କନକ ବ୍ୟୁରୋ : ଆଫଗାନିସ୍ତାନ ସହ ପଙ୍ଗା ନେଇ ନିଜ ଗୋଡ଼ରେ କୁରାଢ଼ି ମାରିଛି ପାକିସ୍ତାନ । ଯାହାଠୁ କିଣୁଥିଲା ପରିବା,ତାହା ସଙ୍ଗେ କଲା ଝଗଡ଼ା । ଯାହାର ପ୍ରଭାବ ସିଧାସଳଖ ପଡ଼ିଛି ହାଣ୍ଡିଶାଳରେ । ଲାହୋର ଏବଂ କରାଚୀ ଭଳି ପାକିସ୍ତାନର ଅଧିକାଂଶ ସହରରେ ଏବେ ହୁ’ହୁ ହୋଇ ବଢ଼ିଚାଲିଛି ପରିବା ଦର । ପୂର୍ବରୁ ଯେଉଁଠି ଟମାଟୋ କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୭୦୦ ଟଙ୍କାରେ ପହଞ୍ଚିଛି । ଖାଲି ଟମାଟୋ କାହିଁକି ଅଦାର ମଧ୍ୟ ବଢ଼ିଛି ଭାଉ । ଶତ୍ରୁଦେଶରେ ଅଦା କିଲୋ ପ୍ରତି ୭୫୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଏଥିପାଇଁ ଦାୟୀ ହେଉଛି ବନ୍ୟା । ବନ୍ୟାରେ ଫସଲ ନଷ୍ଟ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଏତଦବ୍ୟତୀତ ଆଫଗାନିସ୍ତାନ ସହିତ ଉତ୍ତେଜନା ଯୋଗୁଁ ଟମାଟୋ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଟମାଟୋର ମୂଲ୍ୟକୁ ରେକର୍ଡ ଉଚ୍ଚତାକୁ ନେଇଯାଇଛି । ସୀମା ଉତ୍ତେଜନା ଯୋଗୁଁ ଆଫଗାନିସ୍ତାନ ଟମାଟୋ ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ପରିବା ମୂଲ୍ୟ ବୃଦ୍ଧି ପାଇଛି

Advertisment

ପୁରୁଷ ଚିହ୍ନିଲେ ପୁରୁଷ ମନ : ଦୀପାବଳିରେ କଲେ ଏମିତି କାମ ; ବାଃ ବାଃ କରୁଛି ସୋସିଆଲ୍ ମିଡିଆ

pak
pak Photograph: (google)

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତରେ ସୁନାର ମୂଲ୍ୟ ବଢୁଥିବା ବେଳେ ପାକିସ୍ତାନରେ ସୁନାର ସ୍ଥାନ ନେଇଛି ଟମାଟୋ । ବର୍ତ୍ତମାନ ପାକ୍ ରେ କେବଳ ସମ୍ଭ୍ରାନ୍ତଶ୍ରେଣୀର ଲୋକଙ୍କ ଖାଇବା ଥାଳିରେ ପରଷା ଯାଉଛି ଟମାଟୋ । ମଧ୍ୟବିତ୍ତ ପରିବାର ପାଇଁ ଟମାଟୋ ଖାଇବା ଯେମିତି ସ୍ବପ୍ନ ପାଲଟିଯାଇଛି । ପରିବା ଦରରେ ଏପରି ବୃଦ୍ଧି ପୂରା ଦେଶ ଏବଂ ଖୁଚୁରା ଦୋକାନୀଙ୍କୁ ଆଶ୍ଚର୍ଯ୍ୟ କରିଛି । ରୋଷେଇ ଘରରୁ ଟମାଟୋ ଯେମିତି ଗାଏବ ହୋଇଗଲାଣି । ବର୍ଷ ବର୍ଷ ଧରି ପାକିସ୍ତାନ ବଜାରର ଅଭାବକୁ ପୂରଣ କରିବା ପାଇଁ ଆଫଗାନିସ୍ତାନ ଆମଦାନୀ ଉପରେ ନିର୍ଭର କରୁଥିଲା । ବର୍ତ୍ତମାନ ସେହି ପ୍ରବାହ ଏବେ ବନ୍ଦ ହୋଇଯାଇଛି । ସୀମା ଉତ୍ତେଜନା ଯୋଗୁଁ ଟ୍ରକଗୁଡ଼ିକ ଫସି ରହିଛି ଏବଂ ବଜାର ଖାଲି ପଡ଼ିଛି । ପାକ୍ ମିଡିଆର ରିପୋର୍ଟ ଅନୁସାରେ ଅନେକ ବଜାରରେ ଟମାଟୋ ଏବେ ଚିକେନ୍ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହେଉଛି । ବ୍ୟବସାୟୀମାନେ କହୁଛନ୍ତି ଯେ ପରିବା ସଙ୍କଟ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ପ୍ରତ୍ୟେକ ସହରରେ ଚଢ଼ା ମୂଲ୍ୟରେ ପରିବା ବିକ୍ରି ହେଉଛି । 

ginger
ginger Photograph: (google)

ପାକିସ୍ତାନର ଝେଲମରେ ଏକ କିଲୋ ଟମାଟୋର ମୂଲ୍ୟ ୭୦୦ ଟଙ୍କା ହୋଇଥିବାବେଳେ, ଗୁଜରାନୱାଲାରେ ଏହା ୫୭୫ ଟଙ୍କାରେ ବିକ୍ରି ହେଉଛି । ଫୈସଲାବାଦ ବଜାରରେ କିଛି ଦିନ ମଧ୍ୟରେ ଦର କିଲୋ ପ୍ରତି ୧୬୦ ରୁ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଲତାନରେ ଟମାଟୋର ମୂଲ୍ୟ ବର୍ତ୍ତମାନ ୪୫୦ ଟଙ୍କା ହୋଇଛି, ଯଦିଓ ସରକାରୀ ହାର ୧୭୦ ଟଙ୍କା ରହିଛି । ଲାହୋରରେ ହୋଲସେଲ ମୂଲ୍ୟ ପ୍ରାୟ ୪୦୦ ଟଙ୍କା ସରକାରୀ ତାଲିକା ମୂଲ୍ୟର ଦୁଇଗୁଣରୁ ଅଧିକ ରହିଛି ।


ଆଫଗାନ ସୀମା ବନ୍ଦ ହେବାର ପ୍ରଭାବ କ୍ୱେଟା ଏବଂ ପେଶାୱରରେ ମଧ୍ୟ ପଡ଼ିଛି । ଟମାଟୋ ବଦଳରେ ଲୋକ ଟମାଟୋ ସସ୍ , ଦହି କିମ୍ବା ଶୁଖିଲା ମସଲାକୁ ବ୍ୟବହାର କରୁଛନ୍ତି । ରେଷ୍ଟୁରାଣ୍ଟରେ ଟମାଟୋ ରେସିପିକୁ ହିଁ ବାଦ୍ ଦିଆଯାଇଛି । ସ୍ଥାନୀୟ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର ଏ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଏହି ସଙ୍କଟ ଆହୁରି ଖରାପ ହୋଇପାରେ ।