କନକ ବ୍ୟୁରୋ : ଭାରତରେ ଏମିତି ଅନେକ ମନ୍ଦିର ଅଛି ଯାହା ବାହାରୁ ଦେଖିବାକୁ ଯେତେ ସୁନ୍ଦର , ଏହାର ଭିତର ସେତେ ରହସ୍ୟମୟ । ଏମିତି ଅନେକ ମନ୍ଦିର ଯାହା ବେଳେବେଳେ ଲୋକଲୋଚନକୁ ଆସେ ଏବଂ ଅନ୍ୟକିଛି ରହସ୍ୟ ଘେରରେ ହିଁ ରହିଯାଏ । ତେବେ ଚାଲନ୍ତୁ ଆଜି ଏମିତି ହିଁ ଏକ ମନ୍ଦିର ବିଷୟରେ ଜାଣିବା । ବନ୍ୟ ହିଂସ୍ର ଜନ୍ତୁ ଦେଖିଲେ କାହାକୁ ବା ଭୟ ନ ଲାଗେ । ହେଲେ ଏଠି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳେ । ଖୋଦ୍ ବଣରୁ ଚାଲିଆସୁଛନ୍ତି ଜଙ୍ଗଲୀ ଜୀବ । ଆଉ ବାହାରେ ବୁଲି ଲୋକଙ୍କ ହାତରୁ ପ୍ରସାଦ ଖାଇ ଫେରିଯାଉଛନ୍ତି ପୁଣି ସେହି ଜଙ୍ଗଲ ଭିତରକୁ । ସମୟ ସହିତ ତାଳ ଦେଇ ରୀତିମତ ଭାବେ ଜଙ୍ଗଲରୁ ବାହାରୁଛନ୍ତି ।
/filters:format(webp)/kanak/media/media_files/2025/10/21/bear-2025-10-21-17-45-45.png)
ଏହିଭଳି କିଛି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି । ଦେବୀଙ୍କ ମନ୍ଦିର ଆଉ ଭକ୍ତଙ୍କ ଗହଣରେ ଭାଲୁ ବୁଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି । ଛତିଶଗଡ଼ ଘୁଞ୍ଚାପାଲିର ବଣ ପାହାଡ଼ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ବିଦ୍ୟମାନ ମାଆ ଚଣ୍ଡୀଙ୍କ ମନ୍ଦିର । ମାଆଙ୍କ ନିକଟରେ ଅଗାଢ଼ ବିଶ୍ୱାସ ଯୋଗୁ ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଞ୍ଜ ନଇଁଗଲା ପରେ ଏଠାକୁ ଚାଲିଆସୁଛନ୍ତି ନିକଟ ଜଙ୍ଗଲରୁ ଭାଲୁ । ସଞ୍ଜ ଆଳତୀ ଆଉ ମନ୍ଦିରର ଘଣ୍ଟ ଘଣ୍ଟା ଶଦ୍ଦ ଶୁଣିବା ମାତ୍ରକେ ପହଞ୍ଚି ଯାଆନ୍ତି ଏହି ଜଙ୍ଗଲୀ ଜୀବ। ମନ୍ଦିର ଚାରିପାଖରେ ବୁଲିବା ସହିତ ମନ୍ଦିରରୁ ଟିକେ ପ୍ରସାଦ ଖାଇବା ପାଇଁ ଜଗି ବସନ୍ତି । ଆଉ ପ୍ରସାଦ ପାଇଲା ପରେ ଚୁପଚାପ୍ ଚାଲିଯାଆନ୍ତି ଜଙ୍ଗଲ ଭିତରକୁ । ମନ୍ଦିର ପୂଜାରୀଙ୍କ ଠାରୁ ନେଇ ଶ୍ରଦ୍ଧାଳୁ ଯାଏଁ ସମସ୍ତେ ଭାଲୁ ମାନଙ୍କୁ ପ୍ରସାଦ ଖାଇବାକୁ ଦେଇଥା’ନ୍ତି ।
ସବୁଠୁ ବଡ଼ କଥା ହେଲା ଏହି ଜଙ୍ଗଲୀ ଭାଲୁ ମଣିଷମାନଙ୍କ ହାତରୁ ପ୍ରସାଦ ଖାଉଛନ୍ତି । ବର୍ଷ ବର୍ଷ ହେଲା ଏଠାକୁ ଆସୁଛନ୍ତି କିନ୍ତୁ ଆଜି ଯାଏଁ କାହାର କ୍ଷତି କରିଥିବା ଶୁଣାଯାଇନି । ଯାହା ମାଆଙ୍କ ଆଶୀର୍ବାଦ ବୋଲି ଶ୍ରଦ୍ଧାଳୁ କୁହନ୍ତି । ତେବେ ଏହି ଘଟଣା ନିତିଦିନିଆ ହୋଇଗଲାଣି । ଏହା ଦିନେ କି ଦୁଇଦିନର କଥା ନୁହେଁ ବର୍ଷ ବର୍ଷ ଧରି ଏଠାକୁ ଆସୁଛନ୍ତି ଭାଲୁ । ଆଉ ମନ୍ଦିରରୁ ପ୍ରସାଦ ଖାଇ ପୁଣି ଫେରିଯାଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭାଲୁ ମାନେ ପାଖ ଜଙ୍ଗଲରୁ ଆସୁଛନ୍ତି । ମାଆଙ୍କ ପ୍ରସାଦ ପାଇ ପୁଣି ଫେରିଯାଉଛନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ଭାଲୁ ସବୁ ଜଙ୍ଗଲରୁ ନା ଆଉ କେଉଁଠାରୁ ଆସୁଛନ୍ତି ଏବଂ କୁଆଡ଼େ ଯାଉଛନ୍ତି ତାହା କେବେ କିଏ ଦେଖିନାହାନ୍ତି । ମାଆ ଚଣ୍ଡୀଙ୍କ ମନ୍ଦିର ଏବଂ ଭାଲୁ ପ୍ରସାଦ ଖାଇବା ରହସ୍ୟ ବାସ୍ତବରେ କ’ଣ ତାହା ଏପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି ।