ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ରେଡ୍ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ : ତାତି ଯୋଗୁଁ ଗଲାଣି ୩୦ ଜଣଙ୍କ ଜୀବନ

141

କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ରେଡ୍ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀ, ଉତରପ୍ରଦେଶ, ପଂଜାବ, ମହାରାଷ୍ଟ୍ର ଏବଂ ହରିୟାଣାରେ ରେଡ୍ ଆଲର୍ଟ ଜାରି ହୋଇଛି । ରାଜସ୍ତାନ ଜୁରରେ ତାପମାତ୍ରା ୫୦ ଡିଗ୍ରୀ ଟପିଥିବା ବେଳେ ମହାରାଷ୍ଟ୍ରରେ ୫୦ ହଜାର ପୋଖରୀ ଶୁଖିଗଲାଣୀ । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କ ଜୀବନ ମଧ୍ୟ ଚାଲିଗଲାଣୀ । ତେଲେଙ୍ଗାନାରେ ସର୍ବାଧିକ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବ । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨ ଦିନ ଗ୍ରୀଷ୍ମ ପ୍ରବାହ ମାତ୍ରାଧିକ ଅନୁଭୂତ ହେବ । ଏପଟେ ରାଜ୍ୟରେ ଶନିବାର ୪୦ ଡିଗ୍ରୀ ଉପରେ ୧୦ ଟି ସହରର ତାପମାତ୍ରା ରେକର୍ଡ ହୋଇଛି ।