ମୃତ୍ୟୁ କେତେବେଳେ , କେଉଁଠି ଆସିବ ତାହା କହିବା କାଠିକର ପାଠ । କିଏ ନାଚିଗାଇ ହଠାତ୍ ଷ୍ଟେଜ୍ ଉପରେ ଟଳି ପଡୁଛନ୍ତି ତ ଆଉ କିଏ ହସି ହସି ହଠାତ୍ ଛାତିକୁ ଧରି ତଳେ ପଡି ଯାଉଛନ୍ତି । ଆଉ ହସ୍ପିଟାଲକୁ ନେଲାବେଳେ ଆସୁଛି ମୃତ୍ୟୁର ଖବର । ମନୋରଞ୍ଜନର ମଜା ଭିତରେ ବେଳେବେଳେ ମୃତ୍ୟୁ ଲୁଚିଛପି ପ୍ରବେଶ କରେ ଆଉ ସାଙ୍ଗରେ ନେଇଯାଏ ପ୍ରିୟ ଲୋକଙ୍କୁ, ପଛରେ ଛାଡ଼ିଯାଏ ଅଜସ୍ର ଯନ୍ତ୍ରଣା । ମନୋରଞ୍ଜନର ମାଧ୍ୟମ ଫନ୍ ୱାଟର୍ ପାର୍କକୁ ଲୋକ ପରିବାର ସହ ଛୁଟି କାଟିବା ପାଇଁ ଯାଇଥା’ନ୍ତି । ପାର୍କରେ ଥିବା ବିଭିନ୍ନ ରାଇଡ୍ ଏବଂ ରୋଲର୍ କୋଷ୍ଟରରେ ବସି ମଜା ଉଠାନ୍ତି । କିନ୍ତୁ ଏହି ମଜା ବେଳେ ବେଳେ ସଜା ହୋଇ ଆସେ । ଠିକ୍ ଯେମିତି ଘଟିଲା ଦେଶର ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀଠାରୁ କିଛି ଦୂରରେ ଥିବା ଏକ ପାର୍କରେ ଜଣେ ଯୁବକ ଏବଂ ତାଙ୍କ ଭାବିପତ୍ନୀ କ୍ବାଲିଟି ସମୟ ବିତାଇବା ପାଇଁ ଯାଇଥିଲେ । ରୋଲର୍ କୋଷ୍ଟରର ମଜା ଉଠାଇବା ପାଇଁ ଦୁହେଁ ରାଇଡରେ ବସିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ରାଇଡ୍ ଚାଲୁଥିବା ବେଳେ ହିଁ ଖରାପ ହୋଇଗଲା । ଆଉ ରାଇଡ୍ ପାଇଁ ୨୪ ବର୍ଷୀୟ ଯୁବତୀଙ୍କ ଜୀବନ ଚାଲିଗଲା । ସୂଚନା ମୁତାବକ , ଆଉ କିଛି ମାସ ପରେ ଯୁବତୀଙ୍କ ବିବାହ ଉକ୍ତ ଯୁବକଙ୍କ ସହ ହୋଇଥା’ନ୍ତା କିନ୍ତୁ ବିଧିର ବିଧାନରେ ଆଉ କିଛି ହିଁ ଲେଖାଥିଲା ।
/kanak/media/media_files/2025/04/06/GTMPjqmOjYE1KyOguBRV.jpg)
୨୪ ବର୍ଷୀୟ ପ୍ରିୟଙ୍କା ଆଉ କିଛି ମାସ ପରେ ଭାବିସ୍ବାମୀ ନିଖିଲଙ୍କ ସହ ବିବାହ କରିଥା’ନ୍ତେ । ଏହା ପୂର୍ବରୁ ଦୁହେଁ ଦୁହିଁଙ୍କ ସହ ସମୟ ବିତାଉଥିଲେ । ପ୍ରିୟଙ୍କାଙ୍କ ନିର୍ବନ୍ଧ ୨୦୨୩ ରେ ହୋଇଥିଲେ ହେଁ ୨୦୨୬ ରେ ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ ଯାହାକୁ ପରିବାର ମଧ୍ୟ ସ୍ବୀକୃତି ଦେଇଥିଲେ । ଆଉ ଏହି ସମୟ ଭିତରେ ଦୁହେଁ ଦୁହିଁଙ୍କୁ ଭଲରେ ଚିହ୍ନିବା ପାଇଁ ସମୟ ଦେଉଥିଲେ । ସିନେମା , ସପିଂ,ଟ୍ରାଭେଲିଂ କରିବା ପର୍ଯ୍ୟନ୍ତ ତ ଠିକ୍ ଥିଲା କିନ୍ତୁ ଫନ୍ ରାଇଡିଂ ଦୁହିଁଙ୍କ ଜୀବନରେ ଦୁଃଖର ବର୍ଷା ନେଇଆସିଲା । ନୋଏଡା ଟେଲିକମ୍ କମ୍ପାନୀରେ ସେଲ୍ସ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଥିବା ପ୍ରିୟଙ୍କାଙ୍କ ଜୀବନ ନେଇଗଲା ରୋଲର୍ କୋଷ୍ଟର୍ । ହସଖୁସିରେ ସାରାଜୀବନ ବିତାଇବାକୁ ଦେଇଥିବା ପ୍ରତିଶ୍ରୁତି , ପ୍ରତିଶ୍ରୁତିରେ ହିଁ ରହିଗଲା । ନିଖିଲଙ୍କୁ ଏକୁଟିଆ ଛାଡ଼ି ଆରପାରିକୁ ଚାଲିଗଲେ ପ୍ରିୟଙ୍କା ।
/kanak/media/media_files/2025/04/06/ezWdpUAqtVg8BzCJh8lY.jpg)
ସୂଚନା ମୁତାବକ , ରୋଲର୍ କୋଷ୍ଟରର ସର୍ପୋଟିଂ ଷ୍ଟାଣ୍ଡ୍ ଭାଙ୍ଗିଯିବା କାରଣରୁ ପ୍ରିୟଙ୍କା ତଳେ ପଡ଼ିଯାଇଥିଲେ । ହସ୍ପିଟାଲ୍ ନେବା ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ଉକ୍ତ ପାର୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି ।