କନକ ବ୍ୟୁରୋ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ସାବରୀମାଳା ମନ୍ଦିର ଯାଇ ପ୍ରଭୁ ଆୟାପ୍ପା ସ୍ବାମୀଙ୍କ ଦର୍ଶନ କଲେ । ଏହି ଐତିହାସିକ ଘଟଣା ଦେଶବ୍ୟାପୀ ଆଲୋଚନା ସୃଷ୍ଟି କରିଥିଲା କାରଣ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ଏହି ମନ୍ଦିରରେ ପ୍ରବେଶ କରି ପୂଜା କରିଥିଲେ । ଏହା କେବଳ ଏକ ଧାର୍ମିକ ତୀର୍ଥଯାତ୍ରା ନଥିଲା ବରଂ ଏକ ମୁହୂର୍ତ୍ତ ଥିଲା ଯାହା ବିଶ୍ୱାସ, ପରମ୍ପରା ଏବଂ ସାମାଜିକ ପରିବର୍ତ୍ତନ ମଧ୍ୟରେ ଏକ ନୂତନ ଅଧ୍ୟାୟ ରଚିଥିଲା । ସାବରୀମାଳା ମନ୍ଦିରରେ ପ୍ରଭୁ ଆୟାପ୍ପାଙ୍କ ପୂଜା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି ଯେଉଁଥିରୁ ଗୋଟିଏ ହେଉଛି ୧୦ ରୁ ୫୦ ବର୍ଷ ବୟସର ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନାହିଁ । ଏହି ପରମ୍ପରା ବହୁ ଦିନ ଧରି ବିବାଦର ଉତ୍ସ ହୋଇ ରହିଥିଲା । ଯଦିଓ ସୁପ୍ରିମକୋର୍ଟ ୨୦୧୮ରେ ଏହି ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଯାହା ଫଳରେ ରାଷ୍ଟ୍ରପତିଙ୍କ ଗସ୍ତକୁ କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବରଂ ସାମାଜିକ ସ୍ତରରେ ଏକ ସାହସିକ ପଦକ୍ଷେପ ବୋଲି କୁହାଯାଉଛି ।
୨୧ ବର୍ଷ ବୟସରେ ଅଫିସର : ପ୍ରଥମ ଦିନରେ ନେଉଥିଲେ ଲାଞ୍ଚ,ଅଫିସରେ ପାଦ ଦେଉ ଦେଉ ହେଲେ ବିଦା
/filters:format(webp)/kanak/media/media_files/2025/10/25/droupadi-murmu-2025-10-25-15-46-29.jpg)
ମହାମହିମ ବୁଧବାର କେରଳର ପମ୍ବାରେ ପହଞ୍ଚି ପମ୍ବା ନଦୀରେ ଗୋଡ଼ ଧୋଇ ଆଧ୍ୟାତ୍ମିକତାର ଏହି ଯାତ୍ରାକୁ ଆରମ୍ଭ କରିଥିଲେ । ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ସେ ଗଣପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ଏହାପରେ ‘କେଟ୍ଟନିରା ମଣ୍ଡପମ୍’ ରେ କଳାଶାଢ଼ି ପିନ୍ଧି ‘ଇରୁମୁଡ଼ି’ ପ୍ରସ୍ତୁତ କରିଥିଲେ । ଇରୁମୁଡ଼ି ହେଉଛି ଏକ ବିଶେଷ ପ୍ରକାରର ପୁଟୁଳି ଯାହାକୁ ଭକ୍ତ ନିଜ ମୁଣ୍ଡ ଉପରେ ରଖି ମନ୍ଦିର ଆଡ଼କୁ ବଢ଼ନ୍ତି । ଏହି ପୁଟୁଳିରେ ୨ ଟି ଭାଗ ଥାଏ ଆଗରେ ଭଗବାନଙ୍କୁ ଅର୍ପଣ କରିବା ପାଇଁ ପ୍ରସାଦ ଏବଂ ପଛରେ ଯାତ୍ରା ବେଳର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଥାଏ । ନଡ଼ିଆ ଭିତରେ ଘିଅ ଦେଇ ପୁଟୁଳିରେ ରଖିବା ଏହି ଯାତ୍ରାର ମୁଖ୍ୟ ଅଂଶ ବୋଲି କୁହାଯାଏ । ଭକ୍ତଙ୍କ ପାଇଁ ଏହି ପୁଟୁଳି କେବଳ ପୂଜା ସାମଗ୍ରୀ ନୁହେଁ ବରଂ ଶ୍ରଦ୍ଧା ଓ ସମର୍ପଣର ଏକ ପ୍ରତୀକ ।
ଅମିତାଭ ବଚ୍ଚନଙ୍କୁ କରିଥିଲେ ଅସମ୍ମାନ : ଏବେ ସୋସିଆଲ୍ ମିଡିଆରେ ପଡୁଛି ଗାଳି , ଟ୍ବିଟ୍ କରି ବିଗ୍ ବି କହିଲେ ଏମିତି …
ଭଗବାନ ଆୟାପ୍ପାଙ୍କ ମନ୍ଦିର ପାଖକୁ ପହଞ୍ଚିବାକୁ ଭକ୍ତଙ୍କୁ ୧୮ ଟି ପବିତ୍ର ପାହାଚ ଚଢ଼ିବାକୁ ପଡ଼େ । ଏହି ପାହାଚ କେବଳ ସେହି ଭକ୍ତମାନେ ଚଢ଼ିପାରିବେ ଯେଉଁମାନଙ୍କ ମୁଣ୍ଡରେ ଇରୁମୁଡ଼ି ରଖାଯାଇଥିବ । ମହାମହିମ ମଧ୍ୟ ଏହି ପରମ୍ପରାକୁ ପାଳନ କଲେ । ସେ ମୁଣ୍ଡ ଉପରେ ଇରୁମୁଡ଼ି ରଖି ପ୍ରଭୁଙ୍କୁ ଦର୍ଶନ କଲେ । ଏହି ସମୟରେ ତାଙ୍କ ସହ ଜ୍ବାଇଁ, ସୁରକ୍ଷା ଅଧିକାରୀ ଏବଂ ଏଡିସି ମଧ୍ୟ ଉପସ୍ଥିତ ଥିଲେ । ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ କିଛି ସମୟ ପାଇଁ ରୋକା ଯାଇଥିଲା । ଏହାପୂର୍ବରୁ ୧୯୭୦ ରେ ତତ୍କାଳୀନ ରାଷ୍ଟ୍ରପତି ଭି.ଭି ଗିରି ଏହି ମନ୍ଦିରର ଦର୍ଶନ କରିଥିଲେ । ତାଙ୍କୁ ସେଠାରୁ ପାଲିଙ୍କିରେ ବସାଇ ମନ୍ଦିର ନିଆଯାଇଥିଲା । କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଯାତ୍ରା ଏଥିପାଇଁ ବି ଖାସ୍ କାରଣ ସେ ପାରମ୍ପରିକ ରୀତିନୀତିକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଥିଲେ ଏବଂ ମୁଣ୍ଡରେ ଇରୁମୁଡ଼ି ରଖି ୪ ରୁ ୫ କିଲୋମିଟରର କଠିନ ଯାତ୍ରା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/25/president-2025-10-25-15-45-46.jpg)