କନକ ବ୍ୟୁରୋ : ଝିଅ ବାହାଘରରେ ସୁନା କିଣିବାକୁ ଚାହୁଥିବା ଲୋକଙ୍କ ପାଇଁ ଖୁସି ଖବର । କମିଲା ସୁନା ଦର । ନିବେଶକଙ୍କ ଦ୍ୱାରା ଲାଭ , ପର୍ବପର୍ବାଣୀ ଚାହିଦାରେ ହ୍ରାସ , ବାଣିଜ୍ୟ ଉତ୍ତେଜନା ହ୍ରାସ ଯୋଗୁ ସୁନା ଦରରେ ବଡ଼ ହ୍ରାସ ଘଟିଛି । ବୁଧବାର ଅପରାହ୍ନ ୫ଟାରେ ଦେଶର ଫ୍ୟୁଚର୍ସ ବଜାର, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ମାତ୍ର ୬ ମିନିଟରେ ୧୦ ଗ୍ରାମ୍ ପିଛା ପ୍ରାୟ ୬% ଅର୍ଥାତ୍ ୭,୭୦୦ ଟଙ୍କା ହ୍ରାସ ପାଇଛି । ବିଶେଷଜ୍ଞମାନଙ୍କ ଅନୁସାରେ ସୁନା ଦର ଆହୁରି ହ୍ରାସ ପାଇପାରେ । ଆଗାମୀ ଦିନରେ ଫ୍ୟୁଚର୍ସ ବଜାରରେ ସୁନାଦର ୧.୧୫ ଲକ୍ଷ ଟଙ୍କାରୁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ । ବିଶେଷ କଥା ହେଉଛି ସୁନା ଦର ଏହାର ରେକର୍ଡ ସ୍ତରରୁ ପ୍ରାୟ ୧୨ ହଜାର ଟଙ୍କା ହ୍ରାସ ପାଇଛି । ସେପଟେ ରୁପା ଦର ମଧ୍ୟ ହ୍ରାସ ପାଉଛି । ଭାରତୀୟ ଫ୍ୟୁଚର୍ସ ବଜାରରେ ରୁପା ଦର ୪% ହ୍ରାସ ପାଇଛି । ଫଳରେ ଦର କିଲୋଗ୍ରାମ୍ ପିଛା ୧.୪୪ ଲକ୍ଷ ତଳକୁ ଆସିଛି । ରୁପା ଦର ୨୬,୫୦୦ରୁ ଅଧିକ ହ୍ରାସ ପାଇଛି ।
/filters:format(webp)/kanak/media/media_files/2025/07/18/gold-2-2025-07-18-11-56-35.jpg)
ଦେଶର ଫ୍ୟୁଚର୍ସ ବଜାର, ମଲ୍ଟି-କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ବର୍ଷର ସବୁଠାରୁ ବଡ଼ ହ୍ରାସ ପାଇଛି । ତଥ୍ୟ ଅନୁଯାୟୀ, ବଜାର ଖୋଲିବାର କିଛି ମିନିଟ୍ ମଧ୍ୟରେ ସୁନା ଦର ୧.୨୦ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ଗୋଟିଏ ଦିନ ପୂର୍ବରୁ ସୁନାଦର ୧ ଲକ୍ଷ ୨୮ ହଜାର ୨୭୧ ଟଙ୍କାରେ ବନ୍ଦ ହୋଇଥିଲା । କିନ୍ତୁ ବୁଧବାର ସୁନା ଦର ୧,୨୦,୫୭୫ ଟଙ୍କାକୁ ହ୍ରାସ ପାଇଛି । ଏହାର ଅର୍ଥ ସୁନା ଦରରେ ୭,୬୯୬ ଟଙ୍କା ହ୍ରାସ ପାଇଛି । ସନ୍ଧ୍ୟା ୫ ଟା୪୦ ସୁଦ୍ଧା ସୁନାଦର ୭,୦୭୩ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୨୧,୧୯୮ ଟଙ୍କାରେ ପହଞ୍ଚିଛି । ସୁନାଦର ସର୍ବୋଚ୍ଚ ସ୍ତରଠାରୁ ପ୍ରାୟ ୯% ଅର୍ଥାତ୍ ପ୍ରାୟ ୧୨,୦୦୦ ଟଙ୍କା ହ୍ରାସ ପାଇଛି । ଶୁକ୍ରବାର ସୁନା ସର୍ବାଧିକ ୧,୩୨,୨୯୪ ଟଙ୍କାରେ ପହଞ୍ଚିଥିଲା ।
ସୂଚନାନୁସାରେ ବୁଧବାର ରୁପା ଦର ୬,୫୦୮ ହ୍ରାସ ପାଇ ବାଣିଜ୍ୟ ଅଧିବେଶନ ସମୟରେ କିଲୋଗ୍ରାମ ପିଛା ୧,୪୩,୮୧୯ରେ ପହଞ୍ଚିଛି । ଅପରାହ୍ନ ୫ ଟାରେ ରୂପା ଦର ୧,୪୮.୦୦୦ ଟଙ୍କାରେ ଖୋଲିଥିଲା । ଯେତେବେଳେ ପୂର୍ବ ଦିନ ଏହା ୧,୫୦,୩୨୭ ଟଙ୍କାରେ ବନ୍ଦ ହୋଇଥିଲା। ସୂଚନା ଅନୁଯାୟୀ, ଶୁକ୍ରବାର ରୁପା ସର୍ବାଧିକ ୧,୭୦,୪୧୫ ଟଙ୍କାରେ ପହଞ୍ଚିଥିଲା । ସେବେଠାରୁ, ଦର ପ୍ରାୟ ୧୬% ଅର୍ଥାାତ ୨୬,୫୯୬ ଟଙ୍କା ହ୍ରାସ ପାଇଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁନା ଦର ଆହୁରି ଖସିପାରେ । ୟା ୱେଲ୍ଥ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅନୁଜ ଗୁପ୍ତାଙ୍କ ଅନୁସାରେ ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇପାରେ । ଭୂରାଜନୈତିକ ଉତ୍ତେଜନା ହ୍ରାସ ପାଇବାର ଆଶା କରାଯାଉଛି । ଭାରତ - ଆମେରିକା ଏବଂ ଆମେରିକା - ଚୀନ୍ ମଧ୍ୟରେ ଚାଲିଥିବା ଶୁଳ୍କ ଉତ୍ତେଜନା ହ୍ରାସ ପାଉଛି, ଯାହା ସୁନାର ଦରକୁ ହ୍ରାସ କରୁଛି । ଆଗାମୀ ଦିନରେ ସୁନା ଦରରେ ଆହୁରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖାଯାଇପାରେ । ଏହାର ଅର୍ଥ ହେଉଛି ସୁନାର ଦର ହ୍ରାସ ପାଇ ୧.୧୦ ଲକ୍ଷରୁ ୧.୧୫ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/25/gold-2025-10-25-15-40-17.jpg)