ରାପ୍ତ ହୋଇଥିବାରୁ ଶୀତକାକରରେ ପଡିଛି ଚାଷୀ ।

ଜୟପାଟଣା ବ୍ଲକ ଉପାନ୍ତ ଅଂଚଳରେ ବଡପୁଝାରୀଗୁଡା ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହି ମଣ୍ଡି ଏବେ ମିଲର୍ସଙ୍କ ମର୍ଜିରେ ଚାଲିଛି । ଏଠାରେ ମିଲର୍ସ ଆସିଲେ ଧାନକିଣା ଯାଉଛି ନହେଲେ ନାହିଁ । ଗତ ୩ ଦିନ ହେଲେ ମିଲର୍ସ ନିୟମିତ ନ ଆସିବାରୁ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଖୋଲାଆକାଶ ତଳେ ପଡିରହିଛି । ଆଉ ଏହା ଚାଷୀଙ୍କ ଚିନ୍ତା ବଢାଇଦେଇଛି ।