କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଭାରତର ବିଜୟ ପରେ ପାକିସ୍ତାନରେ କମ୍ପନ । ଆଶା ରଖିଥିଲା ଭାରତକୁ ହରାଇ ବିଜୟ ହେବ । ହେଲେ ସବୁ ଆଶା ଓ ସ୍ବପ୍ନ ଧୂଳିସାତ ହୋଇଗଲା । ପାକିସ୍ତାନକୁ ହରାଇ ଜବରଦସ୍ତ ବିଜୟ କଲା ଭାରତ । ମ୍ୟାଚ୍ ହାରିବା ପରେ ପାକିସ୍ତାନର କ୍ୟାପଟେନ୍ ମହମ୍ମଦ ରିଜୱାନ ନିରାଶ ହେବା ପରେ ଆମ ହାତରୁ ସବୁ ପଳାଇଥିବା କହିବାକୁ ବି ପଛାଇଲେ ନାହିଁ । କିନ୍ତୁ ପଡ଼ିଆରେ ସେ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ଭାରତର ବିରାଟ ବିଜୟ ପରେ ଇଣ୍ଡିଆରେ ଉତ୍ସବ ପରିବେଶ ସୃଷ୍ଟି ହୋଇଥିଲା ଯାହାକୁ ଦେଖି ପାକିସ୍ତାନୀ କାନ୍ଦିବା ଛଡ଼ା ଅନ୍ୟ କିଛି ରାସ୍ତା ପାଇନଥିଲେ ।
ମ୍ୟାଚ୍ ହାରିବା ପରେ ଭାବବିହ୍ବଳ ପାକିସ୍ତାନ କ୍ୟାପଟେନ୍
ପଡ଼ିଆରେ କହିଲେ ସବୁ ସରିଗଲା
କୋହଲିଙ୍କର ବନିଗଲେ ଫ୍ୟାନ୍
ଚାମ୍ପିୟନ୍ସ ଟ୍ରଫିରେ ଭାରତର ଦମଦାର ବିଜୟ
୬ ୱିକେଟ୍ରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ
ଦୁବାଇରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଯେବେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ ସେବେ ସେବେ କ୍ରୀଡ଼ାପ୍ରେମୀ ଟେନସନ୍ରେ ଥାଆନ୍ତି । ଅବଶ୍ୟ ଅନେକ ବାର ଭାରତ ମ୍ୟାଚ୍ରେ ଜିତିଛି । ହେଲେ ପାକିସ୍ତାନ ଏଥର ବିଜୟ ଆଶା ରଖିଥିଲା । ଯାହା ପୂରଣ ହୋଇପାରିନି । ଟସ୍ ଜିତିବା ପରେ ପ୍ରଥମେ ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇ ୨୪୧ ରନ୍ କରିଥିଲା । ଭାରତ ପାଇଁ ଟାର୍ଗେଟ୍ ଥିଲା ୨୪୨ ରନ୍ । କୋହଲିଙ୍କ ଧମାକାଦାର ଶତକ ପରେ ଏହି ଲକ୍ଷ୍ୟକୁ ସହଜରେ ପୂରଣ କରିଥିଲା ଟିମ୍ ଇଣ୍ଡିଆ । ଏହାସହ ସେମି ଫାଇନାଲରେ ପ୍ରବେଶ କରିଛି । ସେପଟେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ହେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆଖି ଛଳଛଳ ହୋଇଥିଲା ରିଜୱାନଙ୍କର
କୋହଲିଙ୍କର କଲେ ପ୍ରଶଂସା
ମ୍ୟାଚ୍ ହାରିବା ପରେ ପାକିସ୍ତାନ କ୍ୟାପଟେନ୍ଙ୍କ ଆଖି ଛଳଛଳ ହୋଇଥିଲା । ଏମିତିକି ଆମ ହାତରେ ଆଉ କିଛି ନାହିଁ ବୋଲି ସେ କହିବାକୁ ପଛାଇନଥିଲେ । କହିଥିଲେ, କ୍ୟାପଟେନ୍ ହିସାବରେ ମତେ ବହୁତ ଦୁଃଖ ଲାଗୁଛି । ଆଉ କିଛି ନାହିଁ…ଗୋଟିଏ ପ୍ରକାର ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ହେଲେ କୋହଲିଙ୍କ ପ୍ରଶଂସା ସେ କରିବାକୁ ଭୁଲିନଥିଲେ । ଏବେ ଆଉ ଗୋଟିଏ ମ୍ୟାଚ୍କୁ ଅପେକ୍ଷା କରିବା ଛଡ଼ା ଆଉ କିଛି ରାସ୍ତା ନାହିଁ । କ୍ୟାପଟେନ୍ ହିସାବରେ ମୁଁ କଣ କହିବି ତାହା ଜାଣିପାରୁନି । ଖାଲି ଏତିକି ନୁହେଁ ବରଂ ଆମ ଖେଳ ଆମ ହାତରେ ରହିବାର କଥା କିନ୍ତୁ ଆମେ ସେଥିରେ ବିଫଳ ହେଲୁ ବୋଲି କହିବାକୁ ସେ ପଛାଇ ନଥିଲେ ।
ଇଣ୍ଡିଆ ଟିମ୍ର ଖେଳ ଦେଖି ପାକିସ୍ତାନ କାବା
କହିଲେ, ଏତେ ପରିଶ୍ରମ କରୁଛନ୍ତି ଆମେ ବିଶ୍ବାସ କରିପାରୁନୁ
ଟିମ୍ ଇଣ୍ଡିଆ ବିଜୟ ପଛରେ ପରିଶ୍ରମ ଓ ଅଭ୍ୟାସ ରହିଛି । ଏ କଥା ଆମେ ନୁହେଁ ବରଂ ପାକିସ୍ତାନର କ୍ୟାପଟେନ୍ କହିଛନ୍ତି । ଏହାସହ ଆମେ ବହୁତ ଚେଷ୍ଟା କରିଥିଲୁ କୋହଲିଙ୍କୁ ଆଉଟ୍ କରିବାକୁ ହେଲେ କରିପାରିନଥିଲୁ । ଦଳର ଭୁଲ ଲାଗି ଆମେ ହାରିଥିବା ସେ ସ୍ବୀକାର ମଧ୍ୟ କରିଛନ୍ତି ।
ଟସ୍ ଜିତିଲେ
ଫାଇଦା ନେଇପାରିଲେନି
ମ୍ୟାଚ୍ ଆରମ୍ଭରୁ ଟସ୍ ଜିତିଥିଲା ପାକିସ୍ତାନ । ଆଶା ରଖିଥିଲେ ରନ୍ ବର୍ଷା ହେବ । ହେଲେ ସେ ଆଶା କେବଳ ଆଶାରେ ରହିଗଲା । ଟସ୍ ଜିତିବା ପରେ ବି ବିଜୟ ହେଲାନି ବରଂ ପରାଜୟ ହେଲା ଟିମ୍ ପାକିସ୍ତାନ । ଟିମ୍ ଭାବିଥିଲା ୨୮୦ ରନ୍ ଏହି ପିଚ୍ରେ କରିବାକୁ ପଡ଼ିବ । ହେଲେ ମାତ୍ର ୨୪୧ ରନ୍ କରିବାରେ ସେମାନେ ସଫଳ ହେଲେ । ହାରିବାର ଅର୍ଥ ହେଉଛି ଖରାପ ପ୍ରଦର୍ଶନ । ତେଣୁ ଆମେ ଭଲପ୍ରଦର୍ଶନ ନକରିପାରିଥିବାରୁ ହାରିଯାଇଛୁ । କ୍ୟାପଟେନ୍ କହିଛନ୍ତି, ଆମେ ଭାରତୀୟ ଟିମ୍କୁ ପ୍ରେସର ଦେବାକୁ ଚାହୁଁଥିଲୁ ହେଲେ ଏବେ ନିଜେ ପ୍ରେସରରେ ରହିଛୁ । ମୋଟ୍ ଉପରେ ଭାରତ ଦଳ ବିଜୟ ହେବା ପରେ ପୁରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ପାକିସ୍ତାନରେ ଖେଳିଯାଇଛି ନିରାଶ ।