କନକ ବ୍ୟୁରୋ : କୁହନ୍ତି ସରକାରୀ ଚାକିରି ଯାହାର କି ଆନନ୍ଦ ତାହାର । ପୁଅ ଯଦି ସରକାରୀ ଚାକିରିଟିଏ କଲା କନ୍ୟାପାତ୍ର ମିଳିବାକୁ ଆଉ କେହି କୁନ୍ଥୁ କୁନ୍ଥୁ ହୁଅନ୍ତିନାହିଁ । କଠିନ ପରିଶ୍ରମ , ଅହରହ ପାଠପଢ଼ା ନହେଲେ ସରକାରୀ ଚାକିରିଟିଏ କରିବା କାଠିକର ପାଠ । ଭାରତରେ ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାରେ ପାସ୍ କରି ଚାକିରିଟିଏ କରିବା ପାଇଁ ପ୍ରତିଦିନ ପରିଶ୍ରମ କଲା ପରେ ବି କେହି କୃତକାର୍ଯ୍ୟ ହୁଅନ୍ତି ତ ଆଉ କାହାରିକୁ ପରାଜୟର ସ୍ବାଦ ଛାଖିବାକୁ ପଡ଼େ । କିନ୍ତୁ ଝାଡ଼ଖଣ୍ଡର ଜଣେ ଝିଅ ମାତ୍ର ୨୧ ବର୍ଷରେ ଜେପିଏସସି ପରୀକ୍ଷା କ୍ଲିୟର୍ କରି ଅଧିକାରୀ ହେଲେ । କିନ୍ତୁ ପ୍ରଥମ ପୋଷ୍ଟିଙ୍ଗରେ ୧୦ ,୦୦୦ ଟଙ୍କା ଲାଞ୍ଚ ନେଇ ପରିବାରର ଗର୍ବକୁ ନିମିଷକ ମଧ୍ୟରେ ମାଟିରେ ମିଶାଇ ଦେଲେ । ମିତାଲୀ ଶର୍ମା ନାମକ ଏହି ଲେଡି ଅଫିସରଙ୍କୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଏସିବି ଟିମ୍ । 

Advertisment

https://www.facebook.com/share/v/1GAXW1SFFU/

ଯେଉଁ ଝିଅର ଜେପିଏସସି ପରୀକ୍ଷାରେ ୧୦୮ ତମ ରାଙ୍କ୍ ଆଣିବାରେ ପରିବାର ଖୁସି ହୋଇ ମିଠା ବାଣ୍ଟିଥିଲା । ସେହି ପରିବାର ଆଜି ଝିଅର ଏଭଳି କାରନାମା ପରେ ମୁହଁ ଲୁଚାଇ ଘରେ ବସିଛନ୍ତି । ମିତାଲୀ ଗ୍ରାଜୁଏସନ୍ ପାସ୍ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ ଏବଂ ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ପ୍ରୟାସରେ ହିଁ ଜେପିଏସସି ପରୀକ୍ଷା ପାସ୍ କରିଥିଲେ । ମଧ୍ୟବିତ୍ତ ପରିବାରରୁ ଆସିଥିବା ମିତାଲୀଙ୍କ ପ୍ରଥମ ପୋଷ୍ଟିଂ କୋଡରମା ଜିଲ୍ଲାରେ ହୋଇଥିଲା । ଯେଉଁଠାରେ ସେ ଆସିସାଣ୍ଟ ରେଜିଷ୍ଟାର୍ ରୂପେ ଯୋଗ ଦେଇଥିଲେ । ତେବେ ଏହି ଲେଡି ଅଫିସରଙ୍କ ବିରୋଧରେ କୋଡରମା ବ୍ୟାପାର ମଣ୍ଡଳ ସହଯୋଗ ସମିତିର ସଦସ୍ୟ ରାମେଶ୍ବର ପ୍ରସାଦ ଯାଦବ ଏସିବିରେ ଅଭିଯୋଗ କରିଥିଲେ । ତାଙ୍କ କହିବା ମୁତାବକ ମିତାଲୀ ସହକାରିତା ବିଭାଗର ନିରୀକ୍ଷଣ ପରେ ତାଙ୍କୁ କିଛିଟା କ୍ଷେତ୍ରରେ ସନ୍ଦେହ ଦେଖାଗଲା । ଯାହାକୁ ନେଇ ସେ ସଦସ୍ୟଙ୍କୁ ସ୍ପଷ୍ଟୀକରଣ ମଧ୍ୟ ମାଗିଥିଲେ । କିନ୍ତୁ ସ୍ପଷ୍ଟୀକରଣରୁ ବଞ୍ଚିବାକୁ ହେଲେ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ସଦସ୍ୟଙ୍କୁ କହିଥିଲେ ମିତାଲୀ । ତେବେ ପ୍ରଥମ ପୋଷ୍ଟିଂ ଏବଂ ପ୍ରଥମ ଦିନରେ ହିଁ ଭ୍ରଷ୍ଟାଚାରର ସିଡ଼ିରେ ଚଢ଼ିବା ପୂର୍ବରୁ ରାମେଶ୍ବର ପ୍ରସାଦ ଯାଦବ ମିତାଲୀଙ୍କ ଅସଲ ମୁଖା ପଦାରେ ପକାଇ ଦେଇଥିଲେ ଏବଂ ମିତାଲୀଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଏସିବିର ଟିମ୍ ।