କନକ ବ୍ୟୁରୋ : ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ହେଉଛି ବର୍ଷର ଅଷ୍ଟମ ମାସ । ୧୨ ମାସ ମଧ୍ୟରେ କାର୍ତ୍ତିକକୁ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଇଛି । ଧାର୍ମିକ ବିଶ୍ବାସ ରହିଛି ଯେ ଏହିଦିନ ପ୍ରଭୁ ନାରାୟଣ ଯୋଗିନ୍ଦ୍ର ଅର୍ଥାତ ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି । ମାନ୍ୟତା ରହିଛି ଏହି ଦିନ ଉପବାସ ପାଳନ କଲେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହି ଦିନ ସତ୍ୟନାରାୟଣ କଥା ଶୁଣିବା ଦ୍ୱାରା ଅନନ୍ତ ଆଶୀର୍ବାଦ ମିଳିଥାଏ । ତେବେ କାର୍ତ୍ତିକ ମାସର ପୂର୍ଣ୍ଣିମା ଅନ୍ୟ ପୂର୍ଣ୍ଣିମାଠାରୁ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହି ଦିନ ଦେବ ଦୀପାବଳି ପାଳନ କରାଯିବା ସହିତ ଲକ୍ଷ୍ମୀ ନାରାୟଣ ଏବଂ ଭଗବାନ ଶିବଙ୍କୁ ପୂଜା କରାଯାଏ । ତେଣୁ ଆସନ୍ତୁ ଜାଣିବା ଯେ ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା କେଉଁ ଦିନ ପାଳନ କରାଯିବ ଏବଂ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ କ’ଣ ?

Advertisment

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବାଗେଶ୍ବର ବାବା : ଭାଇରାଲ୍ ହେଉଛି ଆଲିଙ୍ଗନର ଭିଡିଓ

Divine
Divine Photograph: (google)

ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମା ବ୍ରତ ନଭେମ୍ବର ୫ ତାରିଖରେ ପାଳନ କରାଯିବ । ଏହି ଦିନ ଭଗବାନ ବିଷ୍ଣୁ ଏବଂ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଗଙ୍ଗାରେ ସ୍ନାନ ଏବଂ ଦାନ କରିବାକୁ ମଧ୍ୟ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି । ବିଶ୍ୱାସ ରହିଛି ଯେ ଏହି ଦିନ ଦାନପୂଣ୍ୟ କଲେ ଜୀବନରେ ଶୁଭ ଫଳ ଏବଂ ଖୁସି ମିଳିଥାଏ । ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ନଭେମ୍ବର ୪ ତାରିଖ ରାତି ୧୦:୩୬ ରେ ଆରମ୍ଭ ହୋଇ ପରଦିନ ନଭେମ୍ବର ୫ ତାରିଖ ରାତି ୮:୨୪ ରେ ଶେଷ ହେବ ପୂର୍ଣ୍ଣିମା ।  ଉଦୟ ତିଥି ଅନୁସାରେ, ଚଳିତ ବର୍ଷ ନଭେମ୍ବର ୫ ତାରିଖରେ ପୂର୍ଣ୍ଣିମା ବ୍ରତ ପାଳନ କରାଯିବ । ଦୀର୍ଘ ୧୦୦ ବର୍ଷ ପରେ ଏହି କାର୍ତ୍ତିକ ପୂର୍ଣ୍ଣିମା ଏକ ଅପୂର୍ବ ସଂଯୋଗ ନେଇଆସୁଥିବା କୁହନ୍ତି ଜ୍ୟୋତିଷ । ଏହି ବର୍ଷ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଭରଣୀ ନକ୍ଷତ୍ର ଏବଂ ଅଶ୍ୱିନୀ ନକ୍ଷତ୍ରର ମିଶ୍ରଣ ହେଉଛି ଯାହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

ପୁରୁଷ ଚିହ୍ନିଲେ ପୁରୁଷ ମନ : ଦୀପାବଳିରେ କଲେ ଏମିତି କାମ ; ବାଃ ବାଃ କରୁଛି ସୋସିଆଲ୍ ମିଡିଆ

ଜ୍ୟୋତିଷଙ୍କ କହିବାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଧିଦେବ ମହାଦେବଙ୍କୁ ପୂଜା କରାଯାଏ । ଏହି ଦିନ ସ୍ବଚ୍ଛମନରେ , ଭକ୍ତିପୂତରେ ଭଗବାନଙ୍କୁ ସ୍ମରଣ କଲେ ହରି ଏବଂ ହର ଉଭୟଙ୍କ ଆଶୀର୍ବାଦ ମିଳିଥାଏ । ଦେବତାମାନଙ୍କର ଦୀପାବଳି ପର୍ବ ଭାବରେ ଜଣାଶୁଣା ଦେବ ଦୀପାବଳି କାର୍ତ୍ତିକ ପୂର୍ଣ୍ଣିମାରେ ହିଁ ପାଳିତ ହୁଏ । ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥିଲେ । ତେଣୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ଏବଂ ତ୍ରିପୁରାରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଏହି ପବିତ୍ର ମାସରେ ଭଜନ ,ସ୍ନାନ , ଟଙ୍କା ଦାନ, ଦୀପ ଜଳାଇବା ଏବଂ ତୁଳସୀ ପୂଜା ଉପରେ ଗୁରୁତ୍ବ ଦିଆଯାଇଥାଏ । କୁହାଯାଏ କି ଏହି ପୂଜା କରିବା ଦ୍ବାରା ପୁଣ୍ୟ ମିଳିଥାଏ ଏବଂ ପାପ କ୍ଷୟ ହୁଏ । ଏହାଛଡ଼ା ଜୀବନରେ ସୁଖ ଏବଂ ଶାନ୍ତି ବିରାଜମାନ କରେ । ହିନ୍ଦୁ ବିଶ୍ୱାସ ଅନୁସାରେ, କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ପାଣିରେ ବାସ କରନ୍ତି । ତେଣୁ ଏହି ମାସରେ ଗଙ୍ଗା, ଯମୁନା କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିବା ବିଶେଷ ପୁଣ୍ୟ ବୋଲି କୁହାଯାଏ । ଯଦି ନଦୀରେ ସ୍ନାନ ସମ୍ଭବ ନୁହେଁ ତେବେ ଘରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ଅତ୍ୟନ୍ତ ଶୁଭ ।