ଦିନକୁ ଦିନ ବଢିବାରେ ଲାଗିଛି ବଲିଉଡର ସୁଲତାନ୍ ଅଭିନେତା ସଲମାନ୍ ଖାନଙ୍କ ଟେନସନ୍ । ଅଭିନେତାଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳିବାରେ ଲାଗିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ତାଙ୍କୁ ଲଗାତାର ଜୀବନରୁ ମାରିଦେବାକୁ ଧମକ ମିଳୁଛି । ସବୁବେଳେ ଟାଇଟ୍ ସିକ୍ୟୁରିଟିରେ ରହୁଥିବା ବଲିଉଡର ଭାଇଜାନଙ୍କୁ ଏବେ ପୁଣି ଥରେ ମିଳିଛି ହତ୍ୟା ଧମକ ।
/kanak/media/media_files/2025/04/14/9JmuiXiu6wEJhVXPO86H.jpg)
ସିକନ୍ଦର ଅଭିନେତା ସଲମାନ୍ ଖାନଙ୍କୁ ପୁଣି ଥରେ ମିଳିଲା ଜୀବନରୁ ମାରିଦେବାକୁ ଧମକ । ମୁମ୍ବାଇର ବର୍ଲି ପୁଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି ଏଭଳି ଧମକପୂର୍ଣ୍ଣ ମେସେଜ୍ । ଏହି ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ ଧମକ ମିଳିଛି । ଖାଲି ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସେଜ୍ ଜରିଆରେ ନୁହଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ । ଏହି ଘଟଣାରେ ପୁଲିସ୍ ଷ୍ଟେସନକୁ ଫୋନ୍ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍ ଏବଂ ଜୋରସୋରରେ ଚାଲିଛି ତଦନ୍ତ ।
/kanak/media/media_files/2025/04/14/ULEPZ668jN58V5nWi8B4.jpg)
ବଲିଉଡ୍ ସିନେମା ‘ହମ୍ ସାଥ୍ ସାଥ୍ ହେଁ’ର ସୁଟିଂ ସମୟରେ ରାଜସ୍ଥାନରେ ୨ଟି କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଏମିତି ଛନ୍ଦି ହେଲେ ଯେ ଏଯାଏଁ ସେଥିରୁ ମୁକୁଳିବାର ବାଟ ପାଉନାହାନ୍ତି । ଏହି କାହାଣୀ ଆରମ୍ଭ ହୁଏ ୧୯୯୮ ମସିହାରୁ । ସେପ୍ଟେମ୍ବର ମାସରେ ଯୋଧପୁରରେ ଫିଲ୍ମର ସୁଟିଂ ସମୟରେ କୋଙ୍କାଣୀ ଗାଁ ସୀମାରେ ବନ୍ଧୁକ ଫୁଟିବାର ଶବ୍ଦ ଶୁଭିଥିଲା । ଭୟରେ ଗାଁ ଲୋକ ଉଠି ବାଡ଼ି ଧରି ଉକ୍ତ ସ୍ଥାନକୁ ଦୌଡ଼ିଲେ । ସେମାନେ ଦେଖିଲେ ଗୋଟିଏ ଜିପରେ କିଛି ଯୁବକ, ଯୁବତୀ ବସିଛନ୍ତି ଆଉ ତାଙ୍କ ପାଖରେ ୨ ଟି କୃଷ୍ଣସାର ମୃଗ ମରି ପଡ଼ିଛନ୍ତି । ଗାଁ ଲୋକଙ୍କ ରାଗ ନାକ ଉପରେ ଏମିତି ଚଢିଲା ଯେ ଉକ୍ତ ସ୍ଥାନରୁ ଜିପ୍ ଧରି ଫେରାର୍ ହେଲେ ଯୁବକ,ଯୁବତୀ ।
/kanak/media/media_files/2025/04/14/t0DgNcpOgji13q0ZcrSU.jpg)
ଏହି ଘଟଣାରେ ଅକ୍ଟୋବର ୧୨,୧୯୯୮ ରେ ପ୍ରଥମଥର ପାଇଁ ସଲମାନ୍ ଖାନଙ୍କୁ ଗିରଫ କରାଗଲା । ସୈଫ୍ ଅଲ୍ଲୀ ଖାନ୍ , ନିଲମ୍ , ସୋନାଲୀ ବେନ୍ଦ୍ରେ , ତବ୍ୱୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ କୋର୍ଟ ତରଫରୁ ସବୁଜ ସଂକେତ ମିଳିଥିଲେ ହେଁ ସଲମାନ୍ ଖାନ୍ ଏଯାବତ୍ ଅନେକ ଥର ଜେଲର କଳା କୋଠରୀ ଦେଖିସାରିଲେଣି । ଏହି ମାମଲାରେ ସଲମାନଙ୍କୁ ଅନେକ ଥର ଜୀବନରେ ମାରିଦେବାକୁ ମଧ୍ୟ ଧମକ ମିଳିଲାଣି ।