କନକ ବ୍ୟୁରୋ: ୟୁକ୍ରେନ୍-ଋଷିଆ ଯୁଦ୍ଧକୁ ପୂରିଲା ୩ ବର୍ଷ । ହେଲେ ଥମୁନି ଯୁଦ୍ଧ । ଉଭୟ ଉଭୟଙ୍କ ଉପରେ କରୁଛନ୍ତି ଆକ୍ରମଣ । ଯୁଦ୍ଧ ବନ୍ଦ ଲାଗି ଆମେରିକା ସମେତ ଅନେକ ରାଷ୍ଟ୍ର ହସ୍ତକ୍ଷେପ କରିବା ସତ୍ବେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ବରଂ ନିଇତି ଯୁଦ୍ଧ ସମ୍ପର୍କରେ ଅପଡେଟ୍ ଖବର ଆସୁଛି । ସେପଟେ ୟୁକ୍ରେନ୍ ପକ୍ଷରୁ କୁହାଯାଇଛି କି, ଋଷିଆ ପକ୍ଷରୁ ହୋଇଥିବା ଡ୍ରୋନ୍ ମାଡ଼ରେ ୧୩ ରୁ ଅଧିକ ସହର କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଡ୍ରୋନ୍ ଆକ୍ରମଣ ହୋଇଛି ତାହା ମଧ୍ୟରୁ ଏହା ବଡ଼ ବୋଲି କୁହାଯାଇଛି ।
ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୩ ବର୍ଷ
ଏକା ସାଙ୍ଗରେ ୨୬୭ ଡ୍ରୋନ୍ ଆକ୍ରମଣ କଲା ଋଷିଆ
ଯୁଦ୍ଧ ବନ୍ଦ ଲାଗି ଆମେରିକା ଚେଷ୍ଟା କରୁଛି
ଋଷିଆ ଆଲୋଚନା କରୁଛି ହେଲେ ଯୁଦ୍ଧ ବନ୍ଦ କରୁନି
ଋଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାରେ ନା ନେଉନି । ଅର୍ଥାତ୍ ପ୍ରତିଦିନ ଆକ୍ରମଣ ବଢୁଛି । ବିନା କାରଣରେ ଶହଶହ ନୀରିହ ଲୋକଙ୍କ ଜୀବନ ବି ଯାଉଛି । ଯାହାକୁ ନେଇ ଆମେରିକା ଚିନ୍ତାବ୍ୟକ୍କ କରିବା ସହିତ ତୁରନ୍ତ ଯୁଦ୍ଧ ବନ୍ଦ ହେବା ପାଇଁ ଅନେକ ପଦକ୍ଷେପ ନେଉଛି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନି । ଆଜି ୨୪ ଫେବୃଆରୀ । ଅର୍ଥାତ୍ ୩ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ୩ ବର୍ଷ ବିତିଗଲାଣି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । କଥା ହେଲା ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଏକ ଉଚ୍ଚସ୍ତରୀୟ ମିଟିଂ କରିଥିଲା । ହେଲେ ସେହି ମିଟିଂରେ ୟୁକ୍ରେନ୍କୁ ନିମନ୍ତ୍ରଣ ଦିଆଯାଇନଥିଲା । ହେଲେ ଆମେରିକା ଏମିତି କେମିତି କଲା ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ଅବଶ୍ୟ ନିଜ ଦେଶକୁ ରକ୍ଷା କରିବାକୁ ଯାଇ ୟୁକ୍ରେନ୍ ଅନ୍ୟ ଦେଶକୁ ସହଯୋଗ ନେଉଛି ହେଲେ ହାର ମାନୁନି ।
ୟୁକ୍ରେନ୍ ଉପରେ କବଜ୍ଜା କରୁଛି ଋଷିଆ
ଯୁଦ୍ଧ ଯେବେ ଆରମ୍ଭ ହେବା ସେବେ ରାଜଧାନୀ କୀବକୁ ଋଷିଆ ଆକ୍ରମଣରୁ ରକ୍ଷା କରିବାରେ ୟୁକ୍ରେନ୍ ସମର୍ଥ ଥିଲା । ପରେ ପରେ ଖାରକିବ୍ ଓ ଖେରସାନର କିଛି ଅଂଚଳକୁ ନିଜ କବଜ୍ଜାକୁ ନେବାରେ ସଫଳ ହୋଇଥିଲା ୟୁକ୍ରେନ୍ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯୁଦ୍ଧରେ ୟୁକ୍ରେନ୍ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ସ୍ଥାନ ହରାଇ ସାରିଲାଣି । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ ନିଜର ୧୮ ପ୍ରତିଶତ ଜାଗା ହରାଇବସିଛି ।
ୟୁକ୍ରେନ୍କୁ ଝଟ୍କା ଦେଲା ଆମେରିକା
ଯୁଦ୍ଧ ପରେ ଆମେରିକା ୟୁକ୍ରେନ୍ର ବଡ଼ ସହଯୋଗୀ ରାଷ୍ଟ୍ର । ୨୦୨୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ବିଲିୟନର ସୈନ୍ୟ ସହ ଅନେକ ଯୁଦ୍ଧାସ୍ତ୍ର ମଧ୍ୟ ଯୋଗାଇ ଦେଇଛି । ହେଲେ ଆମେରିକାରେ ସରକାର ପରିବର୍ତ୍ତନ ହେବା ପରେ ସହଯୋଗ କଲେ ଆମେରିକାର ଟେନସନ୍ ବଢିବ । ତେଣୁ ନିର୍ବାଚନ ପ୍ରଚାର ସମୟରେ ଏନେଇ ଆଲୋଚନା ବି ହୋଇଥିଲା । ହେଲେ ଏବେ ସହଯୋଗ ବଦଳରେ ୟୁକ୍ରେନ୍ରେ ଥିବା ମୂଲ୍ୟବାନ ଖଣିଜପଦାର୍ଥ ଆମେରିକା ମାଗୁଛି । କିନ୍ତୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏହାକୁ ମାନିନଥିଲେ । ଟ୍ରମ୍ପ ପ୍ରଶାସନ ସହଯୋଗ ବନ୍ଦ କଲେ ୟୁକ୍ରେନ୍ ସମସ୍ୟା ଘେରରେ ପଡ଼ିବ ଏଥିରେ କୌଣସି ଦ୍ବିମତ ନାହିଁ । ଅର୍ଥ ବନ୍ଦ ହେବା ପରେ ସେନ୍ୟଙ୍କୁ ଉପକରଣ ସହ ଏଚଆଇଭିକୁ ନେଇ ଯେଉଁ ଟେଷ୍ଟ ହେଉଥିବା ତାହା ମଧ୍ୟ ବନ୍ଦ ହେଲାଣି । ଯାହାଦ୍ବାରା ଦେଶ ସାଙ୍ଘାତିକ ଭାବରେ ପ୍ରଭାବିତ ହେବ ।
ଲକ୍ଷଲକ୍ଷ ଯୁକ୍ରେନ୍ବାସୀ ବିସ୍ଥାପିତ
ଋଷିଆର ଆକ୍ରମଣ ଫଳରେ ଲକ୍ଷାଧିକ ୟୁକ୍ରେନ୍ବାସୀଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା । ସଂଯୁକ୍ତରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ରିପୋର୍ଟ ଅନୁସାରେ, ୨୦୨୪ ଶେଷ ସୁଦ୍ଧା ୬୩ ଲକ୍ଷ ୟୁକ୍ରେନ୍ ଶରଣାର୍ଥୀ ୟୁରୋପରେ ରହୁଛନ୍ତି । ୧୨ ଲକ୍ଷ ଜର୍ମାନୀ, ୯ ଲକ୍ଷ ପୋଲାଣ୍ଡରେ, ୩.୯ ଲକ୍ଷ ଅନ୍ୟ ସ୍ଥାନରେ ଆଶ୍ରୟ ନେଉଛନ୍ତି । ଖାଲି ଏତିକି ନୁହେଁ ବରଂ ୧୨ ଲକ୍ଷ ଶରଣାର୍ଥୀ ଋଷିଆରେ ରହୁଛନ୍ତି । ସଂଯୁକ୍ତରାଷ୍ଟ୍ର ମାନବିଧିକାର କାର୍ଯ୍ୟାଳାୟ ଅନୁସାରେ, ୟୁକ୍ରେନ୍ର ୪୦ ହଜାର ନାଗରିକ ଯୁଦ୍ଧରେ ଜୀବନ ହାରିଛନ୍ତି ।
କେତେ ସୈନ୍ୟଙ୍କ ହେଲାଣି ମୃତ୍ୟୁ
ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଲକ୍ଷେ ଲୋକଙ୍କ ମୃତ୍ୟୁ ହେଲାଣି । ଯୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଫେବୃଆରୀ ପ୍ରଥମ ସପ୍ତାହରେ କହିଥିଲେ ଯୁଦ୍ଧରେ ୪୫ ହଜାର ସୈନ୍ୟିକଙ୍କ ଜୀବନ ଗଲାଣି । ସେ ଦାବି କରିଥିଲେ କି ଋଷିଆର ବି ୩ ଲକ୍ଷ ସୈନ୍ୟଙ୍କ ମୃତ୍ୟୁ ହେଲାଣି । ଯଦି ଏହି ଦାବି ସତ ହୁଏ ତାହାଲେ ଯୁଦ୍ଧରେ ୪ ଲକ୍ଷରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହେଲାଣି ।
ମୋଟ୍ ଉପରେ ୩ ବର୍ଷ ହେଲାଣି ଯୁଦ୍ଧ ଚାଲିଥିବା କାରଣରୁ ଅନେକ ଲୋକ ବାସହରା ହୋଇଥିବା ବେଳେ ଆର୍ଥିକସଂକଟ ବି ଦେଖାଗଲାଣି । ତେଣୁ ଉଭୟ ଦେଶ ଶାନ୍ତିର ସହ ଆଲୋନା କରି ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଅନେକ ଦେଶ ଅପିଲ ବି କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଯୁଦ୍ଧ ବନ୍ଦ ହେଉଛି, କେବେ ଶାନ୍ତି ଫେରୁଛି ।