କନକ ବ୍ୟୁରୋ : ବ୍ୟସ୍ତବହୁଳ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ସହରରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଘରୋଇ ବସ୍ କୁ ଗୋଟିଏ ମୋଟରସାଇକେଲ ଧକ୍କା ଦେବା ପରେ ଉକ୍ତ ବସରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ସମ୍ପୂର୍ଣ୍ଣ ବସ୍ ତ ପୋଡ଼ିଥିଲା କିନ୍ତୁ ବସ୍ ରେ ବସିଥିବା ୨୦ ଜଣ ଲୋକ ମଧ୍ୟ ପାଉଁଶ ହୋଇଯାଇଥିଲେ । ଯାତ୍ରୀମାନେ ଏତେ ସାଂଘାତିକ ଭାବେ ଜଳି ଯାଇଥିଲେ ଯେ ସେମାନଙ୍କୁ ଚିହ୍ନଟ କରିବା କାଠିକର ପାଠ ଥିଲା । ଏହି ଦୁର୍ଘଟଣା ସାରା ଦେଶକୁ ଏକପ୍ରକାର ସ୍ତବ୍ଧ କରିଦେଇଥିଲା । ଏହା ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଜୈସଲମେରରେ ଏକ ଚଳନ୍ତା ବସ୍ ରେ ନିଆଁ ଲାଗି ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ  ଉଠୁଛି ଯେ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ? 

Advertisment

ବନ୍ଦେ ଭାରତ ଟ୍ରେନରେ କ୍ରୁଜର ମଜା : ନୂଆ ଲୁକରେ ଆସୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ , ଆଖି ଖୋସିଦେବ ଟ୍ରେନର ଡିଜାଇନ୍

BUS
BUS Photograph: (google)

କୁର୍ଣ୍ଣୁଲ ଘଟଣାରେ ରେଞ୍ଜ୍ ଡିଆଇଜି କୋୟା ପ୍ରବୀଣ କହିଥିଲେ ଯେ ଅଗ୍ନିକାଣ୍ଡ ପରେ ସର୍ଟ ସର୍କିଟ୍ ଯୋଗୁଁ ବସ୍ ଦ୍ୱାର ବନ୍ଦ ହୋଇଯାଇଥିଲା ଏବଂ ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ । ଜୈସଲମେରରେ ମଧ୍ୟ ସମାନ ଘଟଣା ଘଟିଥିଲା । ପ୍ରତିଥର ବସ୍ ରେ ନିଆଁ ଲାଗିବା ପରେ ଏହାର ଗେଟ୍ ଜାମ୍ ହେବା ହେଉଛି ଅନେକ ଯାତ୍ରୀଙ୍କ ମୃତ୍ୟୁର କାରଣ । ଗେଟ୍ ଦ୍ବାର ବନ୍ଦ ହେବା ଦ୍ବାରା ବସ୍ ଟି ସମ୍ପୂର୍ଣ୍ଣ ରୂପେ ଗ୍ୟାସ୍ ଚାମ୍ବର୍ ପାଲଟିଯାଏ । କିଛି ସେକେଣ୍ଡ ମଧ୍ୟରେ ଭିତରେ ଥିବା ଲୋକଙ୍କ ଫୁସଫୁସକୁ ଧୂଆଁ ଚାଲିଯାଏ ଏବଂ ତାଙ୍କର ମୃତ୍ୟୁ ହୋଇଯାଏ । ତେବେ ଅଗ୍ନିକାଣ୍ଡ ପରେ ବସ୍ ଗେଟ୍ ଜାମ୍ ହେବାର ପ୍ରକୃତ କାରଣ ହେଉଛି ବସ୍ ର ଭିତର ଅଂଶ , ୱାୟାରିଙ୍ଗ୍ ଏବଂ ବସର ଗଠନ । 

kurnool-bus-tragedy
kurnool-bus-tragedy Photograph: (google)

ବସ୍ ର ଭିତର ଅଂଶ ଯଥା ସିଟ୍ ଏବଂ ଛାତ ଫୋମ୍ ଜ୍ୱଳନଶୀଳ ରେକ୍ସିନରେ ତିଆରି ହୋଇଥାଏ । ଏଗୁଡ଼ିକ ମଧ୍ୟରେ ତାରର ଏକ ଜାଲ ବିଛାଯାଇଥାଏ ।  ବୈଦ୍ୟୁତିକ ତ୍ରୁଟି କିମ୍ବା ସର୍ଟ ସର୍କିଟ୍ ହେଲେ ଏକ ଛୋଟ ସ୍ପାର୍କିଂ ମଧ୍ୟ ବଡ଼ ଅଗ୍ନିକାଣ୍ଡରେ ପରିଣତ ହୋଇପାରେ ।  ଅଧିକ ଯାତ୍ରୀଙ୍କୁ ରଖିବା ପାଇଁ ବସ୍‌ଗୁଡ଼ିକରେ ପ୍ରାୟତଃ ଅଧିକ ସିଟ୍ ରହିଥାଏ । ଯାହା ବସ୍ ରେ ଯିବାଆସିବା ବାଟକୁ ସଙ୍କୁଚିତ କରେ । ଯେତେବେଳେ ବସ୍‌ରେ ନିଆଁ ଲାଗି ଆତଙ୍କ ସୃଷ୍ଟି ହୁଏ ଏବଂ ପରସ୍ପର ସହିତ ଜଡ଼ିତ ତାରଗୁଡ଼ିକ ପ୍ରାୟତଃ ସର୍ଟ ସର୍କିଟ୍ ସୃଷ୍ଟି କରେ ତେଣୁ ବସ୍ ର ଗେଟ୍ ଜାମ୍ ହୋଇଯାଏ  । 

ORS ପିଉଥିଲେ ସାବଧାନ ! ବଜାରରେ ବୁଲୁଛି ନକଲି ORS , ଡାକ୍ତର କଲେ ସାଙ୍ଘାତିକ ଖୁଲାସା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ଯେ ଏକ ଛୋଟ ଅଗ୍ନିଶିଖା ୩୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଏକ ବଡ଼ ଅଗ୍ନିକାଣ୍ଡରେ ପରିଣତ ହୋଇପାରେ ।  ଯେତେବେଳେ ଗୋଟିଏ ବସ୍ ରେ ନିଆଁ ଲାଗେ କିଛି ସେକେଣ୍ଡ ମଧ୍ୟରେ ତାପମାତ୍ରା ୧୦୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିପାରେ । ଆଖି ସ୍ତରରେ ତାପ ୬୦୦ ଡିଗ୍ରି ସେଲସିୟସ୍ ପହଞ୍ଚିପାରେ । ବସ୍ ଭିତରେ ଗରମ ପବନ ସୃଷ୍ଟି ହେବା ସହ ଯେତେବେଳେ ଗେଟ୍ ବନ୍ଦ ହୋଇଯାଏ ଏହା ଏକ ଗ୍ୟାସ୍ ଚାମ୍ବର ପରି ହୋଇଯାଏ । ଏହି ଅଗ୍ନିକାଣ୍ଡର ଧୂଆଁ ଯାତ୍ରୀଙ୍କ ଫୁସଫୁସରେ ପହଞ୍ଚେ ଏବଂ ନିଶ୍ୱାସ ନେବା ଦ୍ୱାରା ଜ୍ବଳନ ହୋଇଥାଏ । ଯେଉଁଥିପାଇଁ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଏ ।