କାଲିଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲକୁ ଯିବେ ଛୋଟପିଲା, ପ୍ରଥମ ସପ୍ତାହରେ ହେବନି ପାଠପଢା, କେବଳ ହେବ ଆକ୍ଟିଭିଟି ।

153

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ମୁହଁ ଦେଖିବେ ପ୍ରାଥମିକ ଶ୍ରେଣୀରେ ପାଠ ପଢ଼ୁଥବା ଛାତ୍ରଛାତ୍ରୀ । ସିଧାସଳଖ ଶ୍ରେଣୀ ଗୃହରେ ବସି କଳାପଟାରେ ପାଠପଢ଼ିବେ । ହେଲେ, ଏତେ ଦିନ ପରେ ସ୍କୁଲ ଆସୁଥିବାରୁ ସେମାନେ କେମିତି ବିଦ୍ୟାଳୟ ପରିବେଶ ସହ ଖାପଖୁଆଇ ପାଠପଢ଼ିବେ ତାହା ବଡ ଚ୍ୟାଲେଞ୍ଜ ହେବ ।

ଭିଓ () ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସୋମବାରଠାରୁ ସ୍କୁଲ ଯିବେ । ଆରମ୍ଭ ହେବ କ୍ଲାସରୁମରେ ପାଠପଢା । ପ୍ରାୟ ଦୁଇବର୍ଷ ହେବ ଶ୍ରେଣୀ ଗୃହରେ ପାଠ ପଢିବାର ସୁଯୋଗ ପାଇ ନାହାନ୍ତି ପ୍ରଥମଠାରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବିଭିନ୍ନ ଆକ୍ଟିଭିଟି କରାଯିବ । ଦୀର୍ଘଦିନ ଧରି ସ୍କୁଲ ବନ୍ଦ ଥିବାରୁ ଷ୍ଟୋରି ଲୋଖିବା, କହିବା ଭଳି କାର୍ଯ୍ୟକ୍ରମ କରାଯାଇ ହସଖୁସିର ମାହୋଲରେ ପାଠପଢା ଯିବା ନେଇ ବିଭାଗ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛି ।

ସବୁଠାରୁ ବଡ଼କଥା ହେଲା, ଛୋଟ ପିଲାଙ୍କୁ ଦିଆଯିବ ଗୁରୁତ୍ୱ ଆଉ ପୁରୁଣା ପାଠର ଭରଣା କରିବାକୁ ପ୍ରାଥମିକତା ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ପ୍ରାୟ ଦୁଇ ବର୍ଷ ଧରି ସ୍କୁଲ ପିଣ୍ଢାମାଡିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ତିଆରି କରାଯିବ ଏକ ସ୍ୱତନ୍ତ୍ର ପାଠ୍ୟ ଖସଡା । ଶ୍ରେଣୀ ଶିକ୍ଷା ଗ୍ରହଣ କରିନଥିବାରୁ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ । ଦୁଇବର୍ଷର ଶ୍ରେଣୀ ପାଠପଢାର ଭରଣା ଦୂର ହେବ ଏବଂ ପିଲାମାନେ ପଛରେ ପଡିବେ ନାହିଁ ।

କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବ । ସ୍କୁଲଗୁଡିକରେ ନିୟମ କଡାକଡି ଭାବେ ପାଳନ କରିବାସହ ହସଖୁସିରେ ପିଲାଙ୍କୁ ପାଠପଢାଇବାକୁ ନିଷ୍ପତି ହୋଇଛି । ଏନେଇ ସ୍କୁଲ ଗୁଡିକରେ ଅଭିଭାବକ ଏବଂ ଶିକ୍ଷକଙ୍କ ବୈଠକ ବି ହୋଇଛି ।