କଥାରେ ଅଛି ଯାହାକୁ ରଖିବେ ଅନନ୍ତ , କେ କରିପାରେ ବଳବନ୍ତ । ଏହି କଥାଟି ଏବେ ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ ସତ ସାବ୍ୟସ୍ତ ହୋଇଛି । ଜବଲପୁରର ଚରଗୱାଁ ଗାଁ ନିକଟରେ ୪ ଜଣ ସାଙ୍ଗ ଗୋଟିଏ ଛେଳିକୁ ବଳି ଦେବାକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଅନିୟନ୍ତ୍ରିତ ହୋଇ ସିଧା ଯାଇ ନଦୀରେ ପଡ଼ିଥିଲା । ଏହି ଦୁର୍ଘଟଣାରେ କାରରେ ବସିଥିବା ୪ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଲା ।
/kanak/media/media_files/2025/04/13/mLkMl4nAP0qt5oa8wPqn.jpg)
ଏହା ପୂର୍ବରୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କାର୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୨ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ଖବର ଆସିଲା । ଏହାରି ଭିତରେ କିନ୍ତୁ ଗୋଟିଏ ଖବର ସାମ୍ନାକୁ ଆସିଲା ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ପୁଲିସ୍ କହିବା ମୁତାବକ କାର୍ ଭିତରୁ ୪ ଜଣ ସାଙ୍ଗଙ୍କ ସମେତ ଗୋଟିଏ ଛେଳି ମଧ୍ୟ ବାହାରିଥିଲା । ତାଜୁବର କଥା ହେଉଛି ଏତେ ସମୟ ପାଣିରେ ରହିବା ପରେ ବି ଛେଳିଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ଏହି ଘଟଣାକୁ ଦେଖି ପୁଲିସ୍ ଅଧିକାରୀ ଅନୁମାନ ଲଗାଇଥିଲେ ଯେ ବୋଧହୁଏ ୪ ସାଙ୍ଗ ଛେଳିକୁ ବଳି ଦେବା ପାଇଁ ନେଇ ଯାଉଥିଲେ । କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଛେଳିଟି ବଞ୍ଚି ଯାଇଥିଲା ।
/kanak/media/media_files/2025/04/13/t7j7a6lxrjpWHj6InJAH.jpg)