କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ଦମଦାର ବିଜୟ କରିଛି । ରବିବାରରେ ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍କୁ ନେଇ ପୂର୍ବରୁ ଯେତିକି ଚର୍ଚ୍ଚା ଲାଗିଥିଲା ମ୍ୟାଚ୍ରେ ଭାରତ ଜିତିବା ପରେ ବି ସେତିକି ଚର୍ଚ୍ଚା । କାରଣ ପାକିସ୍ତାନ ସ୍ବପ୍ନ ଦେଖିଥିଲେ ଇଣ୍ଡିଆକୁ ହରେଇ ଦେବେ ବୋଲି । ହେଲେ ଖେଳ ପୂରା ଓଲଟି ଯାଇଥିଲା । ବିରାଟଙ୍କ ଜବରଦସ୍ତ ବ୍ୟାଟିଂର ସାମ୍ନା କରିପାରିନଥିଲେ ପାକିସ୍ତାନ ବୋଲର । ଏହି ସମୟରେ ପାକିସ୍ତାନରୁ ଏମିତି ଏକ ଚିତ୍ର ଆସିଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।
ପାକିସ୍ତାନରେ ଉଡ଼ାଇ ଦେଲେ ଇଣ୍ଡିଆ ପତାକା
ଗିରଫ କରିନେଲା ପାକ୍ ପୋଲିସ
ଆମେ ସମସ୍ତେ ଜାଣନ୍ତି, ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋ ର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି । ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ। ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ। ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ସୋସିଆଲ ମିଡିଆରେ ଏସଂପର୍କିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ଷ୍ଟାଡିୟମରେ ଭାରତୀୟ ପତାକା ଧରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଲାହୋରର ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ବୋଲି ଜଣାପଡିଛି । ଏହି ସମୟରେ ଜଣେ ଯୁବକ ଭାରତୀୟ ପତାକା ହଲାଉଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀମାନେ ଯୁବକଙ୍କ ପାଖକୁ ଯାଇ ତାଙ୍କ କଲର ଧରି ତାଙ୍କୁ ସିଟ୍ ରୁ ଉଠାଇ ନେଇଥିଲେ। ଏହାପରେ ସେମାନେ ତାଙ୍କ ପୋଷାକକୁ ଧରି ବାହରକୁ ଟାଣି ନେଇ ଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେପଟେ ମ୍ୟାଚ୍ରେ କିନ୍ତୁ କୋହଲିଙ୍କୁ ମନଖୋଲା ପ୍ରଶଂସା କରିଥିଲେ ପାକିସ୍ତାନ କ୍ୟାପଟେନ୍ । କହିଥିଲେ, ଭାରତୀୟ କ୍ରିକେଟର ମାନେ ଏତେ ପରିଶ୍ରମ କରୁଛନ୍ତି ଆମେ ବିଶ୍ବାସ ବି କରିପାରିନଥିଲୁ । ସେମାନଙ୍କ ପରିଶ୍ରମ ଲାଗି ସେମାନେ ଜିତିଲେ । ଏହାସହ ସେ କହିଥିଲେ, ଖେଳ ଆମ ହାତରେ ରହିବାର କଥା । ହେଲେ ଆମେ ଠିକ୍ରେ ଖେଳିପାରିଲୁ ନାହିଁ ତେଣୁ ହାରିଲୁ । ଏମିତିକି ଷ୍ଟାଡିୟମ୍ରେ ତାଙ୍କ ଆଖି ଛଳଛଳ ହୋଇଯିବା ସହିତ ଆମ ହାତରେ ଆଉ କିଛି ନାହିଁ ବୋଲି କହିବାକୁ ପଛାଇ ନଥିଲେ । ଏହାସହ ସେ କୋହଲିଙ୍କ ଫ୍ୟାନ ବନିଯାଇଥିବା ଚର୍ଚ୍ଚା ବି ହେଲା । ହେଲେ ଭାରତ ପତାକା ଉଡାଉଥିବା ଯୁବକଙ୍କୁ ଯେଉଁପରି ଭାବରେ ପାକିସ୍ତାନ ଗିରଫ କଲା ତାହାକୁ ନେଇ ସବୁଠି ନାପସନ୍ଦ କରାଯାଇଛି ।