କନକ ବ୍ୟୁରୋ : ରିଲରେ ହେଉ କିମ୍ବା ରିୟଲ୍ ଲାଇଫରେ ବେଳେବେଳେ ଆମ ଆଖି ଆଗକୁ ଏମିତି ଦୃଶ୍ୟ ଚାଲିଆସେ ଯାହା ମାନବିକତା ଏବଂ ଭଲ କାମର ମିସାଲ୍ ପାଲଟିଯାଏ । ଯେଉଁଥିରୁ  ଜଣାପଡ଼େ ଯେ କରୁଣା ଏବଂ ଭଲପାଇବାର କୌଣସି ସଂପ୍ରଦାୟ ନଥାଏ ଏହା ସ୍ବୟଂ ହିଁ ଧର୍ମ । ଧର୍ମ , ଜାତି ଏବଂ ସଂପ୍ରଦାୟକୁ ସାଇଟ୍ କରି ଏକଜୁଟ୍ ହେବାର ବନ୍ଧନକୁ ହିଁ କୁହାଯାଏ ଭାଇଚାରା । ଆଉ ଏହି ଭାଇଚାରାର ଝଲକ ଏବେ ବୃନ୍ଦାବନରୁ ଚାରିଆଡ଼େ ବ୍ୟାପିଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଏହାର ସାକ୍ଷୀ । ନିକଟରେ ବିଶ୍ବବିଖ୍ୟାତ ବୃନ୍ଦାବନର ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା ଏବଂ ଭକ୍ତ ସନ୍ଥଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ବର୍ତ୍ତମାନ ସମୟରେ ପ୍ରେମ , ସେବା ଏବଂ ଏକତାର ପ୍ରତୀକ ପ୍ରେମାନନ୍ଦ ମହାରାଜଙ୍କ ପାଇଁ ସାରା ଦେଶ ଏକାଠି ହୋଇଥିଲା । ହିନ୍ଦୁ ଭାଇମାନେ ମନ୍ଦିରରେ ମହାରାଜଙ୍କ ପାଇଁ ମୁଣ୍ଡିଆ ମାରୁଥିବା ବେଳେ ମୁସଲିମ୍ ଭାଇମାନେ ମସଜିଦରେ ପ୍ରାର୍ଥନା କରାଯାଉଥିବାର ଦେଖାଯାଉଥିଲା ।  

Advertisment

ମଦିନାରେ ପ୍ରେମାନନ୍ଦ ମହାରାଜଙ୍କ ପାଇଁ ପ୍ରାର୍ଥନା : ଭାଇରାଲ୍ ହେଉଛି ମୁସଲିମ୍ ଯୁବକଙ୍କ ଭିଡିଓ

premananda
premananda Photograph: (Google)

ତେବେ ବର୍ତ୍ତମାନ ଏମିତି ହିଁ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଠି ଜଣେ ମୁସଲିମ୍ ଭକ୍ତ ସନ୍ଥଙ୍କ ପାଇଁ ମସଜିଦରେ ଦୁଆ କରିଛନ୍ତି । ମଧ୍ୟପ୍ରଦେଶ ବେତୁଲ୍ ସହରରେ ମୁସଲିମ୍ ସଂପ୍ରଦାୟର ଯୁବକମାନେ ଏକାଠି ହୋଇ ପହଲବାନ ବାବା ମସଜିଦରେ ପହଞ୍ଚି ଚାଦର ଚଢ଼ାଇ ପ୍ରେମାନନ୍ଦ ମହାରାଜଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଖାଲି ପ୍ରାର୍ଥନା କରିନଥିଲେ ଯୁବକମାନେ ସନ୍ଥଙ୍କ ଫଟୋ ହାତରେ ଧରି ଆଶୁଆରୋଗ୍ୟ କାମନା କରିଥିଲେ । ପରେ ମସଜିଦରେ ଚାଦର ଓ ଫୁଲ ଚଢ଼ାଇଥିଲେ । ଏହି ସମୟରେ ଶେଖ୍ ସଲିମ୍ ଏବଂ ଶରିକ୍ ଖାନ୍ ନାମକ ଦୁଇଜଣ ଯୁବକ କହିଥିଲେ ଯେ ମାନବିକତା ହିଁ ଏକମାତ୍ର ଧର୍ମ । ଯେତେବେଳେ ଈଶ୍ବରଙ୍କ କେଉଁ ଦାସ କିମ୍ବା ସମାଜସେବୀଙ୍କ ସ୍ବାସ୍ଥ୍ୟ ଖରାପ ହୁଏ ସେତେବେଳେ ସବୁ ସଂପ୍ରଦାୟକୁ ଏକାଠି ହେବା ଦରକାର ଏବଂ ପ୍ରାର୍ଥନା କରିବା ଦରକାର । 

ବାପା ଚାଷୀ , ପୁଅ ପାଇଲା OPSC : ପାସ୍ କଲେ ୪ ବର୍ଷ ପରେ ଗାଁକୁ ଫେରିଲେ; ପୁଅକୁ ଧରି କାନ୍ଦି ପକାଇଲେ ବାପା, ମା’

ତେବେ ସୂଚନା ଅନୁସାରେ ସନ୍ଥ ପ୍ରେମାନନ୍ଦ ମହାରାଜ ଗତ କିଛି ସମୟ ଧରି ପଲିସିଷ୍ଟିକ୍ କିଡନି ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ନିୟମିତ ଡାଏଲିସିସ୍ ଆବଶ୍ୟକ ପଡ଼ୁଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଦେଶବ୍ୟାପୀ ଭକ୍ତ ଏବଂ ଅନୁଗାମୀମାନେ ସନ୍ଥଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ସନ୍ଥଙ୍କ ଜଣେ ମୁସଲିମ୍ ଅନୁଗାମୀ ତାଙ୍କୁ କିଡନି ଦାନ କରିବାକୁ ଚିଠି ଲେଖିଥିଲେ । ଜଣେ ମଦିନାରେ ପ୍ରେମାନନ୍ଦ ମହାରାଜଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଦେଶର ଅନେକ ମସଜିଦରେ ସନ୍ଥଙ୍କ ପାଇଁ ପ୍ରାର୍ଥନା କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟପ୍ରଦେଶର ମୁସଲମାନ ଯୁବକମାନେ ତାଙ୍କର ଫଟୋ ହାତରେ ରଖି ପ୍ରାର୍ଥନା କରିବା ସୋସିଆଲ୍ ମିଡିଆକୁ ଖୁସି କରିଦେଇଛି । ଅନୁଗାମୀମାନେ ଆଶା କରୁଛନ୍ତି ଯେ ଏତେ ଭଲପାଇବା ଏବଂ ପ୍ରାର୍ଥନା ପରେ ପ୍ରେମାନନ୍ଦ ମହାରାଜ ଖୁବଶୀଘ୍ର ଠିକ୍ ହୋଇଯିବେ । ବର୍ତ୍ତମାନର ସମାଜକୁ ଆଧ୍ୟାତ୍ମିକ ମାର୍ଗର ଶିକ୍ଷା ଏବଂ ସତ୍ ପଥରେ  ଚାଲିବାକୁ ପ୍ରେରଣା ଯୋଗାଉଥିବା ସନ୍ଥଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ କାମନା କରୁଛୁ ।