ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠିତ

136

କନକ ବ୍ୟୁରୋ : ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ସୌମ୍ୟରଞ୍ଜଙ୍କ ମୃତ୍ୟୁକୁ ମାସେ ବିତିଯାଇଥିଲେ ବି ପୋଲିସ ହାତରେ କୌଣସି ତଥ୍ୟ ଲାଗିନି । ତେଣୁ ଏହି ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ କରିବ ।
ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠିତ । ଡିଜିଙ୍କ ନିର୍ଦ୍ଦେଶ ପରେ ତଦନ୍ତଭାର ନେଲା କ୍ରାଇମବ୍ରାଞ୍ଚ, ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସୌମ୍ୟଙ୍କ ମୃତ୍ୟୁକୁ ମାସେ ବିତିଯାଇଥିଲେ ବି ଏଯାଏଁ ଜାରି ରହିଛି ସସପେନ୍ସ । କ୍ରାଇମ ବ୍ରାଞ୍ଚ ସବୁ ଦିଗରୁ ତଦନ୍ତ ଆରମ୍ଭ କରିବ । ୬ ଜଣିଆ ସାଇଣ୍ଟିଫିକ ଟିମଙ୍କୁ ଏଥିରେ ନିଯୁକ୍ତି କରାଯିବ । ଏହି ୬ ଜଣିଆ ଫରେନସିକ ଟିମରେ ଫିଜିକ୍ସ, କେମେଷ୍ଟ୍ରି ଟିମ, ଫିଙ୍ଗରପ୍ରିଣ୍ଟ, ଫୋଟୋଗ୍ରାଫି, ଭିଡିଓ ଗ୍ରାଫି ଓ ଫାୟାର ଡିପାର୍ଟମେଣ୍ଟର ଅଫିସର ରହିବେ ଓ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ । ଏହି ଘଟଣାରେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ । ଯେଉଁ ଯେଉଁ ଦିଗକୁ ନେଇ ଅଭିଯୋଗ ଆସିଛି, ସେହି ଦିଗରୁ ତଦନ୍ତ କର । ଯିବ