କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ସାଂସଦ ଶଶୀ ଥରୁର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଖାସ କରି ବିଜେପିରେ ସାମିଲ ହେବା , କଂଗ୍ରେସରେ ଅସନ୍ତୋଷ ଥିବା ଏବଂ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖାସ କରି ମୋଦୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତା ତାଙ୍କ ଉପରେ ଖୁସି ନାହାନ୍ତି । ସେଇଥି ଲାଗି ତ ଦିଲ୍ଲୀଗସ୍ତ କରି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ବନ୍ଦ କଠୋରୀରେ ଏହି ଆଲୋଚନା ଅତି ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କୁହାଗଲା । ଅବଶ୍ୟ ଏନେଇ ଗଣମାଧ୍ୟମ ସାମ୍ନାରେ ଶଶୀ କିଛି କହିନଥିଲେ । ହେଲେ ରାହୁଲଙ୍କ ଏହି ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିବା କୁହାଯାଉଛି । 

Advertisment

ଶଶୀଙ୍କୁ ସାଇଡ୍‌ କରୁଛନ୍ତି କି ରାହୁଲ 
ବିଜେପିକୁ ବିକଳ୍ପ ଭାବିବେ କି ଶଶୀ
ଦଳ ବଦଳାଇଲେ ସଭ୍ୟ ପଦ ଚାଲିଯାଇପାରେ

କଂଗ୍ରେସରେ ନାଁ ଖୁସ ହେବା ପରେ ବରିଷ୍ଠ ନେତା ଶଶୀ ଥରୁର ଏବେ ଚର୍ଚ୍ଚାରେ । କୁହାଯାଉଛି କି କଂଗ୍ରେସ ଛାଡ଼ି ସେ ବିଜେପିର ସାମିଲ ହୋଇପାରନ୍ତି । ଅବଶ୍ୟ ଏନେଇ ସେ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି । କାରଣ ଦଳବଦଳ ଆଇନ କହୁଛି, ଯଦି ସେ ଦଳ ବଦଳାଇବେ ତେବେ ସଂସଦରୁ ସେ ସଭ୍ୟପଦ ହରାଇବେ । ତେଣୁ ଏବେ ବଦଳାଇବେ ନା ନିର୍ବାଚନକୁ ଅପେକ୍ଷା କରିବେ ସେନେଇ ବି ଆଲୋଚନା ହେଉଛି । ସେପଟେ ପୁଣି ଥରେ ସେ ବିବାହ କରିବେ ବୋଲି ବି କୁହାଯାଉଛି ।  କଥା ହେଲା କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଫଟୋ ଭାଇରାଲ ହେବା ପରେ ସେ ବିଜେପି ଯାଉଥିବା କଥା ଚର୍ଚ୍ଚାକୁ ଆସିଛି । 

କଂଗ୍ରେସରେ ଅଣନିଶ୍ବାସୀ କି ଶଶୀ ?
ରାଜନୈତିକ ଗୋଟି ଚଳାଇଉଛନ୍ତି କି ?

କଂଗ୍ରେସରୁ ଅନେକ ଦିନ ହେଲାଣି ନେତା ହୋଇଛନ୍ତି ଶଶୀ ଥରୁର । ଏମିତିକି ସେ କେନ୍ଦ୍ରରେ ମନ୍ତ୍ରୀପଦ ବି ପାଇଥିଲେ । ହେଲେ ଏବେ କଂଗ୍ରେସର ଅବସ୍ଥା ଯାହା ସେଥିରେ ସେ ନାଖୁସ । ଖାଲି ଏତିକି ନୁହେଁ ବରଂ ଦଳୀୟ ନେତୃତ୍ବଙ୍କ ଉପରେ ବି ସେ ଖୁସି ନାହାନ୍ତି । ଏମିତିକି ହାତ ଦଳରେ ଭବିଷ୍ୟତ କିଛି ନାହିଁ ବୋଲି ପରୋକ୍ଷରେ କହୁଥିବା ସୂଚନା ମିଳିଛି । ଅବଶ୍ୟ ଏହା କେତେ ସତ କେତେ ଗପ ସେନେଇ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । କେବଳ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଆଧାରରେ ଖବର ପ୍ରକାଶିତ ହେଉଛି । 

ଥିରୁଅନନ୍ତପୁରମ୍‌ରୁ ୪ ଥରର ସାଂସଦ ଶଶୀ ଥରୁର ?

ଥରେ କି ଦୁଇଥର ନୁହେଁ ବରଂ କେରଳର ଥିରୁଅନନ୍ତପୁରମ୍‌ରୁ ୪ ଥରର ସାଂସଦ ଅଛନ୍ତି ଶଶୀ । ହେଲେ ଏବେ ସେ କଂଗ୍ରେସର ଅଣନିଶ୍ବାସୀ ହୋଇ ପଡ଼ିଥିବା କୁହାଯାଉଛି । ସେପଟେ ଶଶୀ କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳର ଏକ ଇତିହାସ ରହିଛି । ଏକ ନିୟମାବଳୀ ବି ରହିଛି । ଯଦି କୌଣସି ଦଳକୁ ଆପଣ ବିଶ୍ବାସ କରୁନାହାନ୍ତି ଏହା ଆଦୌ ଶୁଭଙ୍କର ନୁହେଁ । ଏହାସହ ରାଜନୀତି କରିବାକୁ ହେଲେ କୌଣସି ଦଳରେ ସାମିଲ ହେବା ବି ଦରକାର ନାହିଁ । ବରଂ ନିର୍ଦ୍ଦଳୀୟ ଅର୍ଥାତ୍‌ ସ୍ବାଧୀନ ହୋଇ ବି ଲୋକଙ୍କ ଲାଗି କାମ କରିହେବ ।

ବିଜେପି ସମ୍ପର୍କରେ କଣ କହିଲେ ?

ବିଜେପିକୁ ନେଇ ଶଶୀ ଥରୁର କହିଛନ୍ତି ସେମାନଙ୍କର ନୀତି ଓ ଆଦର୍ଶ ଅଲଗା । ଗତ ଦୁଇ ନିର୍ବାଚନରେ ସିପିଆଇଏମ୍‌ କେରଳରେ ନିଜର ଦବଦବା ଜାହିର କରିଛି । କଂଗ୍ରେସ କେରଳରେ ପ୍ରତି ବ୍ଲକ୍‌ରେ ସଂଗଠନ କରିଛି । ପ୍ରତି କର୍ମୀଙ୍କ ସହ ନେତା ଯୋଡି ହୋଇ ରହିଛନ୍ତି । ଆମ ପାଖରେ ନେତାଙ୍କର କମିଥାଇପାରେ ହେଲେ କାର୍ଯ୍ୟକର୍ତ୍ତାଙ୍କର ଆଦୌ କମିନାହିଁ । ହେଲେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ବିଜେପି ଯେଉଁ ଗୋଟି ଚଳାଇଛି ତାହା ଆଦୌ ଠିକ୍‌ ନୁହେଁ ବରଂ ଏହା ସମ୍ବିଧାନ ବିରୋଧୀ ବୋଲି ଶଶୀ କହିବାକୁ ପଛାଇନାହାନ୍ତି । 

ସତରେ କଣ ପୁଣି ବିବାହ କରିବେ ଶଶୀ ?

ନିଜ ବିବାହ ଚର୍ଚ୍ଚାକୁ ନେଇ ଶଶୀ କହିଛନ୍ତି ବିଗତ ୧୦ ବର୍ଷ ହେଲ ମୁଁ ଏକା ରହିଛି। ଦ୍ବିତୀୟ ବିବାହ କରିବାର ପ୍ରଶ୍ନ ଆଦୌ ଉଠୁନାହିଁ । ମୋ ଜୀବନରେ ଅନେକ ଅନୁଭବ ରହିଛି । ଅବଶ୍ୟ ମାଆ ତାଙ୍କୁ ଅନେକ ସମୟରେ ଦ୍ବିତୀୟ ବିବାହ କରିବାକୁ ବାଧ୍ୟ କରିଛନ୍ତି ହେଲେ ଏବେ ସେ ଯେଉଁ ଅବସ୍ଥାରେ ଅଛନ୍ତି ଖୁସି ଅଛନ୍ତି ବୋଲି କହିଛନ୍ତି ।

ସୁନନ୍ଦାଙ୍କ ସମ୍ପର୍କରେ ରଖିବେ ବଡ଼ ବୟାନ

୨୦୧୪ ମସିହା ଜାନୁଆରୀ ୧୭ ତାରିଖରେ ଶଶୀଙ୍କ ଧର୍ମପତ୍ନୀ ସୁନନ୍ଦାଙ୍କ ମୃତ୍ୟୁ ସମ୍ପର୍କରେ ଖବର ଆସିଥିଲା । ଏକ ହୋଟଲରୁ ତାଙ୍କ ମୃତଦେହ ମିଳିଥିଲା । ସେହି ସମୟରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ । ସୁନନ୍ଦାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ଦୋଷୀ ବୋଲି କୁହାଯାଉଥିଲା ହେଲେ ସେ ଦୋଷମୁକ୍ତ ହୋଇଥିଲେ । ଏହାରି ଭିତରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ତାହା କିନ୍ତୁ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।