ରାଜଧାନୀରେ ଚାଞ୍ଚଲ୍ୟ ! ଭୁବନଶ୍ୱରରେ କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଂଟ କମିଶନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟା କରିଥିବା ସନ୍ଦେହ, କାରଣ ଅସ୍ପଷ୍ଟ ।

573

କନକ ବ୍ୟୁରୋ: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଂଟ କମିଶନର ଅର୍ଜ୍ଜୁନ ଧଳଙ୍କ ମୃତ ଦେହ ଉଦ୍ଦାର । ବରମୁଣ୍ଡା ସ୍ଥିତ ବାସଭବନରୁ ଅଜ୍ଜୁନଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ୍ । ଅର୍ଜ୍ଜୁନ ଆଉ ମାତ୍ର ୬ ପରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ ।

ସେପଟେ କାହିଁକି ଆତ୍ମହତ୍ୟା କଲେ କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଂଟ କମିଶନର? କ’ଣ ରହିଛି ଆତ୍ମହତ୍ୟା ପଛର କାରଣ ? ପାରିବାରିକ କଳହ ନା ଆଉ କିଛି, ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଜଣେ ଆସିଷ୍ଟାଣ୍ଟ କମିଶନରଙ୍କ ସନ୍ଦେହଜନକ ମୃତ୍ୟୁ ଏବେ କେଉଁ ନୂଆ ଖିଅ ଖୋଲିବ ତାହା ପୋଲିସର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।