୨୩ଟି ରାଜ୍ୟକୁ ବ୍ୟାପିଲାଣି କରୋନାର ନୂଆ ପ୍ରଜାତି । ୧୫ଶହ ୨୫କୁ ବୃଦ୍ଧି ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ସର୍ବାଧିକ

124

କନକ ବ୍ୟୁରୋ : ୨୩ଟି ରାଜ୍ୟକୁ ବ୍ୟାପିଲାଣି କରୋନାର ନୂଆ ପ୍ରଜାତି ଓମିକ୍ରନ । ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୫ଶହ ୨୫ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭୂତାଣୁ ସଂକ୍ରମଣ ଅଧିକ ଘାତକ ହୋଇନଥିବା କୁହାଯାଉଛି । କିନ୍ତୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି ।
ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ମାଡୁଛି ଚାଲିଛି କରୋନା । ଦିଲ୍ଲୀରୁ ୩୫୧, ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳ ୧୦୯, ରାଜସ୍ଥାନ ୬୯, ତେଲଙ୍ଗାନା ୬୭, କର୍ଣ୍ଣାଟକ ୬୪, ହରିୟାଣା ୬୩, ପଶ୍ଚିମବଙ୍ଗ ୨୦, ଆନ୍ଧ୍ରପ୍ରଦେଶ ୧୭ ଓ ଓଡ଼ିଶାରୁ ୧୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେପଟେ ଓମିକ୍ରନକୁ ନେଇ ଲୋକଙ୍କୁ ସତର୍କ କରାଯାଉଥିଲେ ବି ଲୋକେ କଟକଣା ମାନିବାକୁ ରାଜି ନଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ କଟକଣାକୁ ଫୁ କରି ଲୋକେ ବଜାର ଘାଟରେ ଭିଡ ଜମାଉଛନ୍ତି । ପରସ୍ପର ମଧ୍ୟରେ କୌଣସି ସାମାଜିକ ଦୂରତା ଦେଖିବାକୁ ମିଳୁନି । ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ୍ ବହୁତ ଅଧିକ ସଂକ୍ରାମକ ହୋଇଥିବାରୁ ଅମାନିଆ ଲୋକଙ୍କୁ ନେଇ ଚିନ୍ତା ବଢୁଛି ।