କନକ ବ୍ୟୁରୋ: ଝାଡ଼ଖଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ପୁରା ଦେଶରେ ଚର୍ଚ୍ଚା ସାଉଁଟିଛି । କାରଣ ବାହାଘରରେ ଯୋଗ ଦେବାକୁ ଯାଇଥିବା ୫ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି । ଅବଶ୍ୟ ନାବାଳିକାମାନେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ପୋଲିସରେ ଅଭିଯୋଗ କରିଛନ୍ତି । ଆଉ ବଖାଣିଛନ୍ତି କେମିତି ସେମାନଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତମାନେ । 

Advertisment

ଝାଡଖଣ୍ଡରୁ ଆସିଲା ସାଙ୍ଘାତିକ ଘଟଣା
୫ ନାବାଳିକାଙ୍କୁ ଅପହରଣ କରିଥିଲେ ୧୮ ଯୁବକ
ବାରମ୍ବାର କରିଥିଲେ ଗଣଦୁଷ୍କର୍ମ
ମାମଲା ହେବା ପରେ ଆକ୍ସନ ମୋଡ୍‌ରେ ପୋଲିସ

ମିଳିଥିବା ସୂଚନା ଅନୁସାରେ, ଏକ ବାହାଘର କାର୍ଯ୍ୟକ୍ରମକୁ ନାବାଳିକାମାନେ ଯାଇଥିଲେ । ବିଳମ୍ବିର ରାତ୍ରୀରେ ଫେରିବା ପରେ କିଛି ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । ଯେବେ ନାବାଳିକାମାନେ ଜାଣିଥିଲେ ଏମାନେ ତାଙ୍କୁ ଫଲୋ କରୁଛନ୍ତି ସେମାନେ ଦୌଡ଼ିବାକୁ ଲାଗିଥିଲେ । ଯେହେତୁ ୧୮ ଜଣ ଦୁର୍ବୃତ୍ତ ଥିଲେ ତେଣୁ ସେମାନଙ୍କ କବଳରୁ ଏମାନେ ବଞ୍ଚିପାରିନଥିଲେ । ଅବଶ୍ୟ ସେମାନଙ୍କୁ ଧରିବା ବଦଳରେ କାମୁଡ଼ି ଦେଇଥିଲେ ନାବାଳିକାମାନେ । ହେଲେ ବି ପିଶାଚଙ୍କ କବଳରୁ ସେମାନେ ରକ୍ଷା ପାଇଲେ ନାହିଁ । 

ଜଙ୍ଗଲରେ ହୋଇଥିଲା ପାପ

ନାବାଳିକାଙ୍କୁ ଅପହରଣ କରିବା ପରେ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ । ପରେ ପରେ ଜଣଙ୍କ ପରେ ଜଣେ ନିଜ ଦେହର ଭୋକ ମେଣ୍ଟାଇ ଥିଲେ । ଦୁଷ୍କର୍ମ କରିବା ପରେ ଘନଅନ୍ଧାର ରାତିରେ ସେମାନଙ୍କୁ ଛାଡ଼ି ପଳାଇଥିଲେ ସମସ୍ତେ । ଶେଷରେ ସେଠାରୁ ବାହାରି ସ୍ଥାନୀୟ ଲୋକଙ୍କୁ ସବୁ କହିଥିଲେ ନାବାଳିକାମାନେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ନାବାଳିକାଙ୍କ ବୟସ ୧୨ ରୁ ୧୫ ଥିବା ବେଳେ ଅପରାଧୀଙ୍କ ବୟସ ୧୨ ରୁ ୧୬  ବୋଲି ସୂଚନା ମିଳିଛି । ଘରେ ପହଞ୍ଚିବା ପରେ ସବୁ କଥା ବାପା-ମାଆଙ୍କ ସାମ୍ନାରେ ସେମାନେ କହିଥିଲେ । ପରେ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ମାମଲା ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ବାଳ ସୁଧାର ଗୃହକୁ ପଠାଇ ଦେଇଛି । ଏପଟେ, ନାବାଳିକାଙ୍କ ଡାକ୍ତରୀମାଇନା ବି ହୋଇଛି । ପୁରା ଘଟଣା ଜଣାପଡ଼ିବା ପରେ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଓ ସ୍ଥାନୀୟ ଜନତା ।

ମୋଟ୍‌ ଉପରେ ଝାଡଖଣ୍ଡରେ ହୋଇଥିବା ଘଟଣାକୁ ନେଇ ପୁରା ଦେଶରେ ଆଲୋଚନା ହେଉଛି । ନାବାଳକମାନେ ଯେଉଁ କାଣ୍ଡ କରିଛନ୍ତି ତାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏବେ ସମୟ କହିବ ପୋଲିସ ଏନେଇ କି ଆକ୍ସନ ନେଉଛି ।