କିଛି ସମୟ ପରେ ଜନ୍ମମାଟିରେ ପହଞ୍ଚିବ ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର : କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ ପରେ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

84

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଓଡିଶାରେ ପହଂଚିବ ଏଭରେଷ୍ଟ ଆରୋହଣକାରୀ, ପର୍ବତାରୋହି କଳ୍ପନା ଦାସଙ୍କ ପାର୍ଥିବ ଶରୀର । ଏଭରେଷ୍ଟ ବିଜୟିନୀଙ୍କ ମର ଶରୀର ନେପାଳ କାଠମାଣ୍ଡୁରୁ ଆସି ଦିଲ୍ଲୀରେ ପହଂଚି ସାରିଛି । ଦିଲ୍ଲୀରୁ ଭୁବନେଶ୍ୱରକୁ ଆଜି ବିମାନ ଯୋଗେ ଆସିବ କଳ୍ପନା ଦାଶଙ୍କ ମୃତଦେହ । ତେବେ ଶନିବାର ବିମାନ ମିସ୍ ହେବା କାରଣରୁ ତାଙ୍କ ମରଶରୀର ଆସିପାରିନଥିଲା । ଆଜି ସକାଳ ପ୍ରାୟ ୯ ଟାରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ନେଇ ସୂଚନା ମିଳିଛି । କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ କଳିଙ୍ଗ ଷ୍ଟାଡିଅମ ଅଣାଯିବ ।

ମିଳିଥିବା ସୂଚନା ଅନୁସାରେ ଏକ ଘଂଟା ଧରି ସର୍ବସାଧାରଣ ପାଇଁ କଳ୍ପନାଙ୍କ ଶେଷ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ ତାଙ୍କର ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନିଆଯିବ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ ସେ ଏଭରେଷ୍ଟ ଶିଖରରେ ଫେରିବା ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମର ଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଜରିଆରେ ଅଣାଯାଇଥିଲା । କାଣମାଣ୍ଡୁରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିଲା । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର କାମ ସରିବା ପରେ ଏହାକୁ ଶନିବାର ଦିଲ୍ଲୀ ଅଣାଯାଇଥିଲା । ଆଜି ଏହା ଭୁବନେଶ୍ୱର ଆସୁଛି ।