କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି । ଏହି ସମୟରେ ବୁଧବାର ସାବରିମାଳା ଦର୍ଶନ କାର୍ଯ୍ୟକ୍ରମ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଥିଲା । ତୀର୍ଥଯାତ୍ରାରେ ଯାଉଥିବା ରାଷ୍ଟ୍ରପତିଙ୍କ ହେଲିକପ୍ଟର ଚକ କେରଳର ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ହଠାତ ଫସି ଯାଇଥିଲା । ବର୍ତ୍ତମାନ ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂତ୍ର ଅନୁସାରେ ଅକ୍ଟୋବର ୨୧ ତାରିଖ ସନ୍ଧ୍ୟାରେ ହେଲିପ୍ୟାଡ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ପାଇଲଟଙ୍କ ନିର୍ଦ୍ଦେଶରେ ରାତାରାତି କଂକ୍ରିଟ୍ ଢଳା ଆରମ୍ଭ ହୋଇଥିଲା । ସକାଳ ସୁଦ୍ଧା କାର୍ଯ୍ୟକୁ ସମାପ୍ତ କରାଯାଇଥିଲା । କାରଣ ବୁଧବାର ରାଷ୍ଟ୍ରପତିଙ୍କ ହେଲିକପ୍ଟର ସେଠାରେ ଅବତରଣ କରିବାର ଥିଲା । ତେବେ ରାତାରାତି ହେଲିପ୍ୟାଡ ନିର୍ମାଣକୁ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପୂର୍ବରୁ ସତର୍କ କରାଇ ଦେଇଥିଲା ଯେ ହେଲିପ୍ୟାଡରେ କଂକ୍ରିଟ୍ ସମ୍ପୂର୍ଣ୍ଣ ଶୁଖିଲା ନାହିଁ ତେଣୁ ହେଲିକପ୍ଟରକୁ ସେଠାରେ ଅବତରଣ କରାଯିବା ଉଚିତ୍ ନୁହେଁ । କିନ୍ତୁ ଏହି ଚେତାବନୀକୁ କେହି ଗୁରୁତ୍ବ ନଦେଇ ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଓଦା ଥିବା କଂକ୍ରିଟ୍ ରାସ୍ତାରେ ଅବତରଣ କରି ଦେଇଥିଲେ ଯାହାଦ୍ବାରା ଏଭଳି ଅଭାବନୀୟ ଘଟଣା ଘଟିଲା । ସମୟ ବିଳମ୍ବ ନକରି ପୁଲିସ ଓ ଅଗ୍ନିଶମବାହିନୀ ହେଲିକପ୍ଟରକୁ ଠେଲି ଘଟଣାସ୍ଥଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି ।
#WATCH | Kerala: A portion of the helipad tarmac sank in after a chopper carrying President Droupdi Murmu landed at Pramadam Stadium. Police and fire department personnel deployed at the spot physically pushed the helicopter out of the sunken spot. pic.twitter.com/QDmf28PqIb
— ANI (@ANI) October 22, 2025
ଅନ୍ୟପକ୍ଷରେ କୁହାଯାଉଛି କି ରାଷ୍ଟ୍ରପତିଙ୍କ ସାବରୀମାଳାର ଗସ୍ତକୁ ନେଇ ସକାଳ ୪ଟା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ନଥିଲା ଯେ ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ସଡ଼କ ପଥରେ କି ଆକାଶପଥରେ ହେବ । ଏଭଳି ଦ୍ବନ୍ଦ୍ବ ମଧ୍ୟରେ ରାଷ୍ଟ୍ରପତିଙ୍କ ସଚିବାଳୟ ତିରୁବନନ୍ତପୁରମରୁ ପମ୍ପା ପର୍ଯ୍ୟନ୍ତ ଏକ ସଡ଼କ ପଥରେ ମହାମହିମ ଯାତ୍ରା କରିବାର ଅଧିକ ସମ୍ଭାବନା ଥିବାରୁ ରାସ୍ତାରେ ପୁଲିସ ବି ମୁତୟନ କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ସାବରୀମାଳା ଅଭିମୁଖେ ଯାତ୍ରା ହେଲିକପ୍ଟର ଯୋଗେ ସ୍ଥିର ହୋଇଥିଲା । ତେଣୁ ଏଭଳି ଘଟଣା ଘଟିଥିବା କଥା କୁହାଯାଉଛି ।
ପୀତବାସ ହତ୍ୟାକାଣ୍ଡର ଖୋଲୁଛି ଗୁମର : ବନ୍ଧାହେଲେ ପ୍ରିୟ ବନ୍ଧୁ ବିକ୍ରମ , ଏମିତି କରାଯାଇଥିଲା ହତ୍ୟା ପ୍ଲାନିଂ
୨୨ ଅକ୍ଟୋବର, ୨୦୨୫ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗବାନ ଆୟାପ୍ପାଙ୍କୁ ପ୍ରାର୍ଥନା କରିବା ପାଇଁ କେରଳର ସାବରୀମାଳା ମନ୍ଦିର ପରିଦର୍ଶନ କରିଥିଲେ । ଏହି ଐତିହାସିକ ଘଟଣା ଦେଶବ୍ୟାପୀ ଆଲୋଚନା ସୃଷ୍ଟି କରିଥିଲା କାରଣ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ମନ୍ଦିରରେ ପ୍ରବେଶ କରି ପୂଜା କରିଥିଲେ । ଏହା କେବଳ ଏକ ଧାର୍ମିକ ତୀର୍ଥଯାତ୍ରା ନଥିଲା ବରଂ ଏକ ମୁହୂର୍ତ୍ତ ଥିଲା ଯାହା ବିଶ୍ୱାସ, ପରମ୍ପରା ଏବଂ ସାମାଜିକ ପରିବର୍ତ୍ତନ ମଧ୍ୟରେ ଏକ ନୂତନ ଅଧ୍ୟାୟ ଖୋଲିଥିଲା । ସାବରୀମାଳା ମନ୍ଦିରରେ ଭଗବାନ ଆୟାପ୍ପାଙ୍କ ପୂଜା ପାଇଁ ନିର୍ଦ୍ଦିଷ୍ଟ ନିୟମ ଅଛି, ଯାହା ମଧ୍ୟରୁ ଗୋଟିଏ ହେଉଛି ୧୦ ରୁ ୫୦ ବର୍ଷ ବୟସର ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନାହିଁ । ଏହି ପରମ୍ପରା ବହୁ ଦିନ ଧରି ବିବାଦର ଉତ୍ସ ହୋଇ ରହିଛି । ଯଦିଓ ସୁପ୍ରିମକୋର୍ଟ ୨୦୧୮ରେ ଏହି ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଫଳସ୍ୱରୂପ ରାଷ୍ଟ୍ରପତିଙ୍କ ଗସ୍ତକୁ କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବରଂ ସାମାଜିକ ସ୍ତରରେ ଏକ ସାହସିକ ପଦକ୍ଷେପ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/23/droupadi-murmu-2025-10-23-15-20-55.jpg)