ଆପଣ ଯଦି ୟୋ ୟୋ ହନି ସିଂଙ୍କ ପ୍ରଶଂସକ ତା’ହେଲେ ତାଙ୍କର ଗୋଟିଏ ଫେମସ୍ ଗୀତ ନିହାତି ଶୁଣିଥିବେ । ବ୍ଲୁ ଆଇଜ୍ ହିପନୋଟାଇଜ୍ .. ଗୀତରେ ନୀଳନୟନା ଅଭିନେତ୍ରୀଙ୍କ ସୁନ୍ଦର ଚକ୍ଷୁଯୁଗଳକୁ ଦେଖି ସିଙ୍ଗର୍ ରାପ୍ ଗୀତ ଗାଇଥିଲେ । ଆଉ ତା’ପରେ ଚାଲିଲା ନୀଳଆଖିର କ୍ରେଜ୍ । ବଲିଉଡ୍ ସେଲିବ୍ରିଟି ଯାହାଙ୍କ ସନ୍ତାନଙ୍କ ଆଖିର ରଙ୍ଗ ନୀଳ ତାଙ୍କୁ ନେଇ ଚାଲିଲା କେତେ ଚର୍ଚ୍ଚା । ଅନେକ ଲେନ୍ସର ସାହାଯ୍ୟ ନେଇ ନିଜ ଆଖିକୁ କୃତ୍ରିମ ନୀଳ ରଙ୍ଗ ଦେଲେ । ମୋଟାମୋଟି ଭାବେ କହିବାକୁ ଗଲେ ଯୁବପିଢିଙ୍କୁ କିମିଆ କଲା ନୀଳନୟନର କ୍ରେଜ୍ ।
/kanak/media/media_files/2025/04/14/fO2D7sszNjR3niPoD8ml.jpg)
ଦୁର୍ଲଭ ନୀଳନୟନ ସମସ୍ତଙ୍କୁ ଆକର୍ଷିତ କରେ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଯେ ଗୋଟିଏ ଗାଁରେ ସମସ୍ତଙ୍କ ଆଖିର ରଙ୍ଗ ନୀଳ ତା’ହେଲେ ଆପଣ କ’ଣ ବିଶ୍ବାସ କରିବେ ? ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ @jackofftoart ରେ ନିକଟରେ ଏକ ପୋଷ୍ଟ୍ ସେୟାର୍ କରାଯାଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ଫଟୋ ଦିଆଯାଇଥିଲା ଯେଉଁମାନଙ୍କ ଆଖିର ରଙ୍ଗ ନୀଳ ଥିଲା । ଖାଲି ତ ନୀଳ ନୁହେଁ ‘ଇଲେକ୍ଟ୍ରି ବ୍ଲୁ ଆଏ’ , ଯାହାଙ୍କ ଆଖିକୁ ଦେଖିଲେ ବିଜୁଳି ପରି ଚମକେ । ଇଣ୍ଡୋନେସିଆ ସୁଲାବେସି ପ୍ରାନ୍ତରେ ବୁଟାନ୍ ଆଇଲ୍ୟାଣ୍ଡରେ ରହୁଥିବା ବୁଟାନ୍ ଜନଜାତିର ଲୋକଙ୍କ ଆଖିର ରଙ୍ଗ ଇଲେକ୍ଟ୍ରି ବ୍ଲୁ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପୂରା ଆଇଲ୍ୟାଣ୍ଡବାସୀଙ୍କ ଆଖିର ରଙ୍ଗ ନୀଳ ହେଲା କେମିତି ଏବଂ ଏହା ପଛର କାରଣ କ’ଣ?
/kanak/media/media_files/2025/04/14/RY8BB4aTvNTN6He8Wfko.jpg)
ଇଣ୍ଡିଆ ଟାଇମ୍ସର ଏକ ରିପୋର୍ଟ ମୁତାବକ ଏହି ଜନଜାତିଙ୍କ ଆଖିର ରଙ୍ଗ ପ୍ରାକୃତିକ ରୂପରେ ଦୁର୍ଲଭ ଜେନେଟିକ୍ କଣ୍ଡିସନ୍ କାରଣରୁ ହୋଇଛି । ଏହି କଣ୍ଡିସନ୍ ଅନୁସାରେ ୪୨ ହଜାର ଲୋକଙ୍କ ଭିତରୁ ଜଣଙ୍କଠାରେ ଆଖିର ରଙ୍ଗ ନୀଳ ହୋଇଥାଏ । ଫଟୋଗ୍ରାଫର୍ କାର୍ଚନୋଇ ପାସାରିବୁ ଏହି ଲୋକମାନଙ୍କ ଫଟୋ ଉଠାଇଥିଲେ । ଏହି ଦୁର୍ଲଭ ଜେନେଟିକ୍ ଡିସଅର୍ଡର ନାଁ ୱାରଡେନବର୍ଗ ସିଣ୍ଡ୍ରୋମ୍ । ଏହି ଡିସଅର୍ଡର କାରଣରୁ ଶରୀରରେ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଯେପରିକି କାନକୁ କମ୍ ଶୁଣାଯିବା , ପିଗମେଣ୍ଟେସନର ଅଭାବ ଏବଂ ଶରୀରରେ ଧଳା ଦାଗ ମଧ୍ୟ ଦେଖାଯିବା । ଏହି ଡିସଅର୍ଡର ଯୋଗୁଁ ଗୋଟିଏ ଆଖିର ରଙ୍ଗ ନୀଳ ଏବଂ ଅନ୍ୟଟିର ମାଟିଆ ମଧ୍ୟ ଦେଖାଯାଏ । ରିସର୍ଚ୍ଚ କୁହେ ଯେ ଭ୍ରୁଣ ବିକାଶ ସମୟରେ ମ୍ୟୁଟେସନ୍ ଯୋଗୁଁ ଆଖିର ରଙ୍ଗ ନୀଳ ଦେଖାଯାଏ ।
ବୁଟାନ୍ ଜନଜାତି ନିଜ ଆଖିର ରଙ୍ଗକୁ ନେଇ ଯେତେ ପ୍ରସିଦ୍ଧ , ଜଙ୍ଗଲୀ ଜନ୍ତୁଙ୍କୁ ନେଇ ମଧ୍ୟ ସେତେ ଚର୍ଚ୍ଚିତ । ଏଠାରେ ଅନୋଆ ନାମକ ଏକପ୍ରକାର ଦୁର୍ଲଭ ମଇଁଷି ଦେଖିବାକୁ ମିଳେ । ଏହା ଦୁନିଆର ୧୨୯ ତମ ସବୁଠୁ ବଡ଼ ଏବଂ ଇଣ୍ଡୋନେସିଆର ୧୯ ତମ ବଡ଼ ଆଇଲ୍ୟାଣ୍ଡ୍ । ଯେମିତି ପିଢ଼ି ପରେ ପିଢ଼ି ଏଠାରେ ଲୋକସଂଖ୍ୟା ବଢୁଛନ୍ତି ଜେନେଟିକ୍ ମ୍ୟୁଟେସନ୍ ଅନୁସାରେ ଏହି ଡିସଅର୍ଡର୍ ଟ୍ରାନ୍ସଫର୍ ମଧ୍ୟ ହେଉଛି । ଆଜି ବି ବୁଟାନ୍ ଆଇଲ୍ୟାଣ୍ଡରେ ଛୁଆ ଜନ୍ମ ହେବା ପରେ ସେମାନଙ୍କ ଆଖିର ରଙ୍ଗ ଇଲେକ୍ଟ୍ରି ବ୍ଲୁ ରହୁଛି ।