ଧାଁଦଉଡ଼ ଜୀବନରେ ସମସ୍ତେ ସବୁ କ୍ଷେତ୍ରରେ ଆଗରେ ରହିବାକୁ ଚାହାଁନ୍ତି । ବିଳାସପୂର୍ଣ୍ଣ ଜୀବନ ଜିଇଁବା ଏବଂ ପରିବାରକୁ ଖୁସିରେ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି । ହେଲେ ଏହି ସବୁ ଭିତରେ ଅବହେଳାର ଶିକାର ହୁଏ ସ୍ବାସ୍ଥ୍ୟ । ଆଜିର ସମୟରେ ଅନେକ କର୍ମଚାରୀ ପ୍ରାୟତଃ ଅଫିସରେ ୮ ରୁ ୯ ଘଣ୍ଟା ଗୋଟିଏ ଜାଗାରେ ବସି କାମ କରିଥା’ନ୍ତି । ଘଣ୍ଟା ଘଣ୍ଟା ଧରି ଗୋଟିଏ ପୋଜିସନରେ ବସି କାମ କରିଥା’ନ୍ତି । ଆଉ ଏଭଳି ଜୀବନଚର୍ଯ୍ୟା କାରଣରୁ ରୋଗ ଶରୀରରେ କୁଣିଆ ହୋଇ ପ୍ରବେଶ କରେ ଏବଂ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଏଭଳି ସ୍ଥିତିରେ ନିଜକୁ ହେଲ୍ଥି ରଖିବା ନିହାତି ଜରୁରୀ । ଆଉ ଏଥିପାଇଁ ଦରକାର ଜୀବନଚର୍ଯ୍ୟାରେ ପୁଷ୍ଟିକର ଆହାରର ସନ୍ତୁଳନ । ତେବେ ଅଫିସ୍ ସମୟରେ ଆପଣ ନିଜକୁ କେମିତି ସୁସ୍ଥ ରଖିବେ ଯାହାଦ୍ବାରା ଆପଣଙ୍କ ଫୋକସରେ ମଧ୍ୟ ବାଧା ଉପୁଜିବନି ଆସନ୍ତୁ ଜାଣିବା । 

Advertisment
Dehydration
Dehydration Photograph: (google)

ଡିହାଇଡ୍ରେସନ୍
ଡିହାଇଡ୍ରେସନ୍ କାରଣରୁ ମୁଣ୍ଡବ୍ୟଥା, ଥକ୍କାପଣ ଏବଂ କାମରେ ମନ ଲାଗିନଥାଏ । ଏଭଳି ସମୟରେ ନିଜକୁ ଡିହାଇଡ୍ରେଟେଡ୍ ରଖିବା ନିହାତି ଜରୁରୀ । ଏଥିପାଇଁ ନିଜ ଡେସ୍କ୍ ପାଖରେ ପାଣି ବୋତଲ ରଖନ୍ତୁ ଏବଂ ଯେତେ ପାରୁଛନ୍ତି ପାଣି ପିଅନ୍ତୁ । ଏହାଛଡ଼ା ହର୍ବାଲ୍ ଟି , କମଳା କିମ୍ବା କାକୁଡ଼ି ଖାଆନ୍ତୁ ଏବଂ କ୍ୟାଫିନଠାରୁ ଯେତେ ଦୂରେଇ ରହିବେ ସେତେ ଭଲ । କ୍ୟାଫିନ୍ କହିଲେ ଚା’ , କଫି ଇତ୍ୟାଦି ; ଏହା ଡିହାଇଡ୍ରେସନ୍ ବଢ଼ାଇଥାଏ । ଏଥିରେ ଆପଣଙ୍କ ଏନର୍ଜି ମଧ୍ୟ କମେ । 

screen time
screen time Photograph: (google)

ସ୍କ୍ରିନ୍ ଟାଇମ୍ : 
ଅଧିକ ସମୟ ଧରି ଅଫିସରେ କାମ କରିବା ଯୋଗୁଁ କର୍ମଚାରୀ କମ୍ପ୍ୟୁଟର୍ ସ୍କ୍ରିନ୍ ସଂସ୍ପର୍ଶରେ ଆସିଥା’ନ୍ତି । ଯାହାଦ୍ବାରା ଆଖି ଉପରେ ଏହାର ପ୍ରଭାବ ପଡ଼େ । ଆଖି ଜଳିବା , ଶୁଖିଲା ପଡ଼ିବା ଏବଂ ମୁଣ୍ଡବ୍ୟଥା ଭଳି ଅନେକ ସମସ୍ୟା ଦେଖାଯାଏ । ଏଥିପାଇଁ ଆପଣ ୨୦-୨୦-୨୦ ନିୟମର ପାଳନ କରିପାରିବେ । ୨୦ ସେକେଣ୍ଡ ପାଇଁ ଅନ୍ୟ କେଉଁ ସ୍ଥାନକୁ ଦେଖନ୍ତୁ । ସ୍କ୍ରିନର ବ୍ରାଇଟନେସକୁ ବାଲାନ୍ସ କରନ୍ତୁ । ଚାପରୁ ବଞ୍ଚିବା ପାଇଁ ବାରମ୍ବାର ଆଖିପତା ପକାଇ ଉଠାନ୍ତୁ ଏବଂ କାମ ମଝିରେ କିଛି ସମୟର ବ୍ରେକ୍ ନିଅନ୍ତୁ । 

healthy breakfast
healthy breakfast Photograph: (google)

ହେଲ୍ଥି ବ୍ରେକଫାଷ୍ଟ୍ : 
କାମ ମଝିରେ ପ୍ୟାକେଟ୍ ଖାଦ୍ୟ ଯେମିତି ଚିପ୍ସ , କୁକିଜ୍ ଖାଆନ୍ତୁ ନାହିଁ । ଫଳ, ଦହି, ଗଜାମୁଗ, ଡ୍ରାଏ ଫ୍ରୁଟ୍ସ ଭଳି ପୁଷ୍ଟିକର ତଥା ହେଲ୍ଥି ସ୍ନାକ୍ସ ଆପଣ ଖାଇପାରିବେ । ଏହା ଏନର୍ଜି ଲେବଲକୁ ବଢାଇବା ସହ ଆପଣଙ୍କ ସୁଗାରକୁ ମଧ୍ୟ କଣ୍ଟ୍ରୋଲରେ ରଖିବ ।