ଆଦିବାସୀଙ୍କ ଅଜବ ନିୟମ: ଭିନ୍ନ ଜାତିରେ ଶ୍ୱଶୁର ବିବାହ କରିଥିବାରୁ ବୋହୂର ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି ଗାଁଲୋକେ

1,329

ଶବ ପଡିଲା ତିନି ଦିନ

ଉଠାଇବାକୁ ଆସିଲେନି କେହି

ଆଦିବାସୀଙ୍କ ଅଜବ ନିୟମ

ଭିନ୍ନ ଜାତିରେ ବାହା ହୋଇଥିଲେ ଶ୍ୱଶୁର

ବୋହୂ ମୃତ୍ୟୁ ପରେ ମାଗିଲେ ଜରିମାନା

କନକ ବ୍ୟୁରୋ: ଭିନ୍ନ ଜାତିରେ ବିବାହ କରିଥିଲେ ଶ୍ୱଶୁର । ବୋହୂର ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି ଗାଁଲୋକେ । ଫଳରେ ପାଖାପାଖି ୩ ଦିନ ପଡି ରହିଲା ଶବ । ଏପରି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବାରିପଦା କୁଚେଇ ପଂଚାୟତର ଆଦିବାସୀ ବହୁଳ ଯଶୋବାଡି ଗାଁରେ । ଗାଁର ସୁନାରାମ ସୋରେନ୍ ଭିନ୍ନ ଜାତିରେ ବିବାହ କରିଥିଲେ । ଆଦିବାସୀ ଲୋକେ ବୈଠକରେ ତାଙ୍କୁ ଜୋରିମନା କରିଥିଲେ । ହେଲେ ସେ ଦେଇନଥିଲେ ।

ଏହା ପରେ ତାଙ୍କର ପୁଅ କାନ୍ଦ୍ରା ସୋରେନ୍ ୧୦ ବର୍ଷ ତଳେ ନିକଟବର୍ତ୍ତି ଗାଁର ଜଣେ ଝିଅ ସହିତ ପ୍ରେମ ବିବାହ କରିଥିଲେ । ସେତେବେଳେ ସେ ଆଦିବାସୀ ପରମ୍ପରାରେ ଥିବା ପଣ ବି ଦେଇନଥିଲେ ଝିଅ ଘରକୁ । କିଡନୀ ରୋଗରେ ପଡି ବୋହୂ ପାର୍ବତୀ ସୋରେନର ମୃତ୍ୟୁ ହେବା ପରେ ଶବ ଉଠାଇବାକୁ ଆସିନଥିଲେ ଗାଁ ଲୋକେ । କାନ୍ଦ୍ରା ସୋରେନକୁ ଜୋରିମନା ଦେବାକୁ ଦାବି କରିଥିଲେ । ଫଳରେ ପ୍ରାୟ ୩ ଦିନ ଧରି ଶବ ପଡି ରହିଥିଲା ଗାଁରେ । ଶେଷରେ ପୋଲିସ ପହଁଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ସକ୍ରାର ପାଇଁ ଗ୍ରାମବାସୀ ରାଜି ହୋଇଥିବା ଜଣାପଡିଛି ।