ଏକଦା ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ସତସଙ୍ଗ୍ ସ୍ଥଳୀରେ ଅପମାନିତ ହୋଇ ମଞ୍ଚ ତଳକୁ ଆସିଥିବା ଅଭିନବ ଅରୋଡ଼ାଙ୍କୁ ଅବା କିଏ ନଜାଣେ । ଇନଷ୍ଟାଗ୍ରାମରେ କୁନି ସନ୍ଥ ନାଁରେ ବେଶ୍ ଚର୍ଚ୍ଚିତ ଏହି ବାଳକ ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇ ସେଠାକାର ମହାତ୍ମ୍ୟ ବିଷୟରେ ସୂଚନା ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥା’ନ୍ତି । କିଛି ଦିନ ତଳେ ଅଭିନବଙ୍କୁ ନେଇ ବହୁତ ବଡ଼ କଣ୍ଟ୍ରୋଭର୍ସି ହୋଇଥିଲା ଏବଂ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ଏଥିପାଇଁ କିଛି ୟୁଟ୍ୟୁବରଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଅଭିନବଙ୍କ ବାପା ଓ ମା’। ଏମିତିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଥିବା କଥା ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ ପିତାମାତା । ସେତେବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ତାଙ୍କୁ ହତ୍ୟା କରିବାକୁ ଧମକ ଆସିଥିବା କଥା ଚର୍ଚ୍ଚା ହେଲା । କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଛି ଆଉ ଏହାରି ଭିତରେ ଅଭିନବ କୁନି ସନ୍ଥରୁ ସିଧା କଥାବାଚକ ହୋଇ ସାରିଛନ୍ତି । 

Advertisment

ସୋସିଆଲ୍ ମିଡିଆରେ ଅଭିନବ ଅରୋଡାଙ୍କ ଅନେକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ମର୍ସିଡିଜ୍ କାରରୁ ଓହ୍ଲାଇ ସତସଙ୍ଗ ମଞ୍ଚକୁ ଯାଉଥିବାର ନଜର ଆସୁଛନ୍ତି । ସାଙ୍ଗରେ ସେଲିବ୍ରିଟିଙ୍କ ପରି ଦଳେ ଅଙ୍ଗରକ୍ଷକ ମଧ୍ୟ ଚାଲୁଛନ୍ତି । ଚାରିଆଡୁ ଫୁଲର ବର୍ଷା ହେଉଛି ଏବଂ ସାଧୁଙ୍କ ପରି ଅଭିନବ ସମସ୍ତଙ୍କୁ ଆଶୀର୍ବାଦ ମୁଦ୍ରା ଦେଖାଉଛନ୍ତି । ଅଭିନବଙ୍କ ଭକ୍ତି ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ସ୍କୁଲ୍ ନ ଯାଇ ଏବେଠାରୁ ରୋଜଗାର ଆରମ୍ଭ କରିଦେଲେଣି ବୋଲି ପ୍ରଶ୍ନ କରୁଛନ୍ତି । ଅନେକ ୟୁଜର୍ସ କହୁଛନ୍ତି ଯେ ଏ ପିଲାଟି କ’ଣ ଏବେଠୁ ବାବା ହୋଇଗଲାଣି , ଏ କ’ଣ ସନାତନ ଧର୍ମ ପ୍ରତି ପରିହାସ ନୁହଁ କି ? ଯଦି ଫେମସ୍ ହେବା ଚକ୍କରରେ ସବୁ କଥାବାଚକ ହୋଇ ବସିପଡ଼ିବେ ତା’ହେଲେ କାଲି କେଉଁ ଚୋର,ଠକ ବି କଥାବାଚକ ହୋଇଯିବେ । ଏହି ଭିଡିଓରେ କମେଣ୍ଟ୍ ଦେଇ ଆଉ କିଛି ୟୁଜର୍ସ ଲେଖିଛନ୍ତି ଯେ ରିଲ୍ କରୁଥିଲା,ଭକ୍ତି କରୁଥିଲା,ଧାର୍ମିକ ସ୍ଥାନ ବିଷୟରେ ସୂଚନା ଦେଉଥିଲା ସବୁ କିଛି ଠିକ୍ ଥିଲା କିନ୍ତୁ କଥାବାଚକ , ଏ ଟିକେ ଅଧିକ ହେଉନି କି ? ଏ ପିଲାଟି କ’ଣ ଭଗବାନଙ୍କୁ ସମ୍ପୂର୍ଣ୍ଣ ରୂପେ ପାଇଯାଇଛି , ରାମଚରିତମାନସ ପଢିଛି ନା’ କୌଣସି ସଂସ୍କୃତ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ହାସଲ କରିଛି ? ତା’ହେଲେ ଲୋକ ପିଲାଟିକୁ ଗୁରୁ , ବାବା ବୋଲି କେମିତି ଭାବୁଛନ୍ତି ? ଆମ ଭାରତରେ ଏସବୁ କ’ଣ ଚାଲିଛି ? 

ଅଭିନବଙ୍କ ଅଫିସିଆଲ୍ ଇନଷ୍ଟା ଆକାଉଣ୍ଟରେ ଗୋଟିଏ ଭିଡିଓ ସେୟାର୍ କରାଯାଇଛି ଯେଉଁଥିରେ ଦେଖାଯାଉଛି ଯେ କଥାସ୍ଥଳକୁ ଯିବା ମାର୍ଗରେ ଅଭିନବଙ୍କ ପୋଷ୍ଟର୍ ଲାଗିଛି । ଯେଉଁଥିରେ ଅଭିନବଙ୍କ କଥାର ସମ୍ପୂର୍ଣ୍ଣ ବିବରଣୀ ଲେଖାଯାଇଛି । ପ୍ରଥମ ସତସଙ୍ଗ ଦିଲ୍ଲୀରେ ରାମନବମୀ ଅବସରରେ ହୋଇଥିବା କଥା ଭିଡିଓରୁ ଜଣାପଡୁଛି ।